ଭୁବନେଶ୍ୱର: ନବର୍ତନ ଉଦ୍ୟଗ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ଼ ର ନୂତନ ନିର୍ଦ୍ଦେଶ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଶ୍ରୀ ବିଜୟ କୁମାର ଦାସ । ଏହା ପୂର୍ବରୁ ଶ୍ରୀ ଦାସ ନିଗମ କାର୍ଯ୍ୟଳୟ ଠାରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ପ୍ରକଳ୍ପ) ଭାବେ କାର୍ଯ୍ୟକରି ଆସୁଥିଲେ। ଆର.ଆଇ.ସି ରାଉଲକେଲା (ବର୍ତ୍ତମାନର ଏନ.ଆଇ.ଟି) ରୁ ମେଡିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିବା ପରେ ଶ୍ରୀ ଦାସ 1984 ମସିହାରେ ଗ୍ରାଜୁଏଟ ଇଞ୍ଜିନିୟର ଟ୍ରେନି ଭାବେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ।
ଅନୁଗୁଳ ସ୍ଥିତ ନାଲକୋର କ୍ୟାପ୍ଟଭି ପାୱାର ପ୍ଲାଣ୍ଟରେ ବିଭିନ୍ନ ପଦ ପଦବୀରେ ସେ ପ୍ରକଳ୍ପ ପ୍ରାରମ୍ଭରୁ ସେ କାର୍ଯ୍ୟ କରି ଆସୁଥିଲେ। ନିଗମ କାର୍ଯ୍ୟଳୟ ରେ ମହା ପ୍ରବନ୍ଧକ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସଫଳତାର ସହ ନିର୍ବାହ କରିବା ପରେ କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ(ପ୍ରକଳ୍ପ)ଭାବେ କାର୍ଯ୍ୟ କରିଆସୁଥିଲେ । ନାଲୋକରେ ତାଙ୍କର ଦୀର୍ଘ ତିନି ଦସନ୍ଧି ରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ର କାର୍ଯ୍ୟ ତ୍ୱରାନ୍ୱିତ କରିବା ତଥା ନବୀକରଣ ଶକ୍ତି ପ୍ରକଳ୍ପକୁ ନୂତନ ଦିଗ ଦେବାରେ ତାଙ୍କର ଉଲେଖ ନିୟ ଅବଦାନ ରହିଛି। ସେ ନିର୍ଦେଶକ ଭାବେ ଯୋଗଦେବା ପରେ ନାଲକୋର ପରିଚାଳନା ପରିଷଦ ଆହୁରି ମଜବୁତ ହୋଇପାରିଛି।