ଓଡ଼ିଶା ଖବରନ୍ୟୁଜ୍

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଖୁସି ଖବର ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସରେ ଖୁସି ଖବର ଦେଲେ ନନ୍ଦନକାନନ କର୍ତ୍ତୃପକ୍ଷ

ଆଜି ହେଉଛି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ। ବାଘଙ୍କ ସୁରକ୍ଷା ନେଇ ବିଚାର ବିମର୍ଷ ଚାଲିଥିବା ବେଳେ ଭୁବନେଶ୍ୱର ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ଖୁସି ଖବର ଦେଇଛନ୍ତି। ବାଘ ସଙ୍କଟ ଦୂର କରିବା ପାଇଁ ନୂଆ ଯୋଜନା ପ୍ରଣୟନ କରାଯିବ। ଚିଡିଆଖାନାରେ ଜନ୍ମିତ ବାଘକୁ ହିଂସ୍ର କରାଯିବ। ତା’ପରେ ସେମାନଙ୍କୁ ଜଙ୍ଗଲରେ ଛାଡ଼ିବାକୁ ଯୋଜନା କରାଯାଉଛି। ଏନେଇ ଖୁବ୍‌ ଶୀଘ୍ର ନୂଆ ଷ୍ଟଡି ହେବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବେଙ୍ଗାଲୁରୁର ପ୍ରାଣୀ ବିଜ୍ଞାନ ଜାତୀୟ କେନ୍ଦ୍ର ସହ ମିଶି ଷ୍ଟଡି ହେବ। ଏଥିରେ ଚିଡ଼ିଆଖାନା ବାଘମାନଙ୍କ ଜେନେଟିକ ଷ୍ଟଡି କରାଯିବ। ଥରେ ଜେନେଟିକ ଷ୍ଟଡି ଆରମ୍ଭ ହେଲେ ୬ ମାସରୁ ବର୍ଷେ ଭିତରେ ରେଜଲ୍ଟ ବାହାରିବ। ଏହାପରେ ଜଙ୍ଗଲୀ ବାଘ ବ୍ରିଡିଂ କରାଯାଇ ବାଘ ସଙ୍କଟ ଦୂର କରାଯିବ ବୋଲି ନନ୍ଦନକାନନ ନିର୍ଦ୍ଦେଶକ କହିଛନ୍ତି।

ସୂଚନାରୁ ପ୍ରକାଶ, ବାଘ ବଂଶ ବୃଦ୍ଧି ରାଜ୍ୟ ସରକାର ମଧ୍ୟପ୍ରଦେଶର କାହ୍ନା ଅଭୟାରଣ୍ୟରୁ ବାଘ ମହାବୀର ଓ ବାନ୍ଧବଗଡ଼ ବ୍ୟାଘ୍ର ପ୍ରକଳ୍ପରୁ ବାଘୁଣୀ ସୁନ୍ଦରୀକୁ ଆଣିଥିଲେ। ଏହି ବାଘ ଓ ବାଘୁଣୀକୁ ସାତକୋଶିଆ ଅଭୟାରଣ୍ୟରେ ଛଡ଼ା ଯାଇଥିଲା। ବାଘ ମହାବୀର ଅଭୟାରଣ୍ୟର କୋର ଏରିଆକୁ ଯାଇଥିଲା। ହେଲେ ଆଉ ସେ ଫେରିନଥିଲା। ସେଠାରେ ମୃତ୍ୟୁ ହୋଇଯାଇଥିଲା। ଠିକ୍‌ ସେହିପରି ବାଘୁଣୀ ସୁନ୍ଦରୀ ଅଭୟାରଣ୍ୟ କୋର ଏରିଆକୁ ଗଲାନାହିଁ। ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଘୂରି ବୁଲିଲା। ଆଉ ସୁଯୋଗ ଦେଖି ଶିକାର କଲା। ଗାଁରେ ପଶି ସୁନ୍ଦରୀ ଲୋକଙ୍କୁ ଶିକାର କରୁଥିବା ଅଭିଯୋଗ ହୋଇଛି।

ସୁନ୍ଦରୀ ହିଂସ୍ର ହେଉଥିବା ଦେଖି ଅଭୟାରଣ୍ୟ ପାର୍ଶ୍ୱବର୍ତ୍ତୀ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶୀଘ୍ର ସୁନ୍ଦରୀକୁ ଅନ୍ୟ ଜଙ୍ଗଲରେ ଛାଡ଼ିବାକୁ ଦାବି ହୋଇଥିଲା। ବହୁ ବାବ ଦିବାଦ ସୁନ୍ଦରୀକୁ ଧରିବା ପାଇଁ ଯୋଜନା ଆରମ୍ଭ ହେଲା। ହେଲେ ଚାଲାକ ସୁନ୍ଦରୀ ଏତେ ସହଜରେ ଧରା ଦେଇନଥିଲା। ପରେ ବହୁ କଷ୍ଟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ୍‌ କରାଯାଇଥିଲା। ତାକୁ କିଛି ଦିନ ବନ୍ଦୀ କରି ରଖାଯାଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ପରେ ରାଜ୍ୟ ସରକାର ସୁନ୍ଦରୀକୁ ଫେରାଇ ଦେଇଥିଲେ।

Related posts

ମହୁମାଛି କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

Odisha Halchal

ରଙ୍ଗିଲା ତହସିଲଦାର: ପରକୀୟା ପ୍ରିତୀର ଅଭିଯୋଗ ଆଣିଲେ ସ୍ତ୍ରୀ

Odisha Halchal

ଜିଲ୍ଲାସ୍ତରୟ ୬୩ତମ ପୋଲିସ ସ୍ମୃତି ଦିବସ

Odisha Halchal

Leave a Comment