ଅପରାଧଓଡ଼ିଶା ଖବରନ୍ୟୁଜ୍

ରାଜଧାନୀରେ ଜଘନ୍ୟ କାଣ୍ଡ: ଇଟାରେ ଛେଚି ହତ୍ୟା ପରେ ପୋତିଦେଲେ ଦୁର୍ବୃତ୍ତ

ରାଜଧାନୀରେ ଜଘନ୍ୟ କାଣ୍ଡ ଇଟାରେ ଛେଚି ହତ୍ୟା

ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢିବାରେ ଲାଗିଛି ଅପରାଧ । କେବଳ ଅପରାଧ ନୁହେଁ ଅପରାଧୀଙ୍କ ଦୌରାତ୍ମ୍ୟ ବି ବଢ଼ିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ଯୁବକଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଭୁବନେଶ୍ବର ମଞ୍ଚେଶ୍ୱର ଥାନା ମୁଣ୍ତାସାହି ପାଣି ଟାଙ୍କି ନିକଟରେ ଘଟିଛି ଜଘନ୍ୟ ହତ୍ୟାକାଣ୍ଡ ।

ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଯୁବକ ଜଣଙ୍କ ହେଉଛନ୍ତି ମୁକେଶ ଚୌଧୁରୀ । ଗତକାଲି ରାତିରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଥିବା ଅନୁମାନ । ଇଟାରେ ଛେଚି ହତ୍ୟା କରିବା ପରେ ଇଟା ଭିତରେ ପୋତି ଦେଇଥିଲେ ଦୁର୍ବୃତ୍ତ । ଘଟଣା ସ୍ଥଳରେ ମଞ୍ଚେଶ୍ୱର ପୋଲିସ ପହଂଚି ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରି ପୋଲିସ ଜାଣିବାକୁ ପାଉଛି ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ।

Related posts

ବାବା ଭାଙ୍ଗା ଋଷିଆକୁ ନେଇ କରିଥିବା ଏହି ଭବିଷ୍ୟବାଣୀ ସତ ହେବ କି?

Odisha Halchal

ଧରାପଡିଲେ ଲୁଟେରା ଗ୍ୟାଙ୍ଗ, ମାଷ୍ଟରମାଇଣ୍ଡ ଥିବା ନାବାଳକ ସହ ୫ଜଣଙ୍କୁ ବାନ୍ଧିଲା ପୋଲିସ

Odisha Halchal

ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ ଆରବିଆଇ, ବୋର୍ଡ ଦେଲା ମଞ୍ଜୁରୀ

Odisha Halchal

Leave a Comment