ଜୀବନଚର୍ଯ୍ୟାନ୍ୟୁଜ୍ବିଶେଷ ଖବର

ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି : ନିୟନ୍ତ୍ରଣରେ ରହିବ ରକ୍ତଚାପ, ମିଳିବ ଅନେକ ଫାଇଦା

ପ୍ରତିଦିନ ପିଅନ୍ତୁ ପଇଡ଼ ପାଣି ନିୟନ୍ତ୍ରଣରେ ରହିବ ରକ୍ତଚାପ, ମିଳିବ ଅନେକ ଫାଇଦା

ପଇଡ ପାଣି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ବିଶେଷ କରି ଗ୍ରୀଷ୍ମ, ଋତୁରେ ଯେତେବେଳେ ଶରୀରରେ ଜଳର ଅଭାବ ଦେଖାଯାଏ, ସେତେବେଳେ ପଇଡ ପାଣି ପିଇବା ନିହାତି ଆବଶ୍ୟକ । ପଇଡ ପାଣି ପିଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଥାଏ ଏବଂ ଯକୃତକୁ ମଧ୍ୟ ସୁସ୍ଥ ରଖେ। ପଇଡ ପାଣିରେ ପ୍ରଚୁର ପରିମାଣ ପିଇବା ଦ୍ବାରା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମିଳିଥାଏ। ପ୍ରତିଦିନ ପଇଡ ପାଣି ପିଇବା ଦ୍ୱାରା ଶରୀରରୁ ଅନେକ ପ୍ରକାରର ବିଷାକ୍ତ ପଦାର୍ଥ ବାହାରିଥାଏ । ଏହା ସହ ହାର୍ଟକୁ ସୁସ୍ଥ ରଖେ ଏବଂ ରକ୍ତଚାପ ନିୟନ୍ତ୍ରଣ କରିଥାଏ। ଏହା ବ୍ୟତୀତ ଓଜନ କମାଇବା ପାଇଁ ପଇଡ ପାଣି ମଧ୍ୟ ଖୁବ୍‌ ଲାଭଦାୟକ ।

ତେବେ ଚାଲନ୍ତୁ ଜାଣିବା ନଡ଼ିଆ ପାଣି ପିଇବାର କ’ଣ ଲାଭ ଜାଣ…

୧-ରକ୍ତଚାପ ନିୟନ୍ତ୍ରଣରେ ରହିଥାଏ – ଯଦି ଆପଣ ଦିନକୁ ଥରେ କିମ୍ବା ଦୁଇଥର ପଇଡ ପାଣି ପିଅନ୍ତି, ତେବେ ଏହା ଆପଣଙ୍କ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ । ନଡ଼ିଆ ପାଣିରେ ପୋଟାସିୟମ୍ ଭରପୂର ମାତ୍ରାରେ ରହିଥାଏ । ଯାହା ରକ୍ତଚାପକୁ ସ୍ୱାଭାବିକ ରଖିବାରେ ସାହାଯ୍ୟ କରିଥାଏ ।

୨-ହାର୍ଟ ପାଇଁ ଉପକାରୀ- ପଇଡ ପାଣି କୋଲେଷ୍ଟ୍ରଲ ଏବଂ ଟ୍ରାଇ-ଗ୍ଲାଇସେରାଇଡ୍ ସ୍ତରକୁ ହ୍ରାସ କରିଥାଏ । ଏହାକୁ ନିୟମିତ ପିଇଲେ ରକ୍ତ ଜମାଟ ବାନ୍ଧିବା ଏବଂ ହୃଦଘାତ କିମ୍ବା ଷ୍ଟ୍ରୋକ ହେବାର ଆଶଙ୍କା କମିଯାଏ।

୩- ଓଜନ ହ୍ରାସ କରେ- ପଇଡରେ ଅନ୍ୟ ରସ ଅପେକ୍ଷା ଚିନି ଏବଂ କାର୍ବୋହାଇଡ୍ରେଟ୍ ବହୁତ କମ୍ ଥାଏ । ଏହା ଓଜନ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ପଇଡ ପାଣି ପିଇବା ଦ୍ୱାରା ମେଟାବୋଲିଜିମ୍ ବୃଦ୍ଧି ପାଇଥାଏ ଏବଂ ଏଥିରେ ଅଳ୍ପ ପରିମାଣର କାର୍ବୋହାଇଡ୍ରେଟ୍ ଥାଏ।

୪- ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି – ପଇଡ ପାଣି ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ପଇଡ ପାଣିରେ ପ୍ରାୟ ୬୦୦ ମିଲିଗ୍ରାମ୍‌ର ପୋଟାସିୟମ୍ ମିଳିଥାଏ । ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା -୧୯ର ରୋଗୀମାନେ ପଇଡ ପାଣି ପିଇବା ନିହାତି ଆବଶ୍ୟକ ।

୫- ହଜମ ପ୍ରକ୍ରିୟାକୁ ସୁସ୍ଥ ରଖେ- ବାନ୍ତି ଏବଂ ଝାଡା ହେଉଥିବା ସମୟରେ ପଇଡ ପାଣି ପିଇବା ନିହାତୀ ଜରୁରୀ । ଏହା ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହାକୁ ପିଇବା ଦ୍ବାରା ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।

Related posts

ଆମିଙ୍କ ସହ ବ୍ରେକ୍‌ଅପ୍‌ ପରେ ଭାଙ୍ଗି ପଡିଥିଲେ ପ୍ରତୀକ ବବର

Odisha Halchal

ପ୍ରତିଦିନ ଖାଲି ପେଟରେ ପିଅନ୍ତୁ ଗୋଟିଏ ଗ୍ଲାସ୍ ପାଣି, ମିଳିବ ଏସବୁ ଫାଇଦା

Odisha Halchal

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Odisha Halchal

Leave a Comment