ଅପରାଧଓଡ଼ିଶା ଖବରନ୍ୟୁଜ୍

ଘରେ ପଶି ଜବରଦସ୍ତି ଯୁବତୀଙ୍କୁ ଦୁଷ୍କର୍ମ !

ଘରେ ପଶି ଜବରଦସ୍ତି ଯୁବତୀଙ୍କୁ ଦୁଷ୍କର୍ମ !

ବାଲିପାଟଣା(ବ୍ୟୁରୋ :ଓଡିଶା ହାଲଚାଲ):- ବାଲିପାଟଣା ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଜଣେ ଯୁବକଙ୍କୁ ଅଟକ ରଖିଛି।

ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ଗତ ୧୧ ତାରିଖ ରାତି ପ୍ରାୟ ୧ଟା ବେଳେ ଅଭିଯୁକ୍ତ ଜଣଙ୍କ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା।ଏ ସଂପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ତେବେ ଅଭିଯୁକ୍ତର ଧମକ ଓ ଲୋକଲଜ୍ଜା ଭୟରେ ଯୁବତୀ ଜଣଙ୍କ ଚୁପ୍‌ ରହିଥିଲେ।

କିନ୍ତୁ ୧୯ ତାରିଖ ରାତିରେ ପୁଣି ଅଭିଯୁକ୍ତଜଣଙ୍କ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିଲା। ଏଥର ଯୁବତୀଜଣଙ୍କ ପରିବାରଲୋକଙ୍କୁ ଜଣାଇଥିଲେ। ଗତ ୨୧ ତାରିଖରେ ଏ ସଂପର୍କରେ ବାଲିପାଟଣା ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related posts

ଯୁକ୍ତ ତିନି କଲେଜରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ

Odisha Halchal

ଦୁଇ ବର୍ଷ ପରେ ଗୋପାଳପୁର ବେଳା ଭୂମି ମହୋତ୍ସବ

Odisha Halchal

ଦରଦାମ୍‌ ବୃଦ୍ଧି ନେଇ ମୁହାଁମୁହିଁ

Odisha Halchal

Leave a Comment