ନୂଆଦିଲ୍ଲୀ: ସୁନା ଦାମ୍ ପୁଣି ୫୦ ହଜାର ଟଙ୍କା ତଳକୁ ଖସିଯାଇଛି। ଏମସିଏକ୍ସରେ ସୁନାର ଡିସେମ୍ବର ବାଏଦା ଗତକାଲି ୪୮୫୧୩ ଟଙ୍କା ରହିଥିଲା। କିନ୍ତୁ ଆଜି ଏଥିରେ ୨୦୦ ଟଙ୍କା ସାମାନ୍ୟ ବଢିଛି। ନଭେମ୍ବରରେ ସୁନା ୪ ପ୍ରତିଶତରୁ ଅଧିକ ଶସ୍ତା ହୋଇଛି। ଗତ ଏକ ସପ୍ତାହରେ ସୁନା ଓ ରୂପା ଦାମରେ ୨.୫ ପ୍ରତିଶତ ଓ ୩.୫ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି। ସୁନା ରେକର୍ଡ ସ୍ତରରେ ପ୍ରାୟ ୮ ହଜାର ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଛି। କହିରଖୁଛୁ ୭ ଅଗଷ୍ଟ ୨୦୨୦ରେ ସୁନା ୫୬୧୯୧ ଟଙ୍କା ପ୍ରତି ୧୦ ଗ୍ରାମରେ ଥିଲା। ସେହି ମାସରେ ଅର୍ଥାତ୍ ୨୫ ଅଗଷ୍ଟରେ ସୁନା ୪୮,୫୦୦ ଟଙ୍କାକୁ ଆସିଯାଇଥିଲା। ୩ ମାସ ପରେ ପୁଣି ସୁନା ଦାମ୍ ହ୍ରାସ ପାଇ ସେହି ସ୍ଥାନରେ ପହଞ୍ଚିଛି।