ଅପରାଧଦେଶ ବିଦେଶନ୍ୟୁଜ୍

ମହିଳାଙ୍କୁ ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ରଡ଼ ପୂରାଇଦେଲେ

ମହିଳାଙ୍କୁ ଦୁଷ୍କର୍ମ ପରେ ପ୍ରାଇଭେଟ୍ ପାର୍ଟରେ ରଡ଼ ପୂରାଇଦେଲେ

ଜଣେ ୫୬ ବର୍ଷୀୟ ଅସୁସ୍ଥ ମହିଳାଙ୍କୁ ଦୁଷ୍କର୍ମ ପରେ ତାଙ୍କ ପ୍ରାଇଭେଟ ପାର୍ଟରେ ରଡ଼ ପୂରାଇ ଦିଆଯାଇ ଥିବା ଅଭିଯୋଗ ହୋଇଛି । ଫଳରେ ସମ୍ପୃକ୍ତ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଛତିଶଗଡ଼ର ଜଞ୍ଜଗିରି-ଚମ୍ପା ଜିଲ୍ଲାରେ ଏହି ଲଜ୍ଜାଜନକ ଘଟଣା ଘଟିଛି। ଏପ୍ରିଲ ୫ ଓ ୬ ମଧ୍ୟ ରାତ୍ରିରେ ଏହି ଅଭାବନୀୟ ଘଟଣା ଘଟିଛି।

ମହିଳା ଜଣକ ଏକ ତେଜରାତି ଦୋକାନ ଆଗରେ ପଡ଼ିଥିବା ବେଞ୍ଚରେ ଶୋଇଥିବା ବେଳେ ଅଭିଯୁକ୍ତ ଜଣକ ଏଭଳି ଅମାନବୀୟକାଣ୍ଡ ଘଟାଛନ୍ତି। ଦାଭାରା ପୁଲିସ ଷ୍ଟେସନ ଅଧୀନରେ ଏହି ଘଟଣା ଘଟିଛି। ଅଭିଯୁକ୍ତ ଜଣକ ହେଛନ୍ତି କ୍ରିଷ୍ଣା ଯାଦବ(୩୧)। ତାଙ୍କୁ ଗୁରୁବାର ଗିରଫ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରୁ ମହିଳାଙ୍କୁ ଦୁଷ୍କର୍ମ ପରେ ଅକଥନୀୟ ଶାରୀରିକ ନିର୍ଯାତନା ଦିଆଯାଇଥିବା ସ୍ପଷ୍ଟ ହୋଇଛି।

ଗତ ଏପ୍ରିଲ ୫ ତାରିଖରେ ଯାଦବ ସମ୍ପୃକ୍ତ ମହିଳାଙ୍କୁ ସ୍ଥାନୀୟ ଏକ ଜଗାକୁ ଜୋରଜବରସ୍ତ ଉଠାଇ ନେଇ ତାଙ୍କ ପ୍ରତି ପାଶବିକ ଅତ୍ୟାଚାର କରିଥିଲା। ଦୁଷ୍କର୍ମ ପରେ ତାଙ୍କ ମଥାକୁ ଏକ ପଥରରେ ଛେଛିବା ସହ ତାଙ୍କ ପ୍ରାଇଭେଟ ପାର୍ଟରେ ଏକ ଲୁହା ରଡ଼ ପୂରାଇ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ପରେ ଅଭିଯୁକ୍ତ ଯାଦବ ରକ୍ତ ଜୁଡ଼ୁବୁଡ଼ୁ ଲୁହା ରଡ଼କୁ ନିକଟରେ ଏକ କଲଭର୍ଟ ପାଖକରେ ଫୋପାଡ଼ି ଦେଇଥିବା ପୁଲିସ କହିଛି।

Related posts

ପୋଲିସ ଦ୍ୱାରା ଜନସମ୍ପର୍କ ଶିବିର

Odisha Halchal

ସୁବର୍ଣ୍ଣପୁର ବନଖଣ୍ଡରେ ଗଜ ସାଥି କାର୍ଯ୍ୟକ୍ରମ

Odisha Halchal

ଅଦିନିଆ ବର୍ଷାରେ ରାସ୍ତା ଶୋଚନୀୟ

Odisha Halchal

Leave a Comment