ଅପରାଧଦେଶ ବିଦେଶନ୍ୟୁଜ୍

ଆରଏସ୍‌ଏସ୍‌ର ୬ଟି କାର୍ଯ୍ୟାଳୟରେ ବିସ୍ଫୋରଣ ଧମକ

ଆରଏସ୍‌ଏସ୍‌ର ୬ଟି କାର୍ଯ୍ୟାଳୟରେ ବିସ୍ଫୋରଣ ଧମକ

ସୋମବାର ରାତି ପାଖାପାଖି ୮ଟାରେ ଏକ ହ୍ୱାଟସ୍‌ଆପ୍ ଗ୍ରୁପରେ ଲଖନଉ ବ୍ୟତୀତ ଆରଏସଏସର ଅନ୍ୟ ୫ଟି କାର୍ଯ୍ୟାଳୟକୁ ବୋମା ମାଧ୍ୟମରେ ବିସ୍ଫୋରଣ କରାଯିବା ନେଇ ଧମକ ମିଳିଥିଲା, ଯେଉଁଥିରେ ଉତ୍ତର ପ୍ରଦେଶର ୨ଟି କାର୍ଯାଳୟ ଓ କର୍ଣ୍ଣାଟକରେ ୪ ଅଫସି ସାମିଲ ରହିଛି ।

ହ୍ୱାଟସ୍‌ଆପରେ ୩ ଭିନ୍ନ ଭିନ୍ନ ଭାଷାରେ ଧମକ ଦିଆଯାଇଛି । ଏଥିରେ ହିନ୍ଦୀ, ଇଂରାଜୀ ଓ କନ୍ନଡ ଭାଷା ବ୍ୟବହାର କରାଯାଇଛି ।ଏହି ମାମଲାରେ ଲଖନଉର ମଣ୍ଡିୟାବ ଥାନାରେ ଏଫଆଇଆର ହୋଇଛି । ପୋଲିସ କହିବା ଅନୁସାରେ ଧମକ ଦେଇଥିବା ଲୋକଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ।

ଭାଇରାଲ ହୋଇଥିବା ଚାର୍ଟ ଅନୁସାରେ ଅଲ ଅନସାରୀ ଇମାମ ରଜୀ ଉନ ମେହନ୍ଦୀ ନାମକ ଏକ ହ୍ୱାଟସଆପ ଗ୍ରୁପ ସଂଚାଳିତ କରିଛି । ଏଥିରେ ୩ଟି ଭିନ୍ନ ଭାଷାରେ ଲେଖାଯାଇଛି । ଇଂରାଜୀ ଭାଷାରେ ଲେଖାଯାଇଛି ଯେ, V49 R+J8G Nawabganj Uttarpradesh 271304: Ypur six party office is bombed at 8pm stop the explosion if u can.

Related posts

ଘର ଗ୍ରୀଲ୍ ତାଡି ଚୋରି, ୮୦ଗ୍ରାମ୍ ସୁନା ଅଳଙ୍କାର ସହ ୫୮ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

Odisha Halchal

ପୁରୀ ପୋଲିସ କବ୍‌ଜାରେ ସାତ ଜଣିଆ ଆନ୍ତଃ ରାଜ୍ୟ ବନ୍ଧୁକ ବେପାରୀ

Odisha Halchal

ଅଟୋ ମଧ୍ୟରେ ଯୁବକ ଙ୍କ ଶବ ଉଦ୍ଧାର

Odisha Halchal

Leave a Comment