ଧିରେ ଧିରେ ଶୀତ ଅନୁଭବ ହେବାରେ ଲାଗିଲାଣି। ଶୀତ ପଡ଼ୁଥିବାରୁ ଲୋକେ ଥଣ୍ଡା ଜାତୀୟ ଖାଦ୍ୟଠୁ ଦୂରେଇ ରହୁଛନ୍ତି। ଏମିତିକି ଶୀତଦିନେ ଦହି ଖାଇଲେ ଥଣ୍ଡା ହେବ ବୋଲି ଭାବି କିଛି ଲୋକେ ଦହି ବି ଖାଆନ୍ତି ନାହିଁ। ହେଲେ ଶୀତଦିନେ ଦହି ଖାଇଲେ ବିଭିନ୍ନ ପ୍ରକାର ଫାଇଦା ମିଳିଥାଏ….
– ଦହିରେ କ୍ୟାଲସିୟମର ମାତ୍ରା ଭରପୂର ଥାଏ। ଫଳରେ ହାଡ଼ ମଧ୍ୟ ଶକ୍ତ ହୋଇଥାଏ।
-ଡାଇଟିଙ୍ଗ୍ କରୁଥିବା ଲୋକଙ୍କ ପାଇଁ ଦହି ଲାଭପ୍ରଦ। କାରଣ ଦହି ଖାଇଲେ ଭୋକ କମ୍ ଲାଗିବା ସହିତ ଓଜନ ବୃଦ୍ଧିକୁ ରୋକି ଥାଏ।
-କେଶ ଏବଂ ତ୍ୱଚା ପାଇଁ ମଧ୍ୟ ଦହି ଲାଭଦାୟୀ। ଦହି ଖାଇବା ଦ୍ୱାରା କେଶ ଏବଂ ତ୍ୱଚା ସୁସ୍ଥ ରହିଥାଏ।
-ଖାଇବା ସହିତ କେଶ ଓ ତ୍ୱଚାରେ ମଧ୍ୟ ଆପଣ ଦହି ଲଗାଇ ପାରିବେ।
-ଭିଟାମିନ, ପୋଟାସିୟମ, ମ୍ୟାଗ୍ନେସିୟମ ଓ ପ୍ରୋଟିନରେ ଭରପୂର ଦହି ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପଯୋଗୀ।
-ଦହି ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ମଜୁବତ ହୋଇଥାଏ। ଫଳରେ ଥଣ୍ଡା କାଶ ଭଳି ସମସ୍ୟା ଦୂର ହୋଇଥାଏ। ଶୀତଦିନରେ ଫ୍ରିଜରେ ଦହି ନରଖି ଖାଇବା ଦେହ ପାଇଁ ଭଲ।