ଓଡ଼ିଶା ଖବରନ୍ୟୁଜ୍

ବିଶ୍ଵ ଏଡ୍ସ ଦିବସ ପାଳନ ଅବସରରେ ଏଡ୍ସ ଆକ୍ରାନ୍ତ ଙ୍କ କରୁଣ ସାହାଯ୍ୟ ଭିକ୍ଷା

ବିଶ୍ଵ ଏଡ୍ସ ଦିବସ ପାଳନ ଅବସରରେ ଏଡ୍ସ ଆକ୍ରାନ୍ତ ଙ୍କ କରୁଣ ସାହାଯ୍ୟ ଭିକ୍ଷା

ବଲାଙ୍ଗୀର:-(ରିପୋର୍ଟ :-ସୁନ୍ଦର ସାହୁ)ଏ ନେଇ ଉଭୟ କେନ୍ଦ୍ର,ଓ ରାଜ୍ୟ ସରକାର ସ୍ୱତନ୍ତ୍ର ଯୋଜନା ପ୍ରଣୟନ ମାଧ୍ୟମରେ ବଲାଙ୍ଗୀର ଜିଲ୍ଲା ପାଇଁ ରାଜେନ୍ଦ୍ର ଯୁବକ ସଂଘ କୁ, ଟି ଆଈ ପ୍ରକଳ୍ପ ମାଧ୍ୟମରେ ( ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ) ବ୍ୟାପକ ଏଡ୍ସ ଆକ୍ରାନ୍ତ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା କରି ସଚେତନତା ସୃଷ୍ଟି କରାଯାଇଥିଲା।

ଏପରିକି ଆଦିବାସୀ,ଦାଦନ ପ୍ରବଣ,ନିରକ୍ଷରତା ସମ୍ପନ୍ନ ପଶ୍ଚିମ ଓଡ଼ିଶା ର ବିଭିନ୍ନ ଜିଲ୍ଲା ଓ ବଲାଙ୍ଗୀର ଜିଲ୍ଲା ରୁ ଆକ୍ରାନ୍ତ ଙ୍କୁ ଗଞ୍ଜାମ ଜିଲ୍ଲା ର ଏମ କେ ସି ଜି(ମହାରାଜା କୃଷ୍ଣଚନ୍ଦ୍ର ଗଜପତି) ମ୍ୟାଡ଼ିକଲ କଲେଜ ଡାକ୍ତର ଖାନା କୁ ନେଇ ଏ ଆର ଟି ଔଷଧ ଯୋଗାଇ ଦିଆ ଯାଇଥିଲା। ଅନେକ ସଂଖ୍ୟା ରେ ଆକ୍ରାନ୍ତ ଚିହ୍ନଟ ଓ ସଚେତନତା ସୃଷ୍ଟି କରି ସାରା ଦେଶରେ ଓଡିଶା ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଥିଲା ।

ହେଲେ ବଲାଙ୍ଗିର ଜିଲ୍ଲା ରେଏହି ପ୍ରକଳ୍ପ ସାଇ ଟି, ଆଈ ନାମରେ ଅନ୍ୟ ଏକ ସଂସ୍ଥା ଦ୍ବାରା ଗତ ପ୍ରାୟ କିଛି ବର୍ଷ ହେଲା କାର୍ଯ୍ଯ କ୍ଷମ କରଯାଇଛି । ସେହିପରି ରାଜ୍ୟ ର ଅନ୍ୟ ସ୍ଥାନ ଗୁଡିକ ରେ ଏହି କାର୍ଯ୍ୟକ୍ରମକୁ କାଗଜ,କଲମ ରେ ବେଶ୍ ସୁରୁଖୁରୁ ରେ କୋଟି,କୋଟି ଟଙ୍କା ବ୍ୟୟ ବରାଦ କରାଯାଇ ଆସୁଚି । ଯାହା ମିଳିଥିବା ସୂଚନା ଆଇନ ଅନୁଯାୟୀ ତଥ୍ୟ ହାସଲ କରଯାଇଛି। ପରିତାପର ବିଷୟ ଯେ, ରାଜ୍ୟ ରେ ମୃତ୍ୟ ସଂଖ୍ୟା ବର୍ତ୍ତମାନ ପୂର୍ବବର୍ତ୍ତ ଘଟିବା ଜେ, ଏନ, ୟୁ ର ଏକ ତାଲିକା ପ୍ରକାଶ ପାଇଛି । ସୂଚନାନୂଯାୟୀ, ଗର୍ଭବତୀ ମହିଳା ପ୍ରସବ ପୂର୍ବରୁ ଏହି ଏଚ ଆଇ ବି ପରୀକ୍ଷଣ ବଧ୍ୟତା ମୂଳକ ହୋଇଥିବା ସତ୍ତ୍ଵେ ଉକ୍ତ ପରୀକ୍ଷା ନ ହେଉଥିବା ଜେ ଏସ ସଂସ୍ଥା ତତଫରୁ ପ୍ରକାଶ ପାଇଛି ।

