19 C
Bhubaneswar
Saturday, December 5, 2020
No menu items!
Home ମୁଖ୍ୟ ଖବର କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଆତ୍ମହତ୍ୟା ଧମକ

କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ଆତ୍ମହତ୍ୟା ଧମକ

ଭୁବନେଶ୍ବର: ସ୍କୁଲ ବନ୍ଦ ପ୍ରସଙ୍ଗରେ କଂଗ୍ରେସ ବିଧାୟକ ତାରା ବାହିନୀପତି ଆତ୍ମହତ୍ୟା ଧମକ ଦେଇଛନ୍ତି। ସେ କହିଛନ୍ତି, ସରକାର ଏହି ନିଷ୍ପତ୍ତି ନ ବଦଳାଇଲେ ବାଚସ୍ପତିଙ୍କ ସମ୍ମୁଖରେ ଆତ୍ମହତ୍ୟା କରିବେ। ତାରା ବାହିନୀପତି ବେକ କାଟିଦେବେ ବୋଲି ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ, ବିଧାନସଭା ଅଧିବେଶନର ଦ୍ୱିତୀୟ ଦିନରେ ରାଜ୍ୟରେ ୟୁପି ସ୍କୁଲ ବନ୍ଦ ହେବା ନେଇ ହଟ୍ଟଗୋଳ ହୋଇଛି। ୟୁପି ସ୍କୁଲ ବନ୍ଦ ନେଇ ବାଚସ୍ପତି ରୁଲିଂ ଦେବା ପରେ ଏନେଇ ଗୃହରେ ୨ ଦିନ ଭିତରେ ଗଣଶିକ୍ଷାମନ୍ତ୍ରୀ ଉତ୍ତର ରଖିବେ।

ସ୍କୁଲ କାହିଁକି ବନ୍ଦ ହେବ, ପିଲା କୁଆଡ଼େ ଯିବେ ଏବଂ ୧୪ ହଜାର ସ୍କୁଲ ବନ୍ଦ ହେଲେ ଶିକ୍ଷକ କ’ଣ କରିବେ ସେ ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଗୃହରେ ଉତ୍ତର ରଖିବେ। ୟୁପି ସ୍କୁଲ ବନ୍ଦ ନେଇ ବିଜେପି ଓ କଂଗ୍ରେସ ସଭ୍ୟ ଗୃହର ମଧ୍ୟ ଭାଗରେ ହୋହଲ୍ଲା କରିଛନ୍ତି। ହଟ୍ଟଗୋଳ ଯୋଗୁ ଗୃହକୁ ୧୫ ମିନିଟ ପାଇଁ ମୁଲତବୀ କରାଯାଇଥିଲା। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସ୍କୁଲ ବନ୍ଦ ହେବା ପ୍ରସଙ୍ଗ ଗୃହରେ ଉଠାଇଥିଲେ। ଶିକ୍ଷା ହେଉଛି ସମସ୍ତଙ୍କ ମୌଳିକ ଅଧିକାର। ସ୍କୁଲ ବନ୍ଦ ନହେବା ନେଇ ସରକାର ନିର୍ଦ୍ଦେଶ ଦିଅନ୍ତୁ। ପିଲା ଏତେ ଦୂର କେମିତି ପଢିବାକୁ ଯିବେ। ପିଲାଙ୍କ ଭବିଷ୍ୟତ ଅନ୍ଧାରକୁ ଚାଲିଯିବ ବୋଲି ସେ କହିଥଲେ। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡ଼େ ଯିବେ ବୋଲି ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments