ଅପରାଧଓଡ଼ିଶା ଖବରନ୍ୟୁଜ୍

ଧରାପଡିଲେ ଦୁଇ ସାଇବର ଠକ

ଧରାପଡିଲେ ଦୁଇ ସାଇବର ଠକ

ଧରାପଡିଲେ ଦୁଇ ସାଇବର ଠକ । ଲୋନ୍ କରାଇଦେବା ବାହାନାରେ ଠକେଇ କରୁଥିଲେ । କଟକ ବକ୍ସିବଜାର ଅଞ୍ଚଳର ବିଜୟ କୁମାର ସିଂହଙ୍କ ଅଭିଯୋଗ ଆଧାରରେ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବିହାର ସମସ୍ତିପୁରର ମହମ୍ମଦ ସମସାଦ୍ ଉଦ୍ଦୀନ ଏବଂ ମହମ୍ମଦ ଅଫତାବ ଉଦ୍ଦୀନ ।

ମାର୍ଚ୍ଚ ୨୦୧୯ରେ ୧୧ ଲକ୍ଷ ୧୮ ହଜାର ଟଙ୍କା ଠକେଇ ନେଇ ସାଇବର ଥାନାରେ ଅଭିଯୋଗ ହୋଇଥିଲା । ଭାରତୀ ଆକ୍ସା ଲାଇଫ୍ ଇନସ୍ୟୁରାନ୍ସରେ ୫ ଲକ୍ଷ ଟଙ୍କାର ଲୋନ୍ କରାଇ ଦେବାକୁ କହିଥିଲେ । ପର୍ଯ୍ୟାୟ କ୍ରମେ ତାଙ୍କ ଆକାଉଣ୍ଟରୁ ୧୧ ଲକ୍ଷ ୧୮ ହଜାର ଟଙ୍କା ଲୁଟି ନେଇଥିଲେ ଦୁର୍ବୃତ୍ତ । ଦିଲ୍ଲୀର ଏକ କଲ୍ ସେଣ୍ଟରରେ ଦୁଇ ଅଭିଯୁକ୍ତ କାମ କରୁଥିଲେ । ନୀରିହ ଲୋକଙ୍କୁ ତାଙ୍କ କଥାରେ ଫସାଇ ଟଙ୍କା ଲୁଟୁଥିଲେ ।

ସେମାନଙ୍କ ନିକଟରୁ ୭ଟି ମୋବାଇଲ ଫୋନ, ଗୋଟିଏ ଲାପଟପ୍, ୮ଟି ସିମକାର୍ଡ, ୧୧ଟି ଏଟିଏମ୍ କାର୍ଡ, ବିଭିନ୍ନ ବ୍ୟାଙ୍କର ପାସବୁକ୍ ଓ ଚେକ୍ ବୁକ୍, ପେନ୍ ଡ୍ରାଇଭ ଓ ହାର୍ଡ ଡିସ୍କ, ଅନେକ ଲୋକଙ୍କ ତଥ୍ୟ ଜବତ କରିଛି ପୋଲିସ ।

Related posts

ଗାନ୍ଧିଧାମ୍-ପୁରୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଟକିଲା ଅଧାରାସ୍ତାରେ

Odisha Halchal

ପେନ୍ ଡ୍ରାଇଭରେ ରହିଛି ହାଇପ୍ରୋଫାଇଲ ଲୋକଙ୍କ ଭିଡିଓ

Odisha Halchal

RBI ମୁଦ୍ରାନୀତି ଘୋଷଣା: କମିବ ନାହିଁ EMI, ରେପୋ ଓ ରିଭର୍ସ ରେପୋ ରେଟ୍

Odisha Halchal

Leave a Comment