ଓଡ଼ିଶା ଖବରନ୍ୟୁଜ୍

ଶ୍ୱାସରୁଦ୍ଧ ହୋଇ ତିନି ମୃତ, ଶୋଇଥିବା ବେଳେ ବନ୍ଦ କରିନଥିଲେ ଗ୍ୟାସ୍‌

ଶ୍ୱାସରୁଦ୍ଧ ହୋଇ ତିନି ମୃତ, ଶୋଇଥିବା ବେଳେ ବନ୍ଦ କରିନଥିଲେ ଗ୍ୟାସ୍‌

ଗଜପତି ଜିଲ୍ଲା ମୋହନା ଧେପସାହିରେ ଅଭାବନୀୟ ଘଟଣା । ଶ୍ୱାସରୁଦ୍ଧ ହୋଇ ୩ଜଣଙ୍କ ମୃତ୍ୟୁ ହୋଇଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ରାତିରେ ଶୋଇଥିବା ବେଳେ ୩ଜଣଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ମୃତକମାନେ ଚାଓମିନ୍‌ ବନାଇ ବିଭିନ୍ନ ଦୋକାନରେ ଯୋଗାଉଥିଲେ । ବୁଧବାର କାମ ସରିବା ପରେ ଗ୍ୟାସ ବନ୍ଦ କରିବାକୁ ଭୁଲି ଯାଇଥିଲେ । ଯାହାଫଳରେ ରାତିରେ ଶୋଇଥିବା ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ସୂଚନା । ହେଲେ ଏବେ ଯାଏଁ ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ, ମୃତ୍ୟୁ କିପରି ହେଲା ?

ସେପଟେ ଘଟଣା ସଂପର୍କରେ ସୂଚନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ସୂଚନା ମିଳିଛି ।

Related posts

ରିୟାଲିଟି ଶୋ, ଦାଦାଗିରିରୁ ବିଦା ହେଲେ ଅନୁଭବ

Odisha Halchal

ଯବାନଙ୍କ ଗୁଳିରେ ଯବାନ ଗୁରୁତର

Odisha Halchal

ମୋଦୀଙ୍କୁ ଆଙ୍କିଥିବା ଛବି ଉପହାର ଦେଲେ କୁନି ଝିଅ

Odisha Halchal

Leave a Comment