ଦେଶ ବିଦେଶନ୍ୟୁଜ୍ମନୋରଞ୍ଜନ

KGF ଫେମ୍ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ

KGF ଫେମ୍ ଅଭିନେତା ମୋହନ ଜୁନେଜାଙ୍କ ପରଲୋକ

କେଜିଏଫ୍ ଚାପ୍ଟର ୨ ଫେମ୍ ଅଭିନେତା ମୋହନ ଜୁନେଜାଙ୍କର ଶନିବାର ସକାଳେ ପରଲୋକ ଘଟିଛି । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ମୋହନ ଜୁନେଜା ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା । ଦର୍ଶନଙ୍କୁ ନିଜ କମେଡିରେ ହସାଉଥିବା ମୋହନ ଜୁନେଜା ଆଜି ଦର୍ଶକଙ୍କ ଆଖିରେ ଲୁହ ଦେଇ ଏ ଦୁନିଆ ଛାଡି ଚାଲିଯାଇଛନ୍ତି । ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ମିଳିଥିବା ସୂଚନା ଅନୁସାରେ ଆଜି ହିଁ ତାଙ୍କର ଅନ୍ତିମ ସଂସ୍କାର କରାଯିବ ।

ମୋହନ ଜୁନେଜା ହାସ୍ୟଅଭିନେତା ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । କେଜିଏଫରେ ସାମ୍ବାଦିକ ଆନନ୍ଦଙ୍କ ଇନଫର୍ମର ଭୂମିକାରେ ଅଭିନୟ କରିଥିଲେ । ସେ ଏହା ପୂର୍ବରୁ ତାମିଲ, ତେଲୁଗୁ, ମଲାୟାଲମ ଏବଂ ହିନ୍ଦୀ ଭାଷାର ଅନେକ ଫିଲ୍ମରେ କାମ କରିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୦୦ରୁ ଅଦିକ ଫିଲ୍ମରେ ଅଭିନୟ କରିଥିଲେ । ସେ କେଜିଏଫ୍ ଚାପ୍ଟର ୧ ଏବଂ କେଜିଏଫ୍ ଚାପ୍ଟର ୨ରେ ନଜର ଆସିଥିଲେ । ଅଭିନେତା ତଥା ହାସ୍ୟଅଭିନେତା ମୋହନ ଜୁନେଜାଙ୍କୁ ‘ଚେତଲା’ ଫିଲ୍ମରେ ବଡ ବ୍ରେକ୍ ମିଳିଥିଲା । ଏହି ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିପାରିଥିଲା ।

ମୋହନ ଜୁନେଜା ପିଲାଦିନୁ ଅଭିନେତା ହେବାକୁ ଚାହୁଁଥିଲେ । କଲେଜ ସମୟରେ ସେ ନାଟକରେ ଭାଗ ନେଉଥିଲେ । ୨୦୦୮ରେ କନ୍ନଡ ଫିଲ୍ମ ‘ସଙ୍ଗମା’ରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ କନ୍ନଡ ତାମିଲ ଫିଲ୍ମରେ ‘ଟ୍ୟାକ୍ସି ନମ୍ବର’ରେ ଅଭିନୟ କରିଥିଲେ । ୨୦୧୦ରେ ସେ କନ୍ନଡ ଭାଷା ନାଟକ ‘ନାରଦ ବିଜୟା’ରେ ତାଙ୍କ ଜଲଓ୍ବା ଦେଖାଇଥିଲେ । ମୋହନ ଜୁନେଜା ଖାସ୍‌କରି କନ୍ନଡ ଫିଲ୍ମ ପାଇଁ ଜଣାଶୁଣା ଥିଲେ । ୨୦୧୮ରେ ସେ କନ୍ନଡ ଭାଷାର ହରର୍ ଫିଲ୍ମ ‘ନିଗୁଡା’ରେ କାମ କରିଥିଲେ । ମୋହନ ଜୁନେଜାଙ୍କ ପରଲୋକରେ ତାଙ୍କ ଫ୍ୟାନ୍ସ ମହଲ ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

Related posts

ଛେଳି ଚୋରକୁ ଧରି ପୋଲିସ ରେ ଜିମାଦେଲେ

Odisha Halchal

ଆଜି ହେରା ପଞ୍ଚମୀ, ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

Odisha Halchal

ଭଲ ରୋଜଗାର ଲୋଭରେ ଫସିଯାଉଛନ୍ତି ଅନେକ ଯୁବତୀ !

Odisha Halchal

Leave a Comment