ଓଡ଼ିଶା ଖବରନ୍ୟୁଜ୍ମନୋରଞ୍ଜନ

ଭାଇରାଲ ହେଉଛି ଅଡିଓ- ସବୁବେଳେ କାହିଁକି ରାଗୁଛୁ, SORRY, LOVE YOU

ଭାଇରାଲ ହେଉଛି ଅଡିଓ- ସବୁବେଳେ କାହିଁକି ରାଗୁଛୁ, SORRY, LOVE YOU

ବାବୁଶାନ- ପ୍ରକୃତି ଓ ତୃପ୍ତି ବିବାଦ ଥମିବା ନାଁ ଧରୁନି। ବାବୁଶାନଙ୍କ ଘର ବାହୁଡ଼ା ପରେ ଧୀରେ ଧୀରେ ଏହି ହାଇଡ୍ରାମାରେ ଯବନିକା ପଡ଼ିବା ପରି ଲାଗୁଥିବା ବେଳେ ପୁଣି ଥରେ ଆସିଛି ଆଉ ଏକ ନୂଆ ଟୁଇଷ୍ଟ । ଆଜି ଏକ ଅଡିଓ ସୋଶାଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏଥିରେ ଜଣେ ଯୁବତୀ ଓ ଯୁବକଙ୍କ ସ୍ୱର ଶୁଣିବାକୁ ମିଳୁଛି । ଏହା ବାବୁସାନ-ପ୍ରକୃତିଙ୍କ ବାର୍ତ୍ତାଳପର ଅଡିଓ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାର ସତ୍ୟତା ଜଣାପଡ଼ିନି।

ଏଥିରେ ଯୁବକଜଣକ କହୁଛନ୍ତି, ତୁ କାହିଁକି ସବୁବେଳେ ରାଗୁଛୁ। ଯୁବତୀଜଣଙ୍କ କହୁଛନ୍ତି, ମୋ’ ଶରୀର ବଥା କରୁଛି, କଷ୍ଟ ସହିପାରୁନି, ତୁ ସେଇଟା ବୁଝି ପାରିବୁନି । ଏହା ଶୁଣି ଯୁବକଜଣକ କହୁଛନ୍ତି , ମୁଁ କ’ଣ କଲି , ମୁଁ ସବୁ ବୁଝି ପାରୁଛି, ତୁ ଭ୍ୟାକ୍ସିନ ନେଉଛୁ ବୋଲି କଷ୍ଟ ହେଉଛି। ତୁ କାନ୍ଦନି, ତୁ କ’ଣ ଖାଇ ରେଷ୍ଟ ନେ ବୋଲି କହୁଥିବା ଶୁଣିବାକୁ ମିଳୁଛି। ଏହାବାଦ ସେ ଯୁବତୀଜଣଙ୍କୁ ତୋ ଗୋଡ଼ ଧରି SORRY କହୁଛି ବୋଲି ଶୁଣିବାକୁ ମିଳୁଛି। ଏଥିସହ ଯୁବତୀଜଣକ I LOVE YOU ବୋଲି କହୁଥିବା ବେଳେ ଯୁବକଜଣକ ମଧ୍ୟ ପ୍ରତ୍ୟୁତ୍ତରରେ LOVE YOU ବୋଲି କହୁଛନ୍ତି। ଉଭୟଙ୍କ ସ୍ୱରରୁ ଏହା ବାବୁଶାନ୍‌ ଓ ପ୍ରକୃତିଙ୍କ ବାର୍ତ୍ତାଳପର ଅଡିଓ ହୋଇଥାଇପାରେ ବୋଲି ଚର୍ଚ୍ଚା ଚାଲିଥିବା ବେଳେ ଏ ନେଇ କିନ୍ତୁ ଉଭୟଙ୍କ ତରଫରୁ କିଛି ସ୍ପଷ୍ଟୀକରଣ ଦିଆଯାଇନି।

ଚେନ୍ନାଇରୁ ଗତ ବୁଧବାର ଭୁବନେଶ୍ୱର ଫେରିଥିବା ବାବୁଶାନ ଗତକାଲି ନିଜ ମା’ ଅପରାଜିତାଙ୍କ ସହ ଘର ବାଲକୋନିକୁ ଆସି ଫ୍ୟାନ୍ସ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖା ଦେଇଥିଲେ। ଫ୍ୟାନ୍‌ଙ୍କୁ ବାବୁଶାନ କହିଥିଲେ, ପରିବାର ପାଖରେ ଥିବାରୁ ଖୁସି ଅଛି। ଠିକ ସମୟରେ ଠିକ କଥା କହିବି। ଏହା ସହିତ ସମସ୍ତଙ୍କୁ ସେ ଧନ୍ୟବାଦ ଜଣାଇଥିଲେ। ଅନ୍ୟପକ୍ଷରେ ବାବୁଶାନଙ୍କ ମାଆ ଅପରାଜିତା କହିଥିଲେ, ଦେହ ଅସୁସ୍ଥ ଥିବାରୁ ଏବେ କିଛି କହିବେ ନାହିଁ। ଦୁଇ ଦିନ ପରେ ଗଣମାଧ୍ୟମକୁ ଭେଟି ସବୁ କଥା କହିବୁ ।

ଏହାବାଦ ଭୁବନେଶ୍ୱର ଫେରିବାର ୨ ଦିନ ପରେ ବି ପତ୍ନୀ ଓ ପୁଅଙ୍କୁ ଦେଖା କରିବାକୁ ବାବୁଶାନ ଯାଉ ନ ଥିବା ବେଳେ ଉଭୟଙ୍କ ସମ୍ପର୍କକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଦେଖାଦେଇଛି ସସ୍‌ପେନ୍ସ । ହେଲେ ଏହି ଘଟଣାକୁ ନେଇ ବାବୁଶାନ ଅନୁତାପ କରୁଛନ୍ତି, ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି ବୋଲି ଗତକାଲି କହିଥିଲେ ବାବୁଶାନଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ । ଏଭଳି ଘଟଣା ଆଉ ଆଗକୁ ହେବନି ବୋଲି ବାବୁଶାନ ଗତକାଲି ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିବା ବେଳେ ଆଜି ଏପରି ଭିଡିଓ ଭାଇରାଲ ହେବା ପରେ ଘଟଣା କେଉ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ଆଖି।

Related posts

ଦୁଇ ମାସ ବିତି ଯାଇଥିଲେ ବି ବାହାରୁନାହିଁ ସତ୍ୟା ସତ୍ୟ

Odisha Halchal

ବାତ୍ୟା: ପୁରୀ ଠାରୁ ୭୪୦କିମି ଦୂରରେ ‘ଅସାନି’,

Odisha Halchal

ଆଗାମୀ ୨୪ ଘଣ୍ଟାରେ ସୃଷ୍ଟି ହେବ ଲଘୁଚାପ

Odisha Halchal

Leave a Comment