ଅପରାଧଓଡ଼ିଶା ଖବରନ୍ୟୁଜ୍

ଚାକିରି ଦେବା ନାଁରେ ୧୫୦ ଜଣଙ୍କୁ ଠକେଇ

ଚାକିରି ଦେବା ନାଁରେ ୧୫୦ ଜଣଙ୍କୁ ଠକେଇ

ଚାକିରି କରାଇଦେବା ନାଁରେ ୧୫୦ ଯୁବକ ଯୁବତୀଙ୍କୁ ଠକେଇ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁଇ ଜଣ ହେଲେ ଉତ୍ତର ପ୍ରଦେଶର ବସନ୍ତ ଲାଲ ଓ ମହମ୍ମଦ ଆସଲମ୍। ଅଭିଯୁକ୍ତଙ୍କଠାରୁ ପୁଲିସ ୨୦,୦୦୦ ଟଙ୍କା, ଫେକ୍ ଆଇଡିପ୍ରୁଭ୍, ଫେକ୍ ଅଫରଲେଟର ଓ ୪ ଟି ମୋବାଇଲ ଫୋନ ଜବତ କରିଛି।

ଝାରସୁଗୁଡା ସହ ବିଭିନ୍ନ ଜିଲ୍ଲାର ୧୫୦ ଜଣରୁ ଅଧିକ ଯୁବକ ଯୁବତୀଙ୍କୁ ଠକେଇ କରିଛନ୍ତି। ଘଟଣା ତଦନ୍ତ କରାଯାଉଛି। ଆଉ କେତେଜଣ ଯୁବକଯୁବତୀ ଏହି ଠକାମୀର ଶିକାର ହୋଇଛନ୍ତି, ତାର ତଦନ୍ତ ଚାଲିଛି ବୋଲି ଝାରସୁଗୁଡା ଏସପି ସୂଚନା ଦେଇଛନ୍ତି ।
ଝାରସୁଗୁଡ଼ା ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଏକ ମାସ ହେବ ବସନ୍ତ ଓ ମହମ୍ମଦ ଝାରସୁଗୁଡାରେ ଏକ ଅଫିସ ଖୋଲି ବିଭିନ୍ନ ଯୁବକ ଯୁବତୀଙ୍କ ଠାରୁ ଚାକିରି କରାଇଦେବା ନାଁରେ ଠକୁ ଥିଲେ।

ଯୁବକ ଯୁବତୀଙ୍କୁ ଚାକିରି ଦେବା ନାଁରେ ରେଜିଷ୍ଟେସନ ଫି’ ନେଉଥିଲେ। ଏ ନେଇ ଝାରସୁଗୁଡା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ପୁଲିସ ଘଟଣାର ତଦନ୍ତ କରି ଜଣଙ୍କୁ ଟାଟାରୁ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଝାରସୁଗୁଡାରୁ ଗିରଫ କରାଯାଇଛି।

Related posts

ତୁ ଦିବ୍ୟାଙ୍ଗ, ଅଧିକ ଯୌତୁକ ଆଣିଲେ ଆସିବୁ

Odisha Halchal

ରାଜ୍ୟରେ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା

Odisha Halchal

ଚନ୍ଦ୍ରଗ୍ରହଣରେ ଓଡ଼ିଶାରେ ଏପରି ଦେଖାଗଲା ଚନ୍ଦ୍ର

Odisha Halchal

Leave a Comment