ଜୀବନଚର୍ଯ୍ୟାଦେଶ ବିଦେଶନ୍ୟୁଜ୍

ଦୌଡୁଛି ବଜାର, ସୁଧୁରୁଛି ଅର୍ଥବ୍ୟବସ୍ଥା ! ଏପ୍ରିଲରେ ସର୍ବକାଳୀନ ୧.୬୮ ଲକ୍ଷ କୋଟି ଜିଏସଟି ସଂଗ୍ରହ

ଦୌଡୁଛି ବଜାର, ସୁଧୁରୁଛି ଅର୍ଥବ୍ୟବସ୍ଥା ! ଏପ୍ରିଲରେ ସର୍ବକାଳୀନ ୧.୬୮ ଲକ୍ଷ କୋଟି ଜିଏସଟି ସଂଗ୍ରହ

କରୋନା ମାଡରୁ ଧିରେ ଧିରେ ମୁକୁଳୁଛି ଦେଶର ଅର୍ଥବ୍ୟବସ୍ଥା। ଏପ୍ରିଲ ମାସ ସରକାରଙ୍କୁ ଦେଇଛି ଆଶ୍ୱସ୍ତିକର ଖବର । ଏପ୍ରିଲରେ ଜିଏସଟି ସଂଗ୍ରହ ନିଜର ସବୁ ପୁରଣା ରେକର୍ଡକୁ ଭାଙ୍ଗିଛି। ଗତ ମାସରେ ଜିଏସଟି ସଂଗ୍ରହ ୧.୬୮ ଲକ୍ଷ କୋଟି ଟଙ୍କା ହୋଇଛି । ଦେଶରେ ଜିଏସଟି ଲାଗୁ ହେବା ଏବେ ପ୍ରଥମଥର ପାଇଁ ଜିଏସଟି ସଂଗ୍ରହ କୌଣସି ଏକ ମାସରେ ୧.୫୦ ଲକ୍ଷ କୋଟି ପାର କରିଛି। ରବିବାର କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏପ୍ରିଲର ଜିଏସଟି ସଂଗ୍ରହ ବାବଦରେ ସୂଚନା ଦିଆଯାଇଛି।

ଅର୍ଥମନ୍ତ୍ରଣାଳୟର ତଥ୍ୟ ଅନୁସାରେ ମାର୍ଚ୍ଚରେ ଜିଏସଟି ସଂଗ୍ରହ ୧.୪୨ ଲକ୍ଷ କୋଟି ଟଙ୍କା ରହିଥିଲା। ଏପ୍ରିଲରେ ଜିଏସଟି ସଂଗ୍ରହ ୨୬ ଲକ୍ଷ କୋଟି ଟଙ୍କା ଅଧିକ ରହିଛି। ଦେଶର ଅର୍ଥବ୍ୟବସ୍ଥା ଦୃଷ୍ଟିରୁ ଏହା ଭଲ ସଂକେତ।

ଏପ୍ରିଲରେ ଜିଏସଟି ସଂଗ୍ରହ ୧,୬୭,୫୪୦ କୋଟି ଟଙ୍କା ରହିଛି । ଏଥିରେ କେନ୍ଦ୍ରୀୟ ଜିଏସଟି ୩୩,୧୫୯ କୋଟି ଟଙ୍କା, ରାଜ୍ୟ ଜିଏସଟି ୪୧,୭୯୩ କୋଟି ଟଙ୍କା ରହିଛି । ଦ୍ରବ୍ୟ ଆମଦାନୀ ଉପରେ ୩୬,୭୦୫ କୋଟି ଟଙ୍କା ସଂଗ୍ରହ ସହ ଆଇଜିଏସଟି ୮୧,୯୩୯ କୋଟି ଟଙ୍କା ଏବଂ ସେସ୍ ବାବଦକୁ ୧୦,୬୪୯ କୋଟି ଟଙ୍କା ସଂଗ୍ରହ ହୋଇଛି। ଚଳିତ ମାସର ରାଜସ୍ୱ ସଂଗ୍ରହ ପୂର୍ବ ବର୍ଷ ସମାନ ମାସଠାରୁ ୨୦ ପ୍ରତିଶତ ଅଧିକ ରହିଛି।

୨୦୨୨ ମାର୍ଚ୍ଚରେ ମୋଟ ୭.୭ କୋଟି ଇ-ୱେ ବିଲସୃଷ୍ଟି ହୋଇଥିଲା। ଫେବ୍ରୁଆରୀରେ ଏହି ସଂଖ୍ୟା ୬.୮ କୋଟି ରହିଥିଲା, ମାର୍ଚ୍ଚରେ ଏଥିରେ ୧୩ ପ୍ରତିଶତ ବୃଦ୍ଧି ହୋଇଛି। ଏହା ଦେଶରେ ଦ୍ରୁତ ଗତିରେ ଆଗକୁ ବଢୁଥିବା ବ୍ୟବସାୟୀକ ଗତିବିଧିକୁ ଦର୍ଶାଉଛି । ଚଳିତ ବର୍ଷ ଏପ୍ରିଲରେ ଜିଏସଟିଆର-୩ବିରେ ୧.୦୬ କୋଟି ଜିଏସଟି ରିଟର୍ଣ୍ଣ ଦାଖଲ କରାଯାଇଛି। ୨୦୨୧ ଏପ୍ରିଲରେ ମୋଟ ୯୨ ଲକ୍ଷ ରିଟର୍ଣ୍ଣ ଦାଖଲ କରାଯାଇଛି।

Related posts

ସ୍କୁଲରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ପୁରୁଷ କର୍ମଚାରୀ ବିଚ୍‌ ରାସ୍ତାରେ ହାତାହାତି

Odisha Halchal

ତିନି ବର୍ଷର ଶିଶୁ ପୁଅର ମୁଣ୍ଡ କାଟି ହତ୍ୟା କଲା ମା

Odisha Halchal

ଜଙ୍ଗଲ ନିଆଁ ର ଭୟ ଓ ଖାଦ୍ୟ ଅନ୍ବେଷଣ ପାଇଁ ଗାଁ ମୁହାଁ ଭାଲୁ

Odisha Halchal

Leave a Comment