21 C
Bhubaneswar
Saturday, January 16, 2021
No menu items!
Home ଜୀବନଚର୍ଯ୍ୟା ମଧୁମେହକୁ କରିପାରିବେ ନିୟନ୍ତ୍ରଣ...

ମଧୁମେହକୁ କରିପାରିବେ ନିୟନ୍ତ୍ରଣ…

ଆଜିକାଲି ମଧୁମେହ ବା ଡାଇବେଟିସ୍ ଏକ ସାଧାରଣ ରୋଗ ହୋଇଗଲାଣି । ପ୍ରତି ଘରେ କେହି ନା କେହି ଏହି ରୋଗରେ ପୀଡିତ । ବ୍ଲଡ ସୁଗରର ସ୍ତର ନିୟନ୍ତ୍ରିତ ନହେବା ଯୋଗୁଁ ମଧୁମେହ ହୋଇଥାଏ । ଯଦି ସାବଧାନତା ଅବଲମ୍ବନ କରାନଯାଏ ତେବେ ଆପଣଙ୍କ ଆଖି, କିଡନୀ ଓ ହାର୍ଟ ଉପରେ ପ୍ରଭାବ ପଡିଥାଏ ।

ଜୀବନଶୈଳୀ ଓ ଡାଇଟରେ ପରିବର୍ତ୍ତନ କରି ସହଜରେ ମଧୁମେହକୁ କଣ୍ଟ୍ରୋଲ କରିହେବ । ଯେଉଁ ଖାଦ୍ୟରେ ଗ୍ଲାଇକୋମିକ୍ ଇଣ୍ଡେକ୍ସ କମ୍ ଥିବ, ଫାଇଭର ଓ ପ୍ରୋଟିନ୍ ଅଧିକ ଥିବ ତାକୁ ସେବନ କରିବା ଉଚିତ୍ ।

-ସକାଳର ଶୁଭାରମ୍ଭ ମେଥି ପାଣିରେ କରିବା ଉଚିତ୍ । କିଛି ମେଥି ରାତିରେ ଭିଜାଇ ରଖି ଦିଅନ୍ତୁ ଏବଂ ସକାଳେ ସେହି ପାଣି ପିଅନ୍ତୁ । ମେଥି ମଞ୍ଜିରେ ଫାଇବର ମାତ୍ରା ବହୁତ ଅଧିକ ଥାଏ ଯାହାକି ସୁଗରର ଶୋଷିବା ଗତିକୁ ଧିର କରିଥାଏ । ଏହା ଆପଣଙ୍କ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

-ଭିଜା ବାଦାମକୁ ଖାଇବା ଫଳରେ ହେଲ୍ଦି ଫ୍ୟାଟ୍ ଓ ଭଲ ଗୁଣବତ୍ତା ଯୁକ୍ତ ପ୍ରୋଟିନ୍ ମିଳିଥାଏ । ଭିଜା ବାଦାମ ଚୋପାରେ ଟେନିନ୍ ଥାଏ ଯାହାକି ପୋଷକ ତତ୍ତ୍ୱର ଅବଶୋଷଣରେ ବାଧା ସୃଷ୍ଟି କରିଥାଏ ।

-ପ୍ରୋଟିନ୍ ଓ ଫାଇବର ଯୁକ୍ତ ବ୍ରେକଫାଷ୍ଟ କରନ୍ତୁ । ମଞ୍ଜି ଜାତୀୟ ଖାଦ୍ୟ ଓ ଅଣ୍ଡା ଆଦି ଖାଆନ୍ତୁ । ଅଧିକ ଫାଇବର ଯୁକ୍ତ ଖାଦ୍ୟ ଧିରେ ଧିରେ ହଜମ ହୋଇଥାଏ ଏବଂ ବ୍ଲଡ ସୁଗର ନିୟନ୍ତ୍ରିତ ହୋଇଥାଏ । ଓଟ୍ସ ଇଡଲି, ମୁଗ, ଡାଲି ଜାତୀୟ ଖାଦ୍ୟ ବ୍ରେକଫାଷ୍ଟରେ ସାମିଲ କରନ୍ତୁ ।

-ଫଲର ଜୁସ୍ ବଦଳରେ ଫଳ ସେବନ କରନ୍ତୁ । ପ୍ୟାକେଟବନ୍ଦ ଫଳର ଜୁସରେ ଅଧିକାଂଶ ଫାଇବର ବାହାରିଯାଏ ଏବଂ ସୁଗର ମାତ୍ରା ଅଧିକ ହୋଇଯାଏ । ଡାଇବେଟିସରେ ଜୁସ୍ ଆପଣଙ୍କୁ କ୍ଷତି ପହଞ୍ଚାଇପାରେ । ଏଥିପାଇଁ ଜୁସ୍ ବଦଳରେ ସିଧା ଫଳ ଖାଆନ୍ତୁ ।

-ଶରୀରରେ ଜଳୀୟଅଂଶକୁ ନିୟନ୍ତ୍ରିତ କରିବା ପାଇଁ ଲେମ୍ବୁ ପାଣି, ହର୍ବାଲ ଟି ଆଦି ସେବନ କରନ୍ତୁ । ନଚେତ୍ ଆପଣଙ୍କ ବ୍ଲଡ ସୁଗର ଅନିୟନ୍ତ୍ରିତ ହୋଇପାରେ । ଏବେ ପ୍ରତିଦିନ ସକାଳୁ ଏହି ଜିନିଷ ଉପରେ ଧ୍ୟାନ ଦିଅନ୍ତୁ ଏବଂ ମଧୁମେହକୁ କାବୁରେ ରଖନ୍ତୁ ।

LEAVE A REPLY

Please enter your comment!
Please enter your name here

Most Popular

ରବିବାରର ରାଶିଫଳ…

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବ ଅନ୍ୟକୁ ଦେଇଥିବା...

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

Recent Comments