19 C
Bhubaneswar
Friday, December 4, 2020
No menu items!
Home ମୁଖ୍ୟ ଖବର ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ବିଧାନସଭାରେ ଉପସ୍ଥାପିତ ହେଲା ଅତିରିକ୍ତ ବଜେଟ

ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହୋଇଛି। ବିରୋଧୀଙ୍କ ହଙ୍ଗାମା ଭିତରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ହୋହଲ୍ଲା ମଧ୍ୟରେ ୫ଟି ବିଲ୍ ଉପସ୍ଥାପନ ହୋଇଛି । ୨୦୨୦-୨୧ ପାଇଁ ୧୧ ହଜାର ୨ ଶହ କୋଟିର ଅତିରିକ୍ତ ବଜେଟ୍ ଉପସ୍ଥାପନ ହୋଇଛି । ପ୍ରଶାସନିକ ବ୍ୟୟବରାଦ ପାଇଁ ୨,୨୭୩ କୋଟି ଟଙ୍କା ବ୍ୟୟ ବରାଦ ବେଳେ କାର୍ଯ୍ୟକ୍ରମ ବ୍ୟୟ ବରାଦ ପାଇଁ ୭ ହଜାର ୪୩୮ କୋଟି ଟଙ୍କା ରହିଛି ।

ଏହା ସହ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧ ହଜାର ୪୮୪ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି । ସ୍ୱାସ୍ଥ୍ୟ, ଗ୍ରାମୀଣ ରୋଜଗାର, ଖାଦ୍ୟ ନିରାପତ୍ତା, ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପାଇଁ ୧୭୬୮.୭୭ କୋଟି ବ୍ୟୟ ବରାଦ ହୋଇଛି । ସେହିପରି ପଞ୍ଚାୟତିରାଜ ପାଇଁ ୨୦୪୬.୧୧ କୋଟି , ଖାଦ୍ୟ ଓ ଯୋଗାଣ ପାଇଁ ୧୦୭୮.୩୦ କୋଟି, ଅର୍ଥ ବିଭାଗ ପାଇଁ ୨୩୬୩.୦୪ କୋଟି , ଗୃହ ବିଭାଗ ପାଇଁ ୨୩୦ କୋଟି,ଶକ୍ତି ବିଭାଗ ପାଇଁ ୯୫୬ କୋଟି, ଉଚ୍ଚଶିକ୍ଷା ପାଇଁ ୧୯୩ କୋଟି ବ୍ୟୟ ବରାଦ ହୋଇଛି ।

ସେହିପରି ଆର୍ଥିକ ବ୍ୟବସ୍ଥା ଉପରେ କୋଭିଡ ମହାମାରୀର ପ୍ରଭାବ ପଡିଛି । ଚଳିତବର୍ଷର ପ୍ରଥମ ୬ ମାସରେ ୬.୫% ରାଜସ୍ୱ କିମଛି । କେନ୍ଦ୍ରୀୟ ହସ୍ତାନ୍ତର କ୍ଷେତ୍ରରେ ୬.୫% ରାଜସ୍ୱ କମିଛି । କୋଭିଡ ସତ୍ତେ୍ୱ ରାଜ୍ୟର ନିଜସ୍ୱ ଟିକସ ୧.୭ ପ୍ରତିଶତ ବୃଦ୍ଧି ପାଇଛି ।

ଆସନ୍ତାକାଲି ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଏହା ସହ ବିଜେନେସ ଆଡଭାଇଜରି କମିଟି ବୈଠକ ଡକାଇଛନ୍ତି ବାଚସ୍ପତି । ଅପରାହ୍ନ ୪ଟା ୩୦ରେ ବୈଠକ ହେବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments