ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଆଉ କାହାକୁ ଆଧାର କାର୍ଡ ଦେଉଥିଲେ ସାବଧାନ, ସତର୍କ କରାଇଲା କେନ୍ଦ୍ର

ଆଉ କାହାକୁ ଆଧାର କାର୍ଡ ଦେଉଥିଲେ ସାବଧାନ, ସତର୍କ କରାଇଲା କେନ୍ଦ୍ର

ଆଧାର କାର୍ଡ। ଭାରତରେ ଏବେ ଜିନିଷ କିଣା ବିକା ଠାରୁ ଆରମ୍ଭ କରି ସ୍କୁଲରେ ଆଡମିସନ ପର୍ଯ୍ୟନ୍ତ ସବୁଠି ଆବଶ୍ୟକ ଆଧାର କାର୍ଡ। ଆଉ ଏହି ଆଧାର କାର୍ଡର ଅପବ୍ୟବହାର ହୋଉଥିବାର ମଧ୍ୟ ଅନେକ ନଜିର ରହିଛି। ଯାହାକି ଉଭୟ ଆଧାରକାର୍ଡଧାରୀ ଏବଂ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହାରି ଭିତରେ ଆଧାର କାର୍ଡକୁ ନେଇ ଏକ ସତର୍କ ସୂଚନା ଜାରି କରିଛନ୍ତି କେନ୍ଦ୍ର ସରକାର।

ଆଧାର କାର୍ଡର ଦୂରୁପଯୋଗ ରୋକିବା ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି କେନ୍ଦ୍ର ସରକାର। ଅପବ୍ୟବହାର ରୋକିବା ଲାଗି ପ୍ରକୃତ ଆଧାର କାର୍ଡ ନୁହେଁ, କେବଳ ଆଧାର କାର୍ଡର ‘ମାସ୍କଡ୍‌ କପି’ ବ୍ୟବହାର କରନ୍ତୁ ବୋଲି କେନ୍ଦ୍ର ସରକାର ନାଗରିକମାନଙ୍କୁ କହିଛନ୍ତି।

ରବିବାର ଏକ ‘ପ୍ରେସ୍‌ ରିଲିଜ୍‌’ରେ ସରକାର କହିଛନ୍ତି, ଅପବ୍ୟବହାର ହେବାର ଆଶଙ୍କା ଥିବାରୁ କୌଣସି ସଂସ୍ଥାକୁ ଆପଣଙ୍କ ‘ଆଧାର କାର୍ଡ’ର ଜେରକ୍ସ କପି ଦିଅନ୍ତୁ ନାହିଁ। ଏହା ପରିବର୍ତ୍ତେ, ଆପଣଙ୍କ ଆଧାର କାର୍ଡର ‘ଶେଷ ଚାରିଟି ନମ୍ବର’ ଦେଖାଉଥିବା ‘ମାସ୍କଡ୍ ଆଧାର’ ବ୍ୟବହାର କରନ୍ତୁ।’

ଆଧାର କାର୍ଡ ହେଉଛି ଜଣେ ବ୍ୟକ୍ତିଙ୍କ ପରିଚୟ ପତ୍ର। ଏପରିସ୍ଥିତିରେ ହୋଟେଲ୍‌ ଏବଂ ଫିଲ୍ମ ହଲ୍‌ ଆଦିରେ ଆପଣଙ୍କ ଆଧାର କାର୍ଡର ଜେରକ୍ସକୁ ରଖିବାରେ କୌଣସି ଅଧିକାର ନାହିଁ ବୋଲି କେନ୍ଦ୍ର ଆଇଟି ମନ୍ତ୍ରାଳୟ କହିଛି। ଯଦି ଏହି ସଂସ୍ଥାଗୁଡିକ ଆପଣଙ୍କ ଆଧାର କାର୍ଡର ଫଟୋ କପିକୁ ରଖିବା ପାଇଁ ଦାବି କରୁଛନ୍ତି ତେବେ ଏହା ଆଧାର କାର୍ଡ ଆଇନ ୨୦୧୬ର ଉଲ୍ଲଙ୍ଘନ। ସର୍ବସାଧାରଣ ସାଇବର କାଫେ, କିଓସ୍କ ସେଣ୍ଟର ପରିଚୟ ପତ୍ର ତିଆରି ହେଉଥିବା ସଂସ୍ଥାମାନଙ୍କରେ ଏହି କାର୍ଡକୁ କାମ ସରିଗଲା ପରେ ଯଥା ଶୀଘ୍ର ନେଇ ଆସିବାକୁ ନାଗରିକମାନଙ୍କୁ କେନ୍ଦ୍ର ସରକାର କହିଛନ୍ତି।

ଏହାଛଡ଼ା, ସରକାର ଜନସାଧାରଣଙ୍କୁ ସତର୍କ କରାଇ କହିଛନ୍ତି ଯେ, ନିଜ ନିଜର ଆଧାର କାର୍ଡ ଡାଉନ୍‌ଲୋଡ୍‌ କରିବା ନିମନ୍ତେ ସେମାନେ ଇଣ୍ଟର୍‌ନେଟ୍‌ କାଫେରେ ଥିବା ସର୍ବସାଧାରଣଙ୍କ ବ୍ୟବହାର ନିମେନ୍ତ ଉଦ୍ଧିଷ୍ଟ କମ୍ପ୍ୟୁଟର୍‌ ବ୍ୟବହାର କରିବା ଅନୁଚିତ। ଯଦି ସେଭଳି କରୁଥା’ନ୍ତି, ତେବେ ଉକ୍ତ କମ୍ପ୍ୟୁଟର୍‌ରେ ଡାଉନ୍‌ଲୋଡ୍‌ ହୋଇଥିବା ‘ଇ-ଆଧାର’ କପିକୁ ସମ୍ପୂର୍ଣ୍ଣରୂପେ ଡିଲିଟ୍‌ କରି ଦିଅନ୍ତୁ।

କେବଳ ‘ୟୁନିକ୍ ଆଇଡେଣ୍ଟିଫିକେସନ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ରୁ ‘ୟୁଜର୍ସ ଲାଇସେନ୍ସ’ ପ୍ରାପ୍ତ ସଂସ୍ଥାନଗୁଡ଼ିକ କ‌ୌଣସି ବ୍ୟକ୍ତିଙ୍କର ପରିଚୟ ଜାଣିବା ଲାଗି ଆଧାର କାର୍ଡ ବ୍ୟବହାର କରିପାରିବେ ବୋଲି ସରକାର କହିଛନ୍ତି। ତେଣୁ, ଆଧାର କାର୍ଡ ଶେୟାର୍‌ କରିବା ପୂର୍ବରୁ ନାଗରିକମାନେ ଉକ୍ତ ସଂସ୍ଥାନ ସବୁ ‘ୟୁଆଇଡିଏଆଇ’ରୁ ବୈଧ୍ୟ ‘ୟୁଜର୍ସ ଲାଇସେନ୍ସ’ ପାଇଛନ୍ତି କି, ନାହିଁ ଯାଞ୍ଚ କରିବା ଲାଗି ସରକାର ନାଗରିକମାନଙ୍କୁ କହିଛନ୍ତି।

Related posts

ସରକାରୀ ଉଚ୍ଚ ବିଦ୍ୟାଳୟରେ ପାଣି ଟାଙ୍କି ନିର୍ମାଣକୁ ବିରୋଧ କଲେ ଛାତ୍ର ଛାତ୍ରୀ

Odisha Halchal

ସୌର ଚାଳିତ ଶୀତଳ ଭଣ୍ଡାର ଉଦ୍ଘାଟନ

Odisha Halchal

ବନ୍ଧୁକ ଦେଖାଇ ୨ ଲକ୍ଷ ୭୭ ହଜାର ଟଙ୍କା ଲୁଟି ନେଲା ଲୁଟେରା

Odisha Halchal

Leave a Comment