ଓଡ଼ିଶା ଖବରନ୍ୟୁଜ୍

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ! ରେଳଧାରଣାରୁ ମିଳିଲା ମୃତଦେହ

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ! ରେଳଧାରଣାରୁ ମିଳିଲା ମୃତଦେହ

ଓଡିଆ ନବବର୍ଷରେ ଅଘଟଣ । ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଞ୍ଚଳରେ ଠାବ ହୋଇଛି ମୃତଦେହ । ଜିଆର୍‌ପି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ବୁର୍ଲା ଆ.କଟାପାଲି ନିକଟସ୍ଥ ରେଲଓ୍ୱେ ଓଭରବ୍ରିଜ୍‌ ନିକଟରେ ପ୍ରେମୀଯୁଗଳଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଉଭୟ ଆତ୍ମହତ୍ୟା କରିଥିବା ସୂଚନା ମଧ୍ୟ ମିଳିଛି । ତେବେ ଏବେ ଯାଏଁ ମୃତକଙ୍କ ପରିଚୟ ମିଳିନଥିବା ବେଳେ ମୃତଦେହ ନିକଟରେ ଗୋଟିଏ ହେଲ୍‌ମେଟ୍‌ ଓ ବାଇକ୍‌ ପଡିଥିବାର ଦେଖିବାକୁ ମିଳିଛି ।

ସେପଟେ ଘଟଣା ସଂପର୍କରେ ଖବର ପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ । ତେବେ କଣ ପାଇଁ ଉଭୟ ଆତ୍ମହତ୍ୟା କଲେ, ନା ତା ପଛରେ ଆଉ କଣ କାରଣ । ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ ।

Related posts

ମଙ୍ଗଳବାରଠୁ କମିବ ‘ଅସାନୀ’ ପ୍ରକୋପ, ଦିଗ ବଦଳିବା ସହ ହେବ ଦୁର୍ବଳ

Odisha Halchal

ରକ୍ତ ସମ୍ପର୍କରେ ପାପର ଛିଟା, ଝିଆରୀକୁ ଗର୍ଭବତୀ କଲା କକା

Odisha Halchal

ପଲିଥିନ୍ ତଳେ ଗଢ଼ା ଚାଲିଛି ଭବିଷ୍ୟତ

Odisha Halchal

Leave a Comment