ଦେଶ ବିଦେଶନ୍ୟୁଜ୍ବିଶେଷ ଖବର

ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛି ଋଷ- ୟୁକ୍ରେନ ଗୁଇନ୍ଦା ମୁଖ୍ୟ

ୟୁକ୍ରେନକୁ ଖଣ୍ଡ ଖଣ୍ଡ କରିବାକୁ ଚାହୁଁଛି ଋଷ- ୟୁକ୍ରେନ ଗୁଇନ୍ଦା ମୁଖ୍ୟ

ୟୁକ୍ରେନକୁ ଭାଗଭାଗ କରିବାକୁ ଚାହୁଁଛି ଋଷ । କୋରିଆ ଭଳି ଦୁଇଟି ପ୍ରାନ୍ତରେ ୟୁକ୍ରେନ ଗଠନ ପାଇଁ ଷଡଯନ୍ତ୍ର କରୁଛି ଋଷ । ଏପରି ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି ୟୁକ୍ରେନ ଗୁଇନ୍ଦା ବିଭାଗ ମୁଖ୍ୟ ।

ନିକଟରେ ୟୁକ୍ରେନର ଏକ ପ୍ରାନ୍ତର କିଛି ନେତା ଭୋଟ୍ କରିବେ ବୋଲି କହିଥିଲେ । ଏଥିରେ ଅଧିକ ଭୋଟ୍ ମିଳିଲେ ସେମାନେ ଋଷ ସହ ମିଶିବେ ବୋଲି ପ୍ରକାଶ କରିଥିଲେ । ଏହାକୁ ନେଇ ୟୁକ୍ରେନ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁଇନ୍ଦା ବିଭାଗ ମୁଖ୍ୟ କିରିଲୋ ବୁଡାନୋଭ୍ କହିଛନ୍ତି ଯେ, ୟୁକ୍ରେନକୁ ଦକ୍ଷିଣ ଓ ଉତ୍ତର କୋରିଆ ଭଳି କରିବାକୁ ଷଡଯନ୍ତ୍ର ହେଉଛି । ଋଷ ସଦାବେଳେ ସ୍ୱାଧିନ ୟୁକ୍ରେନକୁ ବିରୋଧ କରି ଆସୁଛି ।

ସେ ଆହୁରି କହିଛନ୍ତି ଯେ, ୟୁକ୍ରେନ ସେନା ଋଷ ବିରୋଧରେ ଲଢେଇ ଜାରି ରଖିଛନ୍ତି । ଋଷକୁ ୟୁକ୍ରେନ ଅକ୍ତିଆର କରିବାକୁ ଦେଉ ନାହାଁନ୍ତି । ୟୁକ୍ରେନର ଗରିଲା ଆର୍ମୀ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଏହା ହିଁ ୟୁକ୍ରେନକୁ ରକ୍ଷା କରିପାରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଋଷିଆ ୟୁକ୍ରେନର ଡୋନବାସ ପ୍ରାନ୍ତକୁ ଅକ୍ତିଆର କରିବାକୁ ଚାହୁଁଛି । ଏପରି କରି ସେ ୟୁକ୍ରେନକୁ ଭାଗ ଭାଗ କରିବାକୁ ଚାହୁଁଥିବା ଅନୁମାନ କରାଯାଉଛି । ଏହାସହ ଉଭୟ ଦେଶ ମଧ୍ୟରେ ହେଉଥିବା ବାର୍ତ୍ତାରେ ଋଷ ଡୋନେଟସ୍କ ଓ ଲୁହାନସିକକୁ ସ୍ୱତନ୍ତ୍ର ଦେଶ ମାନ୍ୟତା ଦାବି କରୁ ଆସୁଛି ।

Related posts

ଚାଷୀଙ୍କ ଧାନବିକ୍ରି ପାଇଁ ଧାନକିଣା ପକ୍ରୀୟା ଆରମ୍ଭ

Odisha Halchal

ଆଉ କାହାକୁ ଆଧାର କାର୍ଡ ଦେଉଥିଲେ ସାବଧାନ, ସତର୍କ କରାଇଲା କେନ୍ଦ୍ର

Odisha Halchal

ଦୁଇ କଲେକ୍ଟରଙ୍କ ବିବାହ କୌଣସି ବଲିଉଡ କାହାଣୀଠାରୁ କମ ନୁହେଁ

Odisha Halchal

Leave a Comment