ଦେଶ ବିଦେଶନ୍ୟୁଜ୍

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର

୨୦ ଫୁଟ୍‌ ତଳକୁ ଖସିଲା କଣ୍ଟେନର । କେନ୍ଦୁଝର ଜିଲ୍ଲା ଜୁଡିଆ ଘାଟିରେ ଭାରସାମ୍ୟ ହରାଇ କଣ୍ଟେନରଟି ତଳକୁ ଖସିପଡିଛି । ଯାହାଫଳରେ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି । ସେଠାରୁ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।

ଖବର ଅନୁଯାୟୀ, ସୁରଟରୁ କଲିକତା ଅଭିମୁଖେ ଯାଉଥିଲା ଟ୍ରାନ୍ସ କାରଗୋ ଇଣ୍ଡିଆ ନାମକ ଏକ ପାର୍ସଲ ବୋଝେଇ କଣ୍ଟେନର। ଦିନ ୧୧ଟା ସମୟ​ରେ ଗାଡ଼ିଟି ଭାରସାମ୍ୟ ହରାଇ ଜୁଡିଆ ଘାଟିରେ ଓଲଟିପଡିଥିଲା। ଫଳରେ କଣ୍ଟେନର କ୍ୟାବିନ୍ ଭିତରେ ଡ୍ରାଇଭର ଓ ହେଲପର୍ ଚାପି ହୋଇ ରହିଯାଇଥଲେ।

ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଏହାପରେ ଗୁରୁତର ଅବସ୍ଥାରେ ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ମୁଖ୍ୟ ଜିଲ୍ଲା ଡାକ୍ତରଖାନାକୁ ପଠାଯାଇଥିଲା।

Related posts

ଧୋବେନ ପଡା ମା ଘାଟି ମୁଣ୍ଡିଆଣି ଙ୍କ ବାର୍ଷିକ ମାଘ ଯାତ୍ରା

Odisha Halchal

ମାଲକାନଗିରିରେ ପୁଣି ବଢିଲା ତୈଳ ଦର, ୧୧୬ ଡେଇଁଲା ପେଟ୍ରୋଲ ଦାମ୍

Odisha Halchal

ଗିରଫ ହେଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ

Odisha Halchal

Leave a Comment