ଅପରାଧଓଡ଼ିଶା ଖବରନ୍ୟୁଜ୍

ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ, ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ବନ୍ଧା ହେଲେ ସ୍କୁଲ ଅଧ୍ୟକ୍ଷ

ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ, ଛାତ୍ରୀଙ୍କୁ ଅଶ୍ଳୀଳ ମେସେଜ୍ ପଠାଇ ବନ୍ଧା ହେଲେ ସ୍କୁଲ ଅଧ୍ୟକ୍ଷ

ଗୁରୁ-ଶିଷ୍ୟ ସମ୍ପର୍କରେ ଲାଗିଲା କଳଙ୍କ । ଜଣେ ନାବାଳିକା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଶିକ୍ଷକ ଦେଉଥିବାର ଅଭିଯୋଗ ହୋଇଥିଲା । ବିଭିନ୍ନ ସମୟରେ ଅସଦ ବ୍ୟବହାର କରିବା ସହ ଅଶ୍ଳୀଳ ମେସେଜ୍ ମଧ୍ୟ ପଠାଉଥିଲେ । ଏଭଳି ଲଜ୍ଜାଜନକ ଘଟଣା ସାରା କଳାହାଣ୍ଡି ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଓଡିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସେହି ସ୍କୁଲର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ସହ ଅଶ୍ଳୀଳ ମେସେଜ୍ ପଠାଉଥିଲେ । ଛାତ୍ରୀ ଜଣକ ଭୟରେ ଘରେ ନକହି ଅନ୍ୟ ଜଣେ ଶିକ୍ଷୟତ୍ରୀଙ୍କୁ ଜଣାଇଥିଲେ ।

ପରେ ପରିବାର ଲୋକେ ଭବାନୀପାଟଣା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପରେ ପୋଲିସ ସ୍କୁଲ ଅଧ୍ୟକ୍ଷଙ୍କୁ ଗିରଫ କରିଥିବା ଜଣାପଡିଛି ।

Related posts

ପଛୁଆବର୍ଗର ସାମାଜିକ ସ୍ଥିତି ପ୍ରଶିକ୍ଷଣ

Odisha Halchal

ଓଡିଶା ସରକାରଙ୍କ ପୋଲିସ କନେଷ୍ଟବଳ ବିଜ୍ଞପ୍ତିକୁ ପୋଡା ଜଳା

Odisha Halchal

ଗୁଣପୁରରେ ଶହୀଦ ଦିବସ ପାଳିତ

Odisha Halchal

Leave a Comment