19 C
Bhubaneswar
Saturday, January 16, 2021
No menu items!
Home ମୁଖ୍ୟ ଖବର ଭୀଷଣ ବାତ୍ୟା ହୋଇ ମାଡ଼ି ଆସୁଛି ‘ନିଭାର୍‌’

ଭୀଷଣ ବାତ୍ୟା ହୋଇ ମାଡ଼ି ଆସୁଛି ‘ନିଭାର୍‌’

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ମଙ୍ଗଳବାର ବାତ୍ୟାର ରୂପ ନେଇ ମାଡ଼ିଆସୁଛି। ବାତ୍ୟା ‘ନିଭାର୍‌’ ଚଳିତ ବର୍ଷର ଚତୁର୍ଥ ବାତ୍ୟା। ଏହାପୂର୍ବରୁ ଅମ୍ପାନ, ନିଃସର୍ଗ ଓ ଗତି ଆସିଥିଲା। ବର୍ତ୍ତମାନ ସମସ୍ତଙ୍କ ନଜର ‘ନିଭାର୍‌’ ଉପରେ ରହିଛି। ଏହାର ପ୍ରଭାବରେ ତାମିଲନାଡୁ ଓ ପୁଡୁଚେରୀରେ ବର୍ଷା ଆରମ୍ଭ ହୋଇଯାଇଛି। ଚେନ୍ନାଇରେ ବର୍ଷା ଲାଗିରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ମଙ୍ଗଳବାର ଆହୁରି ଭୀଷଣ ବର୍ଷା ହେବ। ବର୍ତ୍ତମାନ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୨୦୦ କିଲୋମିଟର ରହିପାରେ। ତାମିଲନାଡୁ ଓ ପୁଡୁଚେରୀର ଅନେକ ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। ନାବିକ ଓ ମାଛ ଧରାଳିଙ୍କୁ ସମୁଦ୍ରକୁ ନ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଝଡ଼ ଏବେ ପୁଡୁଚେରୀରୁ ୪୧୦ କିଲୋମିଟର ଦକ୍ଷିଣରେ ଓ ଚେନ୍ନାଇର ଦକ୍ଷିଣ-ପୂର୍ବରୁ ୪୫୦ କିଲୋମିଟର ଦୂରରେ ରହିଛି। ବାତ୍ୟା ଉତ୍ତର-ପଶ୍ଚିମ ଦିଗ ଦେଇ ତାମିଲନାଡୁ ଆଡକୁ ଗତି କରିବ। ଚେନ୍ନାଇରେ ସୋମବାର ସନ୍ଧ୍ୟାରୁ ବର୍ଷା ଲାଗିରହିଛି। ଅଦ୍ୟାବଧି ୭୧ ମିଲିମିଟର ବର୍ଷା ରେକର୍ଡ କରାଯଇଛି। ତାମିଲନାଡୁ, କେରଳ, ତେଲେଙ୍ଗାନା ଓ ଓଡ଼ିଶାର ଅନେକ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ତାମିଲନାଡୁରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବିଭାଗର ୩୦ଟି ଟିମ୍ ନିୟୋଜିତ ହୋଇଛନ୍ତି।

 

LEAVE A REPLY

Please enter your comment!
Please enter your name here

Most Popular

ରବିବାରର ରାଶିଫଳ…

ମେଷ: ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ଏକାଦଶ ଚନ୍ଦ୍ର ହେତୁ ଆର୍ଥିକ ଅବସ୍ଥାରେ ଉନ୍ନତି ଦେଖାଦେବ । କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି କିମ୍ବ ଅନ୍ୟକୁ ଦେଇଥିବା...

କୋଭିଡ 19 ଟିକାକରଣ କେନ୍ଦ୍ର ଭାବରେ ଉତ୍କଳ ହସ୍ପିଟାଲ ମନୋନୀତ

ଭୁବନେଶ୍ୱର: ଦେଶବ୍ୟାପୀ କୋଭିଡ ଟୀକାକରଣ ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏହାର ଅଂଶ ବିଶେଷ ଭାବରେ ଟିକିରୀର ଉସାପଡା ସ୍ଥିତ ଉତ୍କଳ ହସ୍ପିଟାଲକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଟିକିରି ଅଞ୍ଚଳ ପାଇଁ...

ରାଜ୍ୟକୁ ଫେରିଲା ଶୀତ

ଭୁବନେଶ୍ୱର: ରାଜ୍ୟକୁ ଫେରିଲା ଶୀତ । ମକର ପରେ ପୁଣି ଥରେ ଥଣ୍ଡା ଅନୁଭୂତ ହୋଇଛି । ଗତକାଲି ୯ଟି ସହରରେ ପାରଦ ୧୧ଡିଗ୍ରୀ ସେଲସିୟସ୍ ତଳେ ରହିଥିଲା । ଫୁଲବାଣୀରେ ୬...

ରାଜ୍ୟରେ ଆରମ୍ଭ ହୋଇଛି ଟୀକାକରଣ: ଫିଡ଼ବ୍ୟାକ ନେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି କରୋନା ଟିକାକରଣ । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଟିକାକରଣର ଶୁଭାରମ୍ଭ ହୋଇଛି । ପ୍ରଥମେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଟିକା ନେଇଛନ୍ତି । ଏହାପରେ ସେ...

Recent Comments