ଉଦାହରଣ ସ୍ୱରୂପ, ଏବେ ବଲାଙ୍ଗୀର ଜିଲ୍ଲା ରେ ଏଡ୍ସ ଆକ୍ରାନ୍ତ ଅର୍ଥ ଖର୍ଚ୍ଚ କରି ପ୍ରତିମାସରେ ବଲାଙ୍ଗୀର ଏ ଆର ଟି କେନ୍ଦ୍ର ଯାଇ ଏ ଆର ଟି ଔଷଧ ଆଣିବା ,ନିଜ ସ୍ବାସ୍ଥ୍ୟ ପରୀକ୍ଷା କରେଇବା କୁ ଅସମର୍ଥ ହେଉଛନ୍ତି। ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିବାରୁ ଶଯ୍ୟା ସାୟୀ ହୋଇ ଅକାଳ ମୃତ୍ୟୁ ବରଣ କରିବା ସାର ହୋଇଛି । ମତେ ଦୟା କର ମୁଇଁ ମରିଯିମି,ଚାଲି ନାଇଁ ପାର୍ବର୍,ମୋର କିହେ ନାଇନ, ଆଜ୍ଞା ଦୟା କର, ଏହି ଆକୁଳ ନିବେଦନ କରୁଛନ୍ତି ରାମ,,,,,

ଏଭଳି ଏକ ଆକ୍ରାନ୍ତ ଜିଲ୍ଲା ର ଟିଟିଲାଗଡ ର ,ରାମଚନ୍ଦ୍ର କମ (ଛଦ୍ମନାମ) ସେ ଦୀର୍ଘ ଦିନ ଧରି ଏ ଆର ଟି ଔଷଧ ଆଣିବା କୁ ଯିବାକୁ ଅର୍ଥ ଅଭାବ ରୁ ଶଯ୍ୟାଶାୟୀ ହୋଇ ମୃତ୍ୟୁ କୁ ଅପେକ୍ଷା କରି ରହିଛନ୍ତି । ଆକ୍ରାନ୍ତ ସ୍ତ୍ରୀ ନିଜେ ଦୁର୍ବଳ ହୋଇ ଯିବାରୁ ସେ ବି କିଛି ରୋଜଗାର କରି ନ ପାରି ଭୋକ,ଉପାସ ରେ ଭାଗ୍ୟ କୁ ଆଦରି ସାହାଯ୍ୟ ଭିକ୍ଷା କରୁଛନ୍ତି । ଅନୁରୂପ ଭାବେ ଅକଥନୀୟ ଦୁର୍ଦ୍ଦଶା ର ଏହି ଆକ୍ରାନ୍ତ ପୂର୍ବଭଳି ସ୍ଥିତି ନ ନେଉ ସେ ନେଇ ବିଭାଗୀୟ ମୁଖ୍ୟ ତୁରନ୍ତ ଦୃଷ୍ଟି ଦେବାକୁ ବିଭିନ୍ନ ମହଲ ରୁ ଦୃଢ଼ ଦାବୀ ହେଉଛି।

Related posts

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Odisha Halchal

ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ

Odisha Halchal

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଏବଂ ବିଅର ଜବତ, ୦୬ ଗିରଫ

Odisha Halchal

Leave a Comment