ଦେଶ ବିଦେଶନ୍ୟୁଜ୍

ଆମେରିକାରେ ଚିହ୍ନଟ ହେଲେ “ମଙ୍କିପକ୍ସ” ସଂକ୍ରମିତ

ଆମେରିକାରେ ଚିହ୍ନଟ ହେଲେ “ମଙ୍କିପକ୍ସ” ସଂକ୍ରମିତ

କରୋନା ସଂକ୍ରମଣ ସାରା ଦେଶରେ ନିଜର କାୟା ବିସ୍ତାର କରିବା ପରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଭୁତାଣୁ ଜନସାଧାରଣଙ୍କୁ କବଳିତ କରିବାରେ ଲାଗିଛି ।

ତେବେ କରୋନା, ଟମାଟୋ ଫ୍ଲୁ ପରେ ଏବେ ମଙ୍କିଫକ୍ସ ଚିନ୍ତା ବଢାଇଛି । ପ୍ରଥମ ଥର ପାଇଁ ଚଳିତ ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁସେଟ୍‌ସ୍‌ରେ ଏହି ବିରଳ ‘ମଙ୍କିପକ୍ସ୍‌’ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହି ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣକ କାନଡା ଭ୍ରମଣରେ ଯାଇଥିଲେ। ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟ୍ରାକିଙ୍ଗ୍ କରିବା ଲାଗି ସରକାରୀ ଅଧିକାରୀ ଓ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀମାନେ ଉଦ୍ୟମ ଚଳାଇଛନ୍ତି।
କିନ୍ତୁ ବର୍ତ୍ତମାନ ଏହି ସଂକ୍ରମଣ ଏବେ ସର୍ବସାଧାରଣଙ୍କ ନିମନ୍ତେ ବିପଦର କାରଣ ନାହିଁ ବୋଲି ସରକାରୀ ଅଧିକାରୀମାନଙ୍କର ବିଶ୍ବାସ।

Related posts

ତେଲ ଦର ବୃଦ୍ଧିରେ ଲାଗୁନି ବ୍ରେକ୍, ରବିବାର ପୁଣି ବଢିଲା ଦାମ୍

Odisha Halchal

ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପୋଲିସର ତଦନ୍ତ

Odisha Halchal

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

Odisha Halchal

Leave a Comment