ଦେଶ ବିଦେଶନ୍ୟୁଜ୍

ଯୁଦ୍ଧ ପାଇଁ ସେୟାର ବଜାରରେ ହାହାକାର : ୭୦୦ ପଏଣ୍ଟ ଖସିଲା ସେନସେକ୍ସ

ସେୟାର ବଜାରରେ ହାହାକାର ୭୦୦ ପଏଣ୍ଟ ଖସିଲା ସେନସେକ୍ସ

ଋଷ ଓ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଯାହାର ପ୍ରଭାବ ସାରା ବିଶ୍ୱର ସେୟାର ବଜାର ଉପରେ ପଡିଛି । ଭାରତୀୟ ସେୟାର ବଜାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ଶୁକ୍ରବାର ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୭୦୦ ପଏଣ୍ଟ ଖସିଛି । ସେହିପରି ନିଫ୍ଟି ମଧ୍ୟ ୧୦୦ ଅଙ୍କ ତଳକୁ ଖସିଛି ।

ଶୁକ୍ରବାର ସେୟାର ବଜାର ନାଲି ଅଙ୍କରେ ଖୋଲିଥିଲା । ୫୮୦ ପଏଣ୍ଟ ଖସି ମାର୍କେଟ ୫୪୬୫୩.୫୯ ପଏଣ୍ଟରେ ଖୋଲିଥିଲା । ୯ଟା ୨୦ ବେଳକୁ ୭୪୪.୦୭ ହ୍ରାସ ପାଇଥିଲା ସେନସେକ୍ସ । ସେହିପରି ଗୁରୁବାର ମାର୍କେ ୫୫୧୦୨.୬୮ରେ ବନ୍ଦ ହୋଇଥିଲା ।

ନିଫ୍ଟି ୨୦୦ ଅଙ୍କ ତଳେ

ନିଫ୍ଟିରେ ମଧ୍ୟ ହ୍ରାସ ପରିଲକ୍ଷିତ ହୋଇଛି । ସକାଳ ୯ଟା ୨୦ ସୁଦ୍ଧା ନିଫ୍ଟି ୨୧୬.୫୦ ଅଙ୍କ ହ୍ରାସ ପାଇ ୧୬୨୮୧.୫୫କୁ ଖସିଥିଲା । ଗୁରୁବାର ଏହା ୧୬୪୯୮.୦୫ରେ ବନ୍ଦ ହୋଇଥିଲା ।

ସେୟାର ବଜାରରେ ହ୍ରାସ ସତ୍ତ୍ୱେ ଟାଟା ଷ୍ଟିଲ୍ ଭଲ କାରବାର କରିଛି । କମ୍ପାନୀର ବେସ୍ ପ୍ରାଇସ ୦.୯ ପ୍ରତିଶତ ବୃଦ୍ଧି ପାଇ ୧୩୧୫.୧୦ ଟଙ୍କାରେ ପହଁଚିଛି । ଏହା ବ୍ୟତୀତ ଏନଟିପିସି, ଆଇଟିସିର ସେୟାର ମଧ୍ୟ ଭଲ କାରବାର କରୁଥିବା ଦେଖିବାକୁ ମିଳିଛି ।

Related posts

ସ୍ବାମୀଙ୍କୁ ହତ୍ୟାକରି ମୁଣ୍ଡ କାଟି ମନ୍ଦିରରେ ରଖିଦେଇ ଆସିଲା ପତ୍ନୀ

Odisha Halchal

ଋଷ-ୟୁକ୍ରେନ୍ ଯୁଦ୍ଧ ସ୍ଥିତି: ଚିନ୍ତା ପ୍ରକଟ କଲା ଭାରତ, କୂଟନୈତିକସ୍ତରରେ ସମାଧାନ ପାଇଁ ଭାରତର ଆହ୍ୱାନ

Odisha Halchal

ଚନ୍ଦ୍ରଶେଖରପୁର ଥାନାରେ ହାଇଡ୍ରାମା – ପ୍ରେମିକା କହିଲା- ମୋତେ ବାହା ହଅ, ନହେଲେ ଆତ୍ମହତ୍ୟା କରିବି

Odisha Halchal

Leave a Comment