ନୂଆଦିଲ୍ଲୀ: ଆଉ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି ଭାରତ ସରକାର। ସୂଚନା ପ୍ରଯୁକ୍ତି ଆଇନର ଧାରା ୬୯(କ) ଅନୁସାରେ ଏସବୁ ବ୍ୟାନ କରାଯାଇଛି। ସ୍ନାକ ଭିଡିଓ, କ୍ୟାମକାର୍ଡ, ୱି ଡେଟ୍, ରେଲା ଆଦି ଳୋକପ୍ରିୟ ଆପ ବ୍ୟାନ ହୋଇଥିବା ସୂଚନା ମିଳିଛି। ଭାରତର ଏକତା, ଅଖଣ୍ଡତା ପ୍ରତି ବିପଦ ଥିବା କାରଣରୁ ଏହାକୁ ବ୍ୟାନ କରାଯାଇଛି।