ଓଡ଼ିଶା ଖବରନ୍ୟୁଜ୍ବ୍ୟବସାୟ

ଶସ୍ତା ହେବ ଖାଇବା ତେଲ ! ଆମଦାନୀ ଶୁଳ୍କକୁ ଆହୁରି ହ୍ରାସ କରିବା ଯୋଜନାରେ ସରକାର

 ଆଗାମୀ କିଛି ଦିନରେ ଶସ୍ତା ହୋଇପାରେ ଖାଇବା ତେଲ। ସରକାର ଖାଇବା ତେଲ ଉପରେ ଆମଦାନୀ ଶୁଳ୍କ ହ୍ରାସ କରିବାକୁ ଯୋଜନା କରୁଛନ୍ତି । ସୂତ୍ର ଅନୁସାରେ ଖାଇବା ତେଲ ଉପରେ ଲାଗୁ ହେଉଥିବା ଦୁଇଟି ସେସରେ ହ୍ରାସ କରିବାକୁ ଯୋଜନା ରଖିଛନ୍ତି। ଏହାଛଡା ସରକାର ଖାଇବା ତେଲର ଆମଦାନୀ ଶୁଳ୍କ ଉପରେ ବର୍ତ୍ତମାନର ହ୍ରାସକୁ ସେପ୍ଟେମ୍ୱର ଯାଏଁ ବଢାଇବାକୁ ଯୋଜନା କରୁଛନ୍ତି।

ଖାଇବା ତେଲ ଆମଦାନୀ ଉପରେ ବର୍ତ୍ତମାନ ୫.୫ ପ୍ରତିଶତ ଶୁଳ୍କ ରହିଛି। ସରକାର କିଛି ମାସ ତଳେ ଏହାକୁ ୮.୫ରୁ ହ୍ରାସ କରି ୫.୫ ପ୍ରତିଶତ କରିଥିଲେ। ବର୍ତ୍ତମାନର ଟ୍ୟାକ୍ସରେ ବେସିସ୍ କଷ୍ଟମ ଡ୍ୟୁଟି ସାମିଲ ନୁହେଁ । ସମସ୍ତ ଖାଇବା ତେଲ ଆମଦାନୀ ଉପରେ କଷ୍ଟମ ଡ୍ୟୁଟି ଶୂନ ରହିଛି। ଏହା ପରିବର୍ତ୍ତେ ଦୁଇଟି ସେସ୍ ଲାଗୁ କରାଯାଇଛି। ଏଗ୍ରୀକଲଚର ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ସେସ୍ ଏବଂ ସୋଶଲ ୱେଲଫେୟାର ସେସ୍ ସାମିଲ ରହିଛି।

ଗତ ଫେବ୍ରୁଆରୀ ୧୩ ତାରିଖରେ କେନ୍ଦ୍ର ସରକାର ଏଗ୍ରୀକଲଚର ଇନଫ୍ରାଷ୍ଟ୍ରକଚର ଡେଭଲପମେଣ୍ଟ ସେସ୍ ହ୍ରାସ କରି ୫ ପ୍ରତିଶତ କରିଥିଲେ। ଏହାପରେ ଖାଇବା ତେଲ ଉପରେ ଲାଗୁ ହେଉଥିବା ଆମଦାନୀ ଶୁଳ୍କ ୮.୨୫ ପ୍ରତିଶତରୁ ହ୍ରାସ ହୋଇ ୫.୫ ପ୍ରତିଶତ ହୋଇଥିଲା। ୨୦୨୨ ସେପ୍ଟେମ୍ୱର ଯାଏଁ ଏହା ଲାଗୁ ରହିବ।

ସେଣ୍ଟ୍ରାଲ ବ୍ୟୁରୋ ଅଫ ଇନଡାଇରେକ୍ଟ ଟ୍ୟାକ୍ସ ଏବଂ କଷ୍ଟମର ଅଧିକାରୀ କହିଛନ୍ତି ଏହି ସେସକୁ ଆହୁରି କମ କରିବା ପାଇଁ ଯୋଜନା କରୁଛନ୍ତି ସରକାର। ସେ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧ ଏବଂ ଅନ୍ୟ ପରିସ୍ଥିତି ଯୋଗୁଁ ବୈଶ୍ୱିକ ସ୍ତରରେ ଖାଇବା ତେଲର ଉତ୍ପାଦନ ଏବଂ ଯୋଗାଣରେ ପଡିଛି। ଫଳରେ ଏହାର ମୂଲ୍ୟରେ ବୃଦ୍ଧି ଘଟିଛି। ଦର ବୃଦ୍ଧିର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଯେପରି ନପଡିବ ସେନେଇ ସରକାର ୨୦୨୧ ଅକ୍ଟୋବର ମାସରେ ଶୁଳ୍କରେ ହ୍ରାସ କରିଥିଲେ, ଯାହା ସେପ୍ଟେମ୍ୱର ୨୦୨୨ ଯାଏଁ ଲାଗୁ ରହିବ।

Related posts

ସରକାରଙ୍କୁ ୩୦,୩୦୭ କୋଟି ଟଙ୍କାର ଲାଭାଂଶ ଦେବ ଆରବିଆଇ, ବୋର୍ଡ ଦେଲା ମଞ୍ଜୁରୀ

Odisha Halchal

TPWODL କୋମନା ବିଦ୍ୟୁତ ବିଭାଗ ତରଫରୁ ଏକକାଳୀନ ବକେୟା ପରିଶୋଧ ଯୋଜନା

Odisha Halchal

ଏପ୍ରିଲରେ ବିବାହ କରିପାରନ୍ତି ଆଲିଆ-ରଣବୀର! ବଲିଉଡ୍‌ରେ ଚର୍ଚ୍ଚା ଜୋର

Odisha Halchal

Leave a Comment