21 C
Bhubaneswar
Saturday, January 16, 2021
No menu items!
Home ମୁଖ୍ୟ ଖବର ବିଧାନସଭା ସମ୍ମୁଖରେ ଦମ୍ପତ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

ବିଧାନସଭା ସମ୍ମୁଖରେ ଦମ୍ପତ୍ତିଙ୍କ ଆତ୍ମାହୁତୀ ଉଦ୍ୟମ

ଭୁବନେଶ୍ବର: ବିଧାନସଭା ଫାଟକ ସମ୍ମୁଖରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଏକ ଦମ୍ପତ୍ତି ଆତ୍ମାହୁତୀ କିରାସିନି ଢାଳିହୋଇ ଆତ୍ମାହୁତୀ ଉଦ୍ୟମ କରିଛନ୍ତି। ଦେହରେ କିରାସିନି ଢାଳି ହେବାବେଳେ ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ କାବୁ କରିଛି ପୋଲିସ।

ସୂଚନା ଅନୁସାରେ, ବିଧାନସଭାର ଶୀତକାଳୀନ ଅଧିବେଶନର ମଙ୍ଗଳବାର ୫ମ ଦିନ। ବିଧାନସଭାରେ ଗୃହ କାର୍ଯ୍ୟ ଚାଲିଥିବାବେଳେ ଫାଟକ ସମ୍ମୁଖରେ ନୟାଗଡ଼ର ଦମ୍ପତ୍ତି ଦେହରେ କିରୋସିନି ଢାଳି ହୋଇ ଆତ୍ମାହୁତୀ ଉଦ୍ୟମ କରିଛନ୍ତି। ଦମ୍ପତ୍ତିଙ୍କ ଅଭିଯୋଗ ଅନୁସାରେ ତାଙ୍କ ଝିଅର ଗଳିତ ଶବ ଉଦ୍ଧାର ହୋଇଥିଲା। ତାଙ୍କ ଝିଅକୁ କେହି ଦୁଷ୍କର୍ମ କରି ମାରି ଦେଇଥିବା ଦମ୍ପତ୍ତି ଅଭିଯୋଗ କରିଥିଲେ। ଥାନାରେ ଏ ନେଇ ଅଭିଯୋଗ ମଧ୍ୟ କରିଥିଲେ। ବାରମ୍ବାର ଥାନାର ଦ୍ବାରସ୍ଥ ହେଲେ ମଧ୍ୟ ସେମାନଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନାହିଁ। ଅନେକ ନେତା, ମନ୍ତ୍ରୀ, ବିଧାୟକଙ୍କ ଦ୍ବାରସ୍ଥ ହୋଇଥିବା ମଧ୍ୟ ଦମ୍ପତ୍ତି ପ୍ରକାଶ କରିଛନ୍ତି। ଶେଷରେ ସମସ୍ତଙ୍କଠାରୁ ନିରାଶ ହେବା ପରେ ସେମାନେ ଏଭଳି ପଦକ୍ଷେପ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Most Popular

ରବିବାରର ରାଶିଫଳ…

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବ ଅନ୍ୟକୁ ଦେଇଥିବା...

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

Recent Comments