ଅପରାଧଓଡ଼ିଶା ଖବରନ୍ୟୁଜ୍

ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ

ମାଓବାଦୀଙ୍କ ପୁଲିସ ନିକଟରେ ଆତ୍ମସମର୍ପଣ

ମାଲକାନଗିରି:- (ରିପୋର୍ଟ-କ୍ରିଷ୍ଣପଦୋ ରାୟ) ପୁଲିସ ସମ୍ମୁଖରେ ସକ୍ରିୟ ନକ୍ସଲ ବନ୍ତାଲା ରାଜୁ ଓରଫ ସାଗରଙ୍କ ଆତ୍ମସମର୍ପଣ।୨୦୧୬ ମସିହାରୁ ପ୍ରତିବନ୍ଧିତ ମାଓ ସଂଗଠନରେ ସାମିଲ ହୋଇଥିଲେ। ବର୍ତମାନ ସେ ଏଓବିଏସଜେଡସିର ପେଦାବାଇଲୁ କୋରୁକୋଣ୍ଡା ଏରିଆ କମିଟି ପୂର୍ବ ବିଶାଖା ଡିଭିଜନରେ ପାର୍ଟି ମେମ୍ବର ଭାବେ କାର୍ଯ୍ୟରତ ଥିଲେ।

ତାଙ୍କ ମୁଣ୍ଡରେ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା।ମାଓ ସଂଗଠନ ଦ୍ଵାରା ବିଭିନ୍ନ ସମୟରେ ଅନ୍ୟ ମାଓବାଦୀଙ୍କ ଦ୍ବାରା ନିର୍ଯ୍ୟାତିତ ହେବା ପରେ , ସରକାରଙ୍କ ଆତ୍ମସମର୍ପଣ ନୀତି , ସ୍ବାଭିମାନ ଅଞ୍ଚଳରେ ବିଭିନ୍ନ ବିକାଶ କାର୍ଯ୍ୟରେ ପ୍ରଭାବିତ ହୋଇ , ଯନ୍ତାପାଇ , ହନ୍ତାଳଗୁଡା , ଯୋଡାଆମ୍ବ , ଗୋରାସେତୁ , ଅଣ୍ଡ୍ରାହାଲ , ମୁଦୁଲିପଡା , ଘନବେଢା ଏବଂ ଯନ୍ତ୍ରୀ ଭଳି ନକ୍ସଲ ପ୍ରବଣ ଅଞ୍ଚଳରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ମାଓବାଦୀମାନଙ୍କ ମନ ପରିବର୍ତ୍ତନ ହେଉଛି।

ପୁଲିସର ବାରମ୍ବାର ଚାପ ପ୍ରୟୋଗ ଫଳରେ ମାଓବାଦୀ ମାନେ ଆତ୍ମସମର୍ପଣ କରିବା ପାଇଁ ବାଧ୍ୟ ହେଉଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ଏସପି ନିତେଶ ବାଧଓ୍ବାନୀ ଏବଂ ବିଏସଏଫ ଡ଼ିଆଇଜି ଏସ.କେ ସିହ୍ନା ପ୍ରକାଶ କରିଛନ୍ତି।

Related posts

ଆଜିର ଅପଟୁଡେଟ ଖବର

Odisha Halchal

ଚନ୍ଦାହାଣ୍ଡି ଘାଟିରେ ଦୁର୍ଘଟଣା, ଓଲଟିଲା ବାଜା ପାର୍ଟି ପିକଅପ୍‌ ଗାଡ଼ି, ୯ ଗୁରୁତର

Odisha Halchal

ଯନ୍ତ୍ରଣାରେ ଛଟପଟ ହେଉଛି ଗୁଳିବିଦ୍ଧ ଦନ୍ତା, ଖାଉନି ଖାଦ୍ୟ

Odisha Halchal

Leave a Comment