ଅପରାଧଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ଅଗ୍ନିପଥ ଯୋଜନା ବିରୋଧରେ ଉସୁକାଉଥିଲେ ୫ ନକଲି ପ୍ରାର୍ଥୀ, ଏନ୍‌ଏସ୍‌ୟୁଆଇ ସଂଯୋଗ

ଅଗ୍ନିପଥ ଯୋଜନା ବିରୋଧରେ ଉସୁକାଉଥିଲେ ୫ ନକଲି ପ୍ରାର୍ଥୀ, ଏନ୍‌ଏସ୍‌ୟୁଆଇ ସଂଯୋଗ

ସେନାରେ ଭର୍ତ୍ତି ପାଇଁ ନୂଆ ଯୋଜନା ‘ଅଗ୍ନିପଥ ଯୋଜନା’ ବିରୋଧରେ ଯୁବଗୋଷ୍ଠୀଙ୍କୁ ଉସୁକାଉଥିବା ମାମଲାରେ ଉତ୍ତର ପ୍ରଦେଶର ସହାରନପୁରରେ ୫ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ କହିବା ଅନୁସାରେ ତଦନ୍ତରୁ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନେ ରାଜନୈତିକ ଦଳ ସହିତ ସଂପୃକ୍ତ ଅଛନ୍ତି । ଏଥିରୁ ୨ ଜଣ ଭିନ୍ନ ଭିନ୍ନ ଦଳରେ ପଦବିରେ ମଧ୍ୟ ଅଛନ୍ତି ।

ଅନ୍ୟମାନେ ମଧ୍ୟ ସଦସ୍ୟ ଅଛନ୍ତି ।ସହାରନପୁରର ରାମପୁର ମନିହାରନ ପୋଲିସ କହିବା ଅନୁସାରେ ମୋଟ ୫ ଜଣଙ୍କୁ ଅଗ୍ନିପଥ ଯୋଜନା ବିରୋଧରେ ଯୁବଗୋଷ୍ଠୀଙ୍କୁ ଉସୁକାଉଥିବା ଅଭିଯୋଗରେ ଗିରଫ କରାଯାଇଛି । ଏମାନେ ସମସ୍ତେ ନକଲି ପ୍ରାର୍ଥୀ ହୋଇ ଯୁବକଙ୍କୁ ଅଗ୍ନିପଥ ବିରୋଧରେ ଉସୁକାଉଥିଲେ ।

ପୋଲିସ କହିଛି ଯେ, ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଗିରଫ ଅଭିଯୁକ୍ତମାନେ ରାଜନୈତିକ ଦଳ ସହିତ ସଂପୃକ୍ତ । ପୋଲିସ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରୁଛି । ଅଭିଯୁକ୍ତମାନେ ହେଲେ ପରାଗ ପାୱାର, ମୋହିତ, ସୌରଭ, ଉଦୟ ଓ ଅନ୍ୟ ଜଣେ । ପରାଗ ଅଖିଳ ଭାରତୀୟ ରାଷ୍ଟ୍ରୀୟ କଂଗ୍ରେସର ଛାତ୍ର ସଂଗଠନ ‘ଏନ୍‌ଏସୟୁଆଇ’ର ଜିଲ୍ଲା ସଭାପତି । ସନୀପ ଚୌଧୁରୀ ସମାଜବାଦୀ ପାର୍ଟିର ଜିଲ୍ଲା ପଂଚାୟ ସଦସ୍ୟ ରହିସାରିଛି ।

ଏନ୍‌ଏସ୍‌ୟୁଆଇର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀରଜ କୁନ୍ଦନ କହିଛନ୍ତି ଯେ, ସହାରନପୁରରେ ଆମର ସଦସ୍ୟଙ୍କ ବିରୋଧରେ ଅଗ୍ନିପଥ ଯୋଜନା ବିରୋଧରେ ଶାନ୍ତିପୂର୍ଣ୍ଣ ଧାରଣା ଆୟୋଜିତ କରିବାରୁ ଗିରଫ କରାଯାଇଛି । ସେମାନଙ୍କ ବିରୋଧରେ ମିଛ ମାମଲା ରୁଜୁ କରାଯାଇଛି । ଏନଏସୟୁଆଇ ପ୍ରଥମ ଦିନରୁ ହିଁ ଅଗ୍ନିପଥ ଯୋଜନାକୁ ବିରୋଧ କରିଆସୁଛି ।

Related posts

ଚାଲିଛି ସରପଞ୍ଚ ଙ୍କ ଜନ ଅଡିଟ

Odisha Halchal

ତାଳଧ୍ୱଜ ଓ ଦର୍ପଦଳନ ରଥ ଚକରେ ଫାଟ

Odisha Halchal

ଅଗ୍ନିକାଣ୍ଡରେ ୧୮ ପରିବାର ସର୍ବସ୍ବାନ୍ତ

Odisha Halchal

Leave a Comment