ଅପରାଧଓଡ଼ିଶା ଖବରନ୍ୟୁଜ୍

ହିରାନିଳା କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

ହିରାନିଳା କଲେଜ ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ଭିଜିଲାନ୍ସ ଚଢାଉ

ଆୟ ବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଘରେ ଛାପା ମାରିଛି ଦୁର୍ନିତି ନିବାରଣ ସଂସ୍ଥା। କଳାହାଣ୍ଡି ଜିଲ୍ଲାର ବିଶ୍ୱନାଥପୁରର ହିରା ନୀଳା କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଉପରେ ଓଡିଶା ଭିଜିଲାନ୍ସ ଛାପା ମାରିଛି । ହୀରା ନୀଳା ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ ବୋଲି ଜଣାପଡିଛି।

୬ ଜଣ ଡିଏସପି, ଚାରିଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଭିଜିଲାନ୍ସ ଏକକାଳୀନ ୫ଟି ସ୍ଥାନରେ କଢାଉ କରିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ଭିଜିଲାନ୍ସ, ଭବାନୀପାଟଣା ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟର ଶକ୍ତି ଉପରେ ଖୋର୍ଦ୍ଧା ଏବଂ କାଳାହାଣ୍ଡି ଜିଲ୍ଲାର ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢାଉ କରିଛି।

ମିଳିଥିବା ସୂଚନା ମୁତାବକ ଏପର୍ଯ୍ୟନ୍ତ ରମେଶଙ୍କର ଭୁବନେଶ୍ୱରର ଡୁମୁଡୁମା ହାଉସିଂ ବୋର୍ଡ କଲୋନୀରେ ଆର୍ଯ୍ୟ ପାଲୀରେ ଆବାସିକ ଘର ରହିଛି । ଏଥି ସହିତ କାଲାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବିଶ୍ୱନାଥପୁରରେ ଆବସିକ ଘର ରହିଛି । ଖୋର୍ଦ୍ଧା ଏବଂ କଳାହାଣ୍ଡିରେ ଗୋଟିଏ ଲେଖାଏଁ କ୍ରସର ରହିଛି । ତେବେ ବର୍ତ୍ତମାନ ଦୁର୍ନୀତି ନିବାରଣ ଦଳ ଦ୍ୱାରା ଅଧିକ ତଦନ୍ତ ଜାରି ରହିଛି।

Related posts

ଡ୍ରାଇଭର ମହାସଂଘ ର ଚେତାବନୀ

Odisha Halchal

ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା ଫାଇନ୍ ଗଣିଲେ ଡ୍ରାଇଭର

Odisha Halchal

ଆସନ୍ତାକାଲି ଠାରୁ ଓଡିଶାରେ ବଢିବ ଶୀତର ଲହରୀ

Odisha Halchal

Leave a Comment