ଦେଶ ବିଦେଶନ୍ୟୁଜ୍

ଋଷ-ୟୁକ୍ରେନ୍ ଯୁଦ୍ଧ: ୧୭ ଦିନ ପରେ ବି ବାହାରି ପାରୁନି ସମାଧାନ

ଋଷ-ୟୁକ୍ରେନ୍ ଯୁଦ୍ଧ ୧୭ ଦିନ ପରେ ବି ବାହାରି ପାରୁନି ସମାଧାନ

ଆଜି ୧୭ ଦିନରେ ପହଞ୍ଚିଛି ଋଷ ୟୁକ୍ରେନ୍ ଯୁଦ୍ଧ । ୟୁକ୍ରେନ୍ ଉପରେ ଆକ୍ରମଣ ପରେ ଆକ୍ରମଣ କରିଚାଲିଛି ଋଷ । ଏହି ଯୁଦ୍ଧ ବିଭୀଷିକାରେ ଏବେ ଶୋଚନୀୟ ହୋଇପଡିଛି ୟୁକ୍ରେନ୍ ର ସ୍ଥିତି ।

ଏଭଳି ସ୍ଥିତିରେ ବାରମ୍ବାର ଦୁଇ ଦେଶ ମଧ୍ୟରେ ଆଲୋଚନା କରାଯାଉଥିଲେ ବି ବାହାରି ପାରନି ନିଷ୍କର୍ସ । ଋଷ ୟୁକ୍ରେନ୍ ବିବାଦର ସମାଧାନ ନହେବା ଯାଏଁ ଚିନ୍ତାରେ ବିଶ୍ୱ ।

ଏପଟେ ଋଷ କେତେବେଳେ ପରମାଣୁ ଆକ୍ରମଣ ତ ଆଉ କେତେବେଳେ ଜୈବିକ ଆକ୍ରମଣର ଭୟ ଦେଖାଇଚାଲିଛି । ଯାହା ପୁରା ବିଶ୍ୱର ଚିନ୍ତା ବଢାଇଛି ।

ଅନ୍ୟପଟେ ଋଷ ୟୁକ୍ରେନ୍ ର ରାଜଧାନୀ କିଭ୍ ଦଖଲ କରିବାକୁ ବାରମ୍ବାର ଉଦ୍ୟମ କରିଚାଲିଥିଲେ ବି ୟୁକ୍ରେନୀୟ ସେନା କଡା ଜବାବ୍ ଦେଇଚାଲିଛନ୍ତି । ଏଭଳି ସ୍ଥିତିରେ ଉଭୟ ପକ୍ଷର ହଜାର ହଜାର ନାଗରିକ ମୃତ୍ୟୁ ବରଣ କରୁଛନ୍ତି ତଥାପି ଶେଷ ହେଉନି ଯୁଦ୍ଧ ।

Related posts

ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଯୋଗର ପ୍ରଚାର

Odisha Halchal

ଜୁଲାଇ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ,

Odisha Halchal

ଟଙ୍କା ପାଇଁ ଭୁଲିଗଲା ସ୍ନେହ, ମାକୁ ପିଟି ପିଟି ହତ୍ୟା କଲା ପୁଅ

Odisha Halchal

Leave a Comment