ଅପରାଧଓଡ଼ିଶା ଖବରନ୍ୟୁଜ୍

SBIର ନୂଆ ଗାଇଡଲାଇନ୍ କୁ ନେଇ ବିବାଦ, ୩ ମାସରୁ ଉର୍ଦ୍ଧ୍ୱ ଗର୍ଭବତୀଙ୍କୁ ଅସ୍ଥାୟୀ ଭାବେ ଅନଫିଟ୍ ଘୋଷଣା କରି ଅଡୁଆରେ ଷ୍ଟେଟ୍ ବ୍ୟାଙ୍କ

SBIର ନୂଆ ଗାଇଡଲାଇନ୍ କୁ ନେଇ ବିବାଦ, ୩ ମାସରୁ ଉର୍ଦ୍ଧ୍ୱ ଗର୍ଭବତୀଙ୍କୁ ଅସ୍ଥାୟୀ ଭାବେ ଅନଫିଟ୍ ଘୋଷଣା କରି ଅଡୁଆରେ ଷ୍ଟେଟ୍ ବ୍ୟାଙ୍କ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ନୂଆ ଗାଇଡଲାଇନ୍ କୁ ନେଇ ଜୋର ଧରିଛି ବିବାଦ । ମହିଳା ମାନଙ୍କ ପାଇଁ ଏହି ଗାଇଡଲାଇନ୍‌ରେ ପାତରଅନ୍ତର କରାଯାଇଥିବା ଅଭିଯୋଗ ଯାହାକୁ ନେଇ ଏବେ ଅଡୁଆରେ ଏସବିଆଇ ।

ସୂଚନା ଅନୂସାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗୋଟିଏ ଗାଇଡାଲଇନକୁ ନେଇ ବିବାଦ ଦେଖାଯାଇଛି । ଏହି ଗାଇଡଲାଇନ୍‌ରେ ୩ ମାସରୁ ଉର୍ଦ୍ଧ୍ୱ ଗର୍ଭବତୀଙ୍କୁ ଚାକିରିରେ ନିଯୁକ୍ତି ପାଇଁ ଅନୁମତି ମିଳିପାରିବ ନାହିଁ ବୋଲି ଉଲ୍ଲେଖ ରହିଛି । ମାତ୍ର ପିଲା ଜନ୍ମ କରିବାର ୪ ମାସ ପରେ ପୁଣି ଚାକିରୀରେ ମହିଳା ଯୋଗ ଦେଇ ପାରିବେ ବୋଲି କୁହାଯାଇଛି ।

୩ ମାସରୁ ଅଧିକ ସମୟ ଧରି ଗର୍ଭ ଧାରଣ କରିଥିବା ମହିଳାମାନଙ୍କୁ ଅସ୍ଥାୟୀ ଭାବେ ଏସବିଆଇ ଅନଫିଟ୍ ଘୋଷଣା କରାଥିବାରୁ ଏହାକୁ ନେଇ ଏବେ ବିବାଦ ଦେଖିବାକୁ ମିଳିଛି ।

ବ୍ୟାଙ୍କର ଏହି ଗାଇଡାଲାଇନକୁ ବିରୋଧ କରି ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲ ଏସବିଆଇକୁ ନୋଟିସ କରିଛନ୍ତି । ସେ ବ୍ୟାଙ୍କର ଗାଇଡଲାଇନକୁ ବେଆଇନ ଓ ପାତରଅନ୍ତର ପଦକ୍ଷେପ ବୋଲି କହିଛନ୍ତି ।

ଆଇନ ଅନୁସାରେ ମହିଳାମାନଙ୍କ ‘ମାଟର୍ଣ୍ଣିଟି ବେନିଫିଟ୍‌’ କୁଏହି ନିଷ୍ପତି ପ୍ରଭାବିତ କରିବ ବୋଲି ମଧ୍ୟ ସେ ଟ୍ୱିଟ ଯୋଗେ ଅଭିଯୋଗ କରିଛନ୍ତି ।

Related posts

ବଢିଲା ବର୍ଷା ପ୍ରିୟଦର୍ଶିନୀଙ୍କ ଅଡୁଆ, ଗିରଫ କରିପାରେ ଦିଲ୍ଲୀ ପୋଲିସ

Odisha Halchal

ପୁଣି ବଢ଼ିଲା ପେଟ୍ରୋଲ ଓ ଡିଜେଲ୍ ଦାମ୍

Odisha Halchal

ବଜ୍ରରାଜନଗର ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ

Odisha Halchal

Leave a Comment