ଅପରାଧଦେଶ ବିଦେଶନ୍ୟୁଜ୍

ଛାଡି ଚାଲିଗଲା ପତ୍ନୀ, ପ୍ରେମିକା ବି ଦେଲା ଧୋକ୍କା : ଯୁବତୀକୁ ଗୁଳିକରି ନିଜେ କଲା ଆତ୍ମହତ୍ୟା

ଛାଡି ଚାଲିଗଲା ପତ୍ନୀ, ପ୍ରେମିକା ବି ଦେଲା ଧୋକ୍କା ଯୁବତୀକୁ ଗୁଳିକରି ନିଜେ କଲା ଆତ୍ମହତ୍ୟା

ରାଜସ୍ଥାନ ପାଲିରେ ଘଟିଛି ଅଭାବନୀୟ ଘଟଣା । ଜଣେ ବ୍ୟକ୍ତି ଜଣେ ଯୁବତୀଙ୍କୁ ଗୁଳିମାରି ହତ୍ୟା କରିବା ପରେ ନିଜକୁ ଗୁଳି କରିଦେଇଛନ୍ତି ।ପୋଲିସ ଘଟଣାସ୍ଥଳରୁ ସୁଇସାଇଡ୍ ନୋଟ୍ ଜବତ କରିଛି । ଏହାସହ ଦୁଇ ଜଣଙ୍କୁ ଗିରଫ ମଧ୍ୟ କରିଛି । ଗିରଫ ଦୁଇ ଜଣ ସଂପୃକ୍ତ ବ୍ୟକ୍ତିଙ୍କୁ ଯୁବତୀଙ୍କ ଘରକୁ ନେଇଯାଇଥିଲେ ।

ସୂଚନା ଅନୁସାରେ ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ଛାଡିଚାଲିଯାଇଥିଲେ । ଏହାପରେ ସଂପୃକ୍ତ ଯୁବତୀଙ୍କୁ ବ୍ୟକ୍ତି ଜଣଙ୍କ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ଯୁବତୀ ଜଣଙ୍କ ତାଙ୍କ ପ୍ରସ୍ତାବକୁ ସ୍ବୀକାର କରିନଥିଲେ । ବ୍ୟକ୍ତିଙ୍କୁ ଲାଗୁଥିଲା ଯେ, ସଂପୃକ୍ତ ଯୁବତୀଙ୍କ ଅନ୍ୟ କାହା ସହ ସମ୍ପର୍କ ରହିଛି ।

ପୋଲିସର ସୂଚନା ଅନୁସାରେ ୩୦ ବର୍ଷ ବୟସ୍କ ଛଗନ ବଞ୍ଜାରା ୨୩ ବର୍ଷ ବୟସ୍କା ମମତା ବଞ୍ଜାରାଙ୍କ ମଧ୍ୟରେ ପ୍ରାୟ ୫ବର୍ଷ ହେବ ସମ୍ପର୍କ ଥିଲା । ଉଭୟ ଏକାଠି କାମ କରୁଥିଲେ । ଛଗନ ବିବାହିତ ଥିଲା । ତାର ଦୁଇ ସନ୍ତାନ ମଧ୍ୟ ଥିଲେ । କିନ୍ତୁ ଛଗନକୁ ତା ପତ୍ନୀ ଛାଡି ଚାଲିଯାଇଥିଲା । ଛଗନ ମମତାକୁ ଭେଟିବା ପରେ ତାକୁ ଭଲପାଇ ବସିଥିଲା । ସେ ପତ୍ନୀକୁ ଛାଡି ମମତାଙ୍କୁ ବିବାହ କରିବାକୁ ଚାହୁଁଥିଲା । କିନ୍ତୁ ମମତା ଏବଂ ତାଙ୍କ ମା’ ଏଥିପାଇଁ ରାଜି ନଥିଲେ । ସେପଟେ ମମତା ମଧ୍ୟ ଦୁଇ ଥର ବିବାହ କରିଥିଲା । ଉଭୟଙ୍କୁ ଛାଡିବା ପରେ ସେ ନିଜ ବାପା-ମାଙ୍କ ସହ ରହୁଥିଲା । ସେପଟେ ଛଗନ ସନ୍ଦେହ କରୁଥିଲା ଯେ ମମତାର ଆଉ କାହା ସହ ସମ୍ପର୍କ ଥିଲା । ଏଥିପାଇଁ ସେ ଅନେକ ଥର ମମତାଙ୍କୁ ଚେତାବନୀ ଦେଇଥିଲା ।

ଶୁକ୍ରବାର ରାତିରେ ଛଗନ ମମତାଙ୍କ ଘରେ ପହଞ୍ଚିଥିଲା । ସେତେବେଳେ ମମତା ଘରେ ଶୋଇଥିଲା । ଛଗନ ହାତରେ ବନ୍ଧୁକ ଦେଖି ମମଲା ଦୌଡି ପଳାଇବାକୁ ଚେଷ୍ଟା କରିଥିଲା । ସେହିଠାରେ ହିଁ ଛଗନ ମମତାଙ୍କୁ ଗୁଳି ମାରିଦେଇଥିଲା । ଏହାପରେ ଛଗନ ନିଜକୁ ମଦ୍ୟ ଗୁଳି ମାରିଦେଇଥିଲା । ମମତାଙ୍କୁ ହସ୍ପିଟାଲରେ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଛଗନକୁ ଯୋଧପୁର ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାର ମୃତ୍ୟୁ ହୋଇଛି ।

Related posts

ବିଦ୍ୟୁତ ଯୋଗାଣ ପାଇଁ ଲାଞ୍ଚ ନେଲେ କର୍ମଚାରୀ

Odisha Halchal

ଗୁଳି ଫୁଟାଇ ଦୁର୍ଦ୍ଦାନ୍ତ ଅପରାଧୀକୁ ଅପହରଣ

Odisha Halchal

ଅନ୍ଧାର ରେ ଚାଲିଛି ମନରେଗା ଯୋଜନା

Odisha Halchal

Leave a Comment