ଓଡ଼ିଶା ଖବରନ୍ୟୁଜ୍

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଘଟଣା: ଦ୍ୱନ୍ଦ୍ୱ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ ଘଟଣା ଦ୍ୱନ୍ଦ୍ୱ ବଢ଼ାଇଲା NMA ଓ ASI ଡିଜିଙ୍କ ଚିଠି

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଚାଲିଥିବା ନିର୍ମାଣକୁ ନେଇ ବିବାଦ ଓ ଦ୍ୱନ୍ଦ୍ୱ ଲାଗି ରହିଛି। ଏହାରି ଭିତରେ NMA ଓ ASI ଡିଜିଙ୍କ ଚିଠି ଏହି ଦ୍ୱନ୍ଦ୍ୱକୁ ଆହୁରି ବଢ଼ାଇ ଦେଇଛି। NMA ପକ୍ଷରୁ ଦିଆଯାଇଥିବା NOC ବାବଦ ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରିସେପ୍ସନ ସେଣ୍ଟର, ଇନ୍ଫରମେସନ କମ୍ ଡୋନେସନ୍ କିଓସ୍କ, ଫାଷ୍ଟ ଏଡ୍ ସେଣ୍ଟର, ପୁଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ ଆଦି ନିର୍ମାଣ ଶହେ ମିଟର ନିଷିଦ୍ଧାଞ୍ଚଳର କେଉଁ ଯାଗାରେ କରାଯିବ ତାହା ପ୍ରଶାସନ ସ୍ପଷ୍ଟ କରୁ। ନଚେତ ମେଘନାଦ ପାଚେରୀ ଠାରୁ ରେଗୁଲେଟେଡ୍ ଏରିଆ ଯାହାକି ଶହେ ମିଟର ଠାରୁ ୨ ଶହ ମିଟର ମଧ୍ୟରେ ଆସୁଛି, ସେହି ଯାଗାରେ ନିର୍ମାଣ କରାଯାଉ ବୋଲି NMA ତା’ର NOC ଚିଠିରେ ଉଲ୍ଲେଖ କରିଛି।

ସେହିପରି ASI ଡିଜି ପୁରୀ ଗସ୍ତ ବେଳେ ଦେଇଥିବା ଭିଜିଟ୍ ନୋଟରେ ଉଲ୍ଲେଖ କରିଛନ୍ତି ଯେ ରିସେପସନ୍ ସେଣ୍ଟର ବା ଅଭ୍ୟର୍ଥନା କେନ୍ଦ୍ର ଯାହା ପ୍ରୋହିଭିଟେଡ୍ ଏରିଆ ଭିତରେ ଆସୁଛି, ତାକୁ ୧୦୦ ମିଟର ବାହାରେ ବା ରେଗୁଲେଟେଡ୍ ଏରିଆରେ କରାଯାଉ। ଯାହା ଶ୍ରୀମନ୍ଦିର ସୁରକ୍ଷା ପାଇଁ ଭଲ ବୋଲି ଲେଖିଛନ୍ତି ASI ଡିଡି। ତେବେ ASI ଡିଜି ଓ NMAର ଚିଠିରେ ରେଗୁଲେଟେଡ୍ ଏରିଆରେ ନିର୍ମାଣ ପାଇଁ କୁହାଯାଇଥିବାରୁ ପ୍ରଶାସନ ଶହେ ମିଟର ବାହାରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିବନି ତ ?
ଏଠି ପ୍ରଶ୍ନ ଉଠୁଛି ଯଦି ବଡବଡ ପ୍ରକଳ୍ପ ପ୍ରଶାସନ ରେଗୁଲେଟେଡ୍ ଏରିଆ ଭିତରେ ନିର୍ମାଣ କରାଯିବ ତେବେ ପ୍ରଶାସନ ଶହେ ମିଟର ବାହାରେ ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବନି ତ? ଯାହାକି ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହବ। ଏହାକୁ ନେଇ ଆଶଙ୍କାରେ ସ୍ଥାନୀୟ ବାସିନ୍ଦା ଅଛନ୍ତି।

ଅନ୍ୟପଟେ ଗତ ୭ ତାରିଖରେ ପ୍ରେସ୍‌ମିଟ୍‌ କରି ପୁରୀ ଜିଲ୍ଲାପାଳ କହିଥିଲେ, ଶହେ ମିଟର ନିଷିଦ୍ଧାଞ୍ଚଳରେ ଶୌଚାଳୟ, ପାଣି ସୁବିଧା, ବିଦ୍ୟୁତ, ଡ୍ରେନେଜ୍‌ ଭଳି ଲୋକଙ୍କ ସୁବିଧା ପାଇଁ ନିର୍ମାଣ କରିବାକୁ ଅନୁମତି ଅଛି। ତେବେ ରିସେପ୍ସନ ସେଣ୍ଟର, ଇନ୍‌ଫରମେସନ କମ୍ ଡୋନେସନ୍ କିଓସ୍କ, ଫାଷ୍ଟ ଏଡ୍ ସେଣ୍ଟର, ପୁଲିସ ସର୍ଭିସ ସେଣ୍ଟର, ଏଟିଏମ୍ କିଓସ୍କ ଭଳି ବଡ଼ ନିର୍ମାଣ ବାବଦରେ ସ୍ପଷ୍ଟ କରିନଥିଲେ। ପ୍ରକଳ୍ପ ନେଇ ଏହି ଦୁଇ ଚିଠି ଓ ପ୍ରଶାସନର ପଦକ୍ଷେପ ଉପରେ ଏବେ ସମସ୍ତଙ୍କ ନଜର ରହିଛି।

Related posts

ସ୍ଥାନୀୟ ଲୋକଙ୍କ ଦ୍ୱାରା ଚୋରକୁ ନିର୍ଧୁମ ମାଡ଼

Odisha Halchal

ପାରିବାରିକ କଳହରୁ ଆତ୍ମହତ୍ୟା

Odisha Halchal

ଆବାସ ବଣ୍ଟନରେ ଚଞ୍ଚକତା କୁ ନେଇ ବିଜେପିର ବ୍ଳକ ଘେରାଉ

Odisha Halchal

Leave a Comment