19 C
Bhubaneswar
Friday, December 4, 2020
No menu items!
Home ମୁଖ୍ୟ ଖବର ଅପରାଧ ହିତାଧିକାରୀଙ୍କ ଖାତାରୁ ଟଙ୍କା ଉଭାନ

ହିତାଧିକାରୀଙ୍କ ଖାତାରୁ ଟଙ୍କା ଉଭାନ

ରାୟଗଡା : 13/10/20(ରିପୋର୍ଟ- ପ୍ରସାଦ ସାହୁକାର)ଚନ୍ଦ୍ରପୁରୁ ବ୍ଳକର ଉପାନ୍ତ ସରଳ ଆଦିବାସୀ ଓ ହରିଜନ ଏବଂ ଅନ୍ୟାନ୍ୟ ଶ୍ରେଣୀର ଗରିବ ଅଶିକ୍ଷିତ ଲୋକଙ୍କୁ ସରକାରୀ ବାଵୁ
ଏବଂ ତାଙ୍କ ସହ ଯୋଗି ଦଲାଲ ମାନେ ସରକାରଙ୍କ ଵିଭିନ୍ନ ଯୋଜନାରେ ଆସୁଥିବା ଅର୍ଥକୁ ତାଙ୍କ ଅଜଣାତରେ ହରିଲୁଟ କରୁଥିବା ଅଭିଯୋଗ ହେଉଥିବା ବେଳେ ଏଵେ ଗ୍ରାମ୍ଯ ଵ୍ୟାଙ୍କରେ ଜମା ଖାତାଧାରୀଙ୍କ ଅଜଣାତରେ ଖାତାରୁ ଟଙ୍କା ଉଠାଯାଇଥିବା ଜଣେ ମହିଳା ବ୍ୟାଙ୍କ ମ୍ୟାନେଜର ଙ୍କୁ ଲିଖିତ ଅଭିଯୋଗ କରିବା ସହ ସାମ୍ବାଦିକମାନଙ୍କୁ ସାକ୍ଷାତ କାର ଦେଇଛନ୍ତି।

ସୂଚନାଯୋଗ୍ୟ ରାୟଗଡା ଜିଲ୍ଲା ଚନ୍ଦ୍ରପୁରୁ ବ୍ଲକ ବିଜାପୁରୁ ପଞ୍ଚାୟତର ସଦର ମହକୁମାର ରଜନୀ ବରାଳ (ଵିଧବା) ଚନ୍ଦ୍ରପୁରୁ ଗ୍ରାମ୍ୟ ବ୍ୟାଙ୍କରେ ଆକାଉଣ୍ଟ ନମ୍ବର ୮୪୦୨୩୪୦୨୭୩୭ ରେଵିଧବା ବୁଢି ରଜନୀ ବାରଡା ଖାତା ଖୋଲି ତାଙ୍କର ଵିଧବା ଭତ୍ତା ଓ ଚା ଦୋକାନରୁ କିଛି ରୋଜଗାର କରି ପିଲାମାନଙ୍କ ପାଇଁ ପେଟକୁ ଭଲଭାବେ ନ ଖାଇ ସଞ୍ଚୟ କରିଥିଲା।

ତାଙ୍କ ଅଜଣାତରେ ତାଙ୍କ ଜମା ଖାତାରୁ ତା୧୮/୫/୨୦୨୦ରିଖରେ Rs୩୦୦୦/-ଟଙ୍କା ଉଠାଯାଇଥିବା ସେ ଏଵେ ଟଙ୍କା ଉଠାