ଓଡ଼ିଶା ଖବରନ୍ୟୁଜ୍

ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ

ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ

ମହାକାଳପଡା:- (ରିପୋର୍ଟ:-ଶଶିଭୂଷଣ ରାଉତ )ମହାକାଳପଡ଼ା ରଚିଲା ଆଉ ଏକ ଗୌରବମୟ ଇତିହାସ।ପୂର୍ବ ଭାରତୀୟ ଵିଜ୍ଞାନ ନାଟକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ପାଇଲେ ମହାକାଳପଡ଼ା ର ଛାତ୍ରଛାତ୍ରୀ।ଓଡ଼ିଶାର ମାନ ରଖିଲେ ଗାନ୍ଧୀଜୀ ଵିଦ୍ୟାପିଠ ର ଛାତ୍ର ଛାତ୍ରୀ ।

କେନ୍ଦ୍ରାପଡ଼ା ଶିକ୍ଷା ଜିଲ୍ଲା ଅଧିନ ମହାକାଳପଡ଼ା ମଣ୍ଡଳ ଶିକ୍ଷାଦୀଶ ଅନ୍ତର୍ଗତ ଗାନ୍ଧୀଜୀ ଵିଦ୍ଯାପିଠ,ଗୋଜାବନ୍ଧର ନବମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଵିଜ୍ଞାନ ନାଟକ “ଵାଗ କରୋନା ଵାଗ” ନାଟକରେ ନିଖୁଣ ଅଭିନୟ କରି ପ୍ରଥମେ ଜୋନାଲ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଭୂବନେଶ୍ଵରରେ କୃତିତ୍ବ ଅର୍ଜନ କରି ପୂର୍ବଭାରତୀୟ ଵିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ ।

କିନ୍ତୁ ଆଜି ତା୧୭/୧୧/୨୦୨୨ ରିଖ ଗୁରୁବାର ଦିନ ନାଟକ ମଞ୍ଚସ୍ଥ କରି ପ୍ରଥମ ସ୍ଥାନ ପାଇ ମହାକାଳପଡ଼ା ତଥା ଓଡ଼ିଶାର ନାମ କୁ ଵାହାର ରାଜ୍ୟ ରେ ପ୍ରତିପାଦନ କରିଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ କେନ୍ଦ୍ରାପଡା ଜିଲ୍ଲାର କୋଣ ଅନୁକୋଣରେ ଖୁସିର ଲହରୀ ଖେଳିଯାଇଛି।

Related posts

ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ, ଗିରଫ କରିପାରେ ଦିଲ୍ଲୀ ପୋଲିସ

Odisha Halchal

ଘାରିଲା ଟଙ୍କା ଲୋଭ, ସାଙ୍ଗକୁ ଟାଙ୍ଗିଆରେ ହାଣି ହତ୍ୟା କଲା, ନାଳରେ ଫିଙ୍ଗିଦେଲା…

Odisha Halchal

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ,

Odisha Halchal

Leave a Comment