ଅପରାଧଓଡ଼ିଶା ଖବରନ୍ୟୁଜ୍

୩ ବର୍ଷରେ ରାଜ୍ୟରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲା

୩ ବର୍ଷରେ ରାଜ୍ୟରେ ୧୫ ହଜାରରୁ ଅଧିକ ଦୁଷ୍କର୍ମ ମାମଲା

ରାଜ୍ୟରେ ଚିନ୍ତାଜନକ ଭାବେ ବଢୁଛି ଦୁଷ୍କର୍ମ ମାମଲା। ଗତ ୩ ବର୍ଷ ଭିତରେ ମୋଟ ପ୍ରାୟ ୧୫ ହଜାର ଦୁଷ୍କର୍ମ ମାମଲା ରାଜ୍ୟର ବିଭିନ୍ନ ଥାନାରେ ରୁଜୁ ହୋଇଛି। ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ମହିଳାଙ୍କ କ୍ଷେତ୍ରରେ ୨୦୧୯ରୁ ୨୦୨୨ ଭିତରେ ୧୦ ହଜାର ୧୨୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ସେହିପରି ଏହି ସମୟ ଭିତରେ ୫ ହଜାର ୫୮୪ଟି ନାବାଳିକା ଦୁଷ୍କର୍ମ ମାମଲା ଆସିଛି।

ଆଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏହି ଉତ୍ତର ରଖିଛନ୍ତି। ଯାହା ସଭିଙ୍କ ମହଲରେ ଉଦ୍‌ବେଗର ବିଷୟ ହୋଇଛି।ମନ୍ତ୍ରୀ ରଖିଥିବା ତଥ୍ୟ ମୁତାବକ, ରାଜ୍ୟର ବିଭିନ୍ନ ଥାନାରେ ୨୦୧୯ରେ ୨ ହଜାର ୯୫୦ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ୨ ହଜାର ୯୮୪ ଦୁଷ୍କର୍ମ ମାମଲା ହୋଇଛି।

ସେହିପରି ୨୦୨୧ରେ ୩ ହଜାର ୩୨୭ ଏବଂ ୨୦୨୨ରେ ୮୬୮ଟି ଦୁଷ୍କର୍ମ ମାମଲା ହୋଇଛି।ନାବାଳିକା ଦୁଷ୍କର୍ମ ମାମଲା ଉପରେ ନଜର ପକାଇଲେ ୨୦୧୯ରେ ୧ ହଜାର ୬୩୫ଟି ମାମଲା, ୨୦୨୦ରେ ୧ ହଜାର ୬୪୬ଟି ମାମଲା, ୨୦୨୧ରେ ୧ ହଜାର ୮୭୧ଟି ମାମଲା ଏବଂ ୨୦୨୨ରେ ଏପର୍ଯ୍ୟନ୍ତ ୪୩୨ଟି ନାବାଳିକା ଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି।

Related posts

ମାଲକାନଗିରିରେ ପୁଣି ବଢିଲା ତୈଳ ଦର, ୧୧୬ ଡେଇଁଲା ପେଟ୍ରୋଲ ଦାମ୍

Odisha Halchal

କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନରୁ ମୃତ୍ୟୁ ଘଟଣା: ୪ ଡାକ୍ତରଙ୍କୁ ୱାର୍ଣ୍ଣିଂ

Odisha Halchal

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଏବଂ ବିଅର ଜବତ, ୦୬ ଗିରଫ

Odisha Halchal

Leave a Comment