ଅପରାଧଓଡ଼ିଶା ଖବରନ୍ୟୁଜ୍

ଆମେ ଛୋଟ ପିଲାକୁ ଧରି କୁଆଡେ଼ ଯିବୁ

ଆମେ ଛୋଟ ପିଲାକୁ ଧରି କୁଆଡେ଼ ଯିବୁ

ବ୍ରହ୍ମପୁର:-(ରିପୋର୍ଟ -ଅନିଲ ସେଠି )ଦୁଇ ବୋହୂ କାନ୍ଦି କାନ୍ଦି କହୁଛନ୍ତି ଆମେ ଛୋଟ ପିଲାକୁ ଧରି କୁଆଡେ଼ ଯିବୁ ମରିବୁ ସିନା ଶାଶୂ ଘରେ ହିଁ ରହିବୁବଡବଜାର ଥାନା ଅନ୍ତର୍ଗତ ମାର୍ଥା ସାହିରେ ନ୍ୟାୟ ପାଇଁ ଧାରଣା ଦେଲେ ଦୁଇ ବୋହୂ । ଏ ଦୁହେଁ ଦୁଇ ଭଉଣୀ ବୋଲି ଜଣାପଡିଛି। ବଡ଼ ଭଉଣୀ ରଶ୍ମିତା ବେହେରା ସାନ ଭଉଣୀ ସସ୍ମିତା ବେହେରା ।

ଏମାନଙ୍କ ଘର ଆଙ୍କଶପୁର । ଦୁହେଁ ଗୋଟିଏ ପରିବାରରେ ବିବାହ ହୋଇ ଦୁଇ ଯା ହୋଇଛନ୍ତି । ଦେଢ଼ ବର୍ଷ ହେଲା ହେଲା ମା ଘରେ ଥିଲେ ସାନ ଭଉଣୀ ସସ୍ମିତା। ସେ ୧୦ଦିନ ହେବ ଶଶୁର ଘରକୁ ଆସିଛନ୍ତି । ଶାଶୂଘରକୁ ଝିଅ ଅର୍ଥାତ୍ ଆମ ମାନଙ୍କର ନଣନ୍ଦ ଏବେ ପିଲା ଜନ୍ମ କରିବାକୁ ଆସିବ ।

ତେଣୁ ତମେ ଦୁଇ ଭଉଣୀ ତମ ମା ଘରକୁ ଯାଅ । ମୋ ଝିଅ ରେକ୍ ଘରେ ରହିବ ତମେ ଦୁଇ ଭଉଣୀ ଏସି ଘରେ ରହିବ କହି ଗତକାଲି ରାତିରେ ଦୁହେଁକୁ ଶଶୂର ଘର ଲୋକେ ମାରପିଟ୍ କରି ଉଭୟଙ୍କୁ ଘରରୁ ବାହାର କରିଦେଇଥିବା ଅଭିଯୋଗ ହୋଇଛି। ଦୁହେଁ କାନ୍ଦି କାନ୍ଦି କହୁଛନ୍ତି ଆମେ ଛୋଟ ପିଲାକୁ ଧରି କୁଆଡେ଼ ଯିବୁ ମରିବୁ ସିନା ଏଇଠି ହିଁ ରହିବୁ ।

ଅନ୍ୟ ପଟେ ସ୍ବାମୀମାନେ ବି ତାଙ୍କ ମା କଥାରେ ଉଠବସ୍ ହେଉଛନ୍ତି । ଆମ ପିଲାମାନଙ୍କର ମୁହଁକୁ ବି ଦେଖୁ ନାହାନ୍ତି କି ଆମ ସହ ଠିକ୍ ରେ କଥା ହେଉ ନାହାନ୍ତି । ଏହାର ସମାଧାନ ନ ହେଲା ଯାଇଁ ଆମେ ଏଇଠି ହିଁ ରହିବୁ ଏଇଠେଁ ହିଁ ମରିବୁ ବୋଲି କହିଛନ୍ତି ଦୁହେଁ ଭଉଣୀ ।

Related posts

ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ ମାମଲା : ୨ ଦିନ ଚାଲିବ ସାକ୍ଷ୍ୟ ଗ୍ରହଣ

Odisha Halchal

ରାଜ୍ୟରୁ ଅପସରି ଗଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

Odisha Halchal

ଅଗ୍ନିକାଣ୍ଡରେ ୧୮ ପରିବାର ସର୍ବସ୍ବାନ୍ତ

Odisha Halchal

Leave a Comment