ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା ମୋଟର୍ସରେ ଚାକିରି କରିନଥିବା ସେ ସ୍ୱୀକାର କରିଛନ୍ତି। ଏହା ବ୍ୟତିତ ଚାଟାର୍ଡ ପ୍ଲେନରେ ସମ୍ପର୍କୀୟଙ୍କ ସହ ବିଦେଶ ଭ୍ରମଣ ନେଇ ମଧ୍ୟ ମାନିଛନ୍ତି। ଆକାଉଣ୍ଟରେ ଟଙ୍କା ନେଇ ବାରମ୍ବାର ବୟାନ ବଦଳାଇଛନ୍ତି ଆକାଶ। ଏନେଇ ଭିଜିଲାନ୍ସ ସୂତ୍ରରୁ ସୂଚନା ମିଳିଛି। କଟକ ଭିଜିଲାନ୍ସ କାର୍ଯ୍ୟାଳୟରେ ଏବେ ଆକାଶଙ୍କୁ ଜେରା ଚାଲିଛି। ସୂଚନାଯୋଗ୍ୟ ଯେ, ଆକାଶ ନିଜକୁ ଟାଟାର ଏମଡି କହି ସ୍କାଏ କିଙ୍ଗ ସଂସ୍ଥାରୁ ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଖାରବେଳ ଥାନାରେ ଆକାଶଙ୍କ ନାଁରେ ଅଭିଯୋଗ ମଧ୍ୟ ହୋଇଥିଲା। ଏନେଇ ଭିଜିଲାନ୍ସ ପକ୍ଷରୁ ଛାନଭିନ୍ ଜାରି ରହିଛି।