19 C
Bhubaneswar
Saturday, January 16, 2021
No menu items!
Home ମୁଖ୍ୟ ଖବର ଚାଷୀ ସମସ୍ୟା ଉପରେ ସରକାରଙ୍କ ନଜରକୁ ଆଣିବାକୁ ବୈଠକ

ଚାଷୀ ସମସ୍ୟା ଉପରେ ସରକାରଙ୍କ ନଜରକୁ ଆଣିବାକୁ ବୈଠକ

ରାୟଗଡା(ପ୍ରସାଦ ସାହୁକାର): ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପେନକାମ ଗ୍ରାମ ପଞ୍ଚାୟତ ଅଧିନ ଝରା ଗ୍ରାମର ଗୋଷ୍ଠିଖଳା ଗୃହରେ ପଂଚାୟତର ଶତାଧିକ ଚାଷୀ ଏକତ୍ରିତ ହୋଇ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ। ସେମାନେ ପ୍ରକାଶ କରିଥିଲେ ଯେ, ସେମାନେ ଦଲାଲ, ସାହୁକାର, ବେପାରୀ ଓ ଏପରିକି ସରକାରଙ୍କ ଦ୍ୱାରା ମଧ୍ୟ ବାରମ୍ବାର ଶୋଷିତ ହେଉଛନ୍ତି।

ଫସଲର ଉପଯୁକ୍ତ ମୁଲ୍ୟ ମିଳିପାରୁନି। ଧାନମଣ୍ଡିକୁ ଧାନ ବିକ୍ରି କରିବାକୁ ନେଲେ ଟାର୍ଗେଟ ସରିଯାଇଛି କହି 300ଟଙ୍କା କମ ଦରରେ ମାଗୁଛନ୍ତି, ସେହିପରି କପାମଣ୍ଡିକୁ କପାନେଲେ 500ଟଙ୍କା କମରେ ମାଗୁଛନ୍ତି। ନେବା ଆଣିବା ଭଡ଼ା ଲାଗିବା ଡରରେ ବାଧ୍ୟହୋଇ କମ ଦରରେ ବିକିବାକୁ ପଡୁଛି। ମଣ୍ଡିରେ ଫସଲର ଜଳୀୟଅଂଶ ଅଧିକ କହି ମିଲମାଲିକମାନେ ଓଜନରେ ଅଧିକ ନେଉଛନ୍ତି। ସାର କଳାବଜାରୀରେ ଅତିଷ୍ଠ ହେଉଛନ୍ତି ଚାଷୀ,ଠିକ୍ ସମୟରେ ସାର ନ ମିଳିବା,ସାର ପାଇଁ ବାରମ୍ବାର ଦୌଡ଼ିବା ଫଳରେ ଚାଷ କାମ ଠିକରୂପେ ହୋଇପାରୁନାହିଁ। ଚଢ଼ା ଦରରେ ସାର ଓ କୀଟନାଶକ କିଣିବା ଫଳରେ ସେମାନଙ୍କ କ୍ଷତି ଭରଣା ହେଉନାହିଁ।

ଋଣବୋଝରେ ଚାଷ ଛାଡି ଦାଦନ ଯିବାକୁ ବାଧ୍ୟ ହେଉଛନ୍ତି। ସାର ଓ କୀଟନାଶକ ବିକ୍ରି ଉପରେ କୃଷିବିଭାଗ କିମ୍ବା ପ୍ରଶାସନର କୌଣସି ଅଙ୍କୁଶ ନାହିଁ।ଏହିସବୁ ସମସ୍ୟା ଦୂର କରିବାକୁ ପେନକାମ ଚାଷୀ ଆଗାମୀ ଦିନରେ ରାମନାଗୁଡା ବ୍ଲକର ସମସ୍ତ ପଂଚାୟତରେ ବୈଠକ କରି ବ୍ଲକ ସ୍ତରୀୟ କମିଟି ଗଠନ କରି ଚାଷୀଙ୍କ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆଜିର ଏହି ବୈଠକରେ ଅଗ୍ରଣୀ ଚାଷୀ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ନବୀନ ପିପଳି ସଭାପତିତ୍ୱ କରିଥିବା ବେଳେ ପେନକାମ ସରପଞ୍ଚ ସମ୍ବରା ଶବର ଉପସଭାପତି ଏବଂ ଯୋଗେନ୍ଦ୍ର ନେମାଲିପୁରିଙ୍କୁ ସମ୍ପାଦକ ଦାୟିତ୍ବ ଦିଆଯାଇଛି।

 

LEAVE A REPLY

Please enter your comment!
Please enter your name here

Most Popular

ରବିବାରର ରାଶିଫଳ…

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବ ଅନ୍ୟକୁ ଦେଇଥିବା...

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

Recent Comments