28.1 C
Bhubaneswar
Saturday, June 12, 2021
No menu items!
Home ମୁଖ୍ୟ ଖବର ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଅବପାତର ରୂପ ନେବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ

ଭୁବନେଶ୍ଵର: ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେବ। ଏହା ଆହୁରି ଘନୀଭୂତ ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଫଳରେ ୨୫ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଲଘୁଚାପ ପ୍ରଭାବରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଥିବା ଘୁର୍ଣ୍ଣିବଳୟ ରବିବାରଠୁ ଘଡ଼ଘଡ଼ି ସାଙ୍ଗକୁ ବର୍ଷା କରାଇବ। ଏଥିସହ ଘନକୁହୁଡ଼ି କରାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ସୂଚନା ମୁତାବକ, ଭାରତ ମହାସାଗର ତଥା ଏହାର ସଂଲଗ୍ନ ଦକ୍ଷିଣ କେନ୍ଦ୍ରୀୟ ବଙ୍ଗୋପସାଗରରେ ଶନିବାର ସକାଳେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ଅବପାତର ରୂପ ନେବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆସନ୍ତା ୨୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ। ଏଥିସହ ଆଭ୍ୟନ୍ତରୀଣ ଓଡ଼ିଶାରେ ଏକ ଘୁର୍ଣ୍ଣିବଳୟ ରହୁଥିବାରୁ ଆସନ୍ତା ୨ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ହେବ।

ରବିବାର କଟକ, କନ୍ଧମାଳ, କଳାହାଣ୍ଡି, ରାୟଗଡା, କୋରାପୁଟ, ଗଞ୍ଜାମ, ନବରଙ୍ଗପୁର ଓ ଯାଜପୁରରେ ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ୨୩ ତାରିଖରେ ମଧ୍ୟ ୧୧ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ରହିଛି। ପାଣିପାଗ ବିଶେଷଜ୍ଞଙ୍କ ସୂଚନା ଅନୁଯାୟୀ, ନଭେମ୍ବର ମାସରେ ଅଧିକ ଶୀତ ଅନୁଭୂତ ହେବନାହିଁ। ଲଘୁଚାପ ପ୍ରଭାବରେ ରାତିର ତାପମାତ୍ରା ବିଶେଷ ହ୍ରାସ ପାଇବନାହିଁ। ୨୫ ତାରିଖରୁ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବା ସହ ପାଗ କୋହଲା ରହିବ। ଫଳରେ ଦିନର ତାପମାତ୍ରା କମିବ। ସେପଟେ ଅମଳ ହୋଇଥିବା ଧାନକୁ ବର୍ଷାରୁ ବଞ୍ଚାଇବା ଓ ସାଇତି ରଖିବା ସହ ପନିପରିବା ନ ଲଗାଇବାକୁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Most Popular

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ରାଜ୍ୟରେ ମୌସୁମୀ ବାୟୁ ପ୍ରବେଶ କରିଥିବା ବେଳେ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ଅତି...

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର:-୨୦୨୦ ଡିସେମ୍ୱର ୩ ତାରିଖରେ ଗିରଫ ହୋଇଥିଲେ । ତାପରଠୁ ଭୁବନେଶ୍ୱର ଝାରପଡ଼ା ଜେଲରେ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । ଭାବି ଜ୍ୱାଇଁ ଆକାଶ ପାଠକଙ୍କ ଟାଟାରେ ଚାକିରି ନାଁରେ ଜାଲିଆତିରେ ତାଙ୍କର...

ଚୋରା ଚାଲାଣ ହାଇଓ୍ଵାରେ ଲାଗିଲା ନିଆଁ

କଟକ:-୧୧/୦୬/୨୧ (ରିପୋର୍ଟ- ତୁଷାର ଜ୍ୟୋତି ନାୟକ)  କାଠଯୋଡ଼ି ନଦୀରୁ ରାତିଅଧିଆ ବେଆଇନ ବାଲିଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ପରେ ମଧ୍ୟ ଜିଲ୍ଲା ପ୍ରଶାସନ ନୀରବ ଥିବା ଅନୁମାନ କରାଯାଇଛି ।ବାଲିଚାଲାଣ କରୁଥିବା ଗାଡିର...

୩୯ ବର୍ଷୀୟା ମହିଳାଙ୍କ ପିଲାର ବାପା ୧୫ ବର୍ଷୀୟ ବାଳକ

ନ୍ୟୁଜିଲାଣ୍ଡ ର ୩୯ ବର୍ଷୀୟା ମହିଳାଙ୍କ ପିଲାର ବାପା ୧୫ ବର୍ଷୀୟ ବାଳକ । କିଶୋରମାନଙ୍କ ପ୍ରତି ଥିଲା ମହିଳାଙ୍କ ଅହେତୁକ ଦୁର୍ବଳତା ! ଦୁଇ ବାଳକଙ୍କ ଯୌନ ଶୋଷଣ ନେଇ ମହିଳାଙ୍କ...

Recent Comments