ଓଡ଼ିଶା ଖବରନ୍ୟୁଜ୍

ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ଛୁଟି ପରେ ପୁଣି ସକାଳୁଆ କ୍ଲାସ୍ ଆରମ୍ଭ ,ଅଭିଭାବକଙ୍କ ମନରେ ଅସନ୍ତୋଷ

ଗ୍ରୀଷ୍ମ ପ୍ରବାହ ପାଇଁ ୫ ଦିନ ଛୁଟି ପରେ ପୁଣି ସକାଳୁଆ କ୍ଲାସ୍ ଆରମ୍ଭ ,ଅଭିଭାବକଙ୍କ ମନରେ ଅସନ୍ତୋଷ

ରାଜ୍ୟରେ ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଏପ୍ରିଲ ୨୫ ତାରିଖରୁ ୩୦ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା । ରାଜ୍ୟ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ନେଇ ଘୋଷଣା କରିଥିଲା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।

ସ୍କୁଲ ଛୁଟି ହେଲେ ମଧ୍ୟ ମାଟ୍ରିକ୍ ଓ ଯୁକ୍ତ ଦୁଇ ପରୀକ୍ଷା ଚାଲୁ ରହିବ ବୋଲି ବିଭାଗ କହିଥିଲା । ଆଉ ଏବେ ୫ ଦିନର ଛୁଟି ପରେ ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠ ପଢା ଆରମ୍ଭ ହୋଇଛି ।

ଆଜିଠୁ ପିଲାଙ୍କ ସକାଳୁଆ ସ୍କୁଲ ଆରମ୍ଭ ହୋଇଛି । ସକାଳ ୬ଟାରୁ ସକାଳ ୯ଟା ଯାଏ ପିଲାଙ୍କ ପାଠ ପଢା ଆରମ୍ଭ ହୋଇଯାଇଛି । କିନ୍ତୁ ଖରା ବଢିଥିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆ ନଯାଇଥିବାରୁ ଅଭିଭାବକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ତେବେ ଖରା ବଢିବା ପୂର୍ବରୁ ସ୍କୁଲ ଛୁଟି ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି ।

Related posts

ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ରେ ଜିଲ୍ଲା ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିର

Odisha Halchal

ଗୁଣୀ ଗାରେଡ଼ି ସନ୍ଦେହରେ ପିଟି ପିଟି ହତ୍ୟା କଲେ ଲୋକେ

Odisha Halchal

ଜିଲ୍ଲା OBC ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

Odisha Halchal

Leave a Comment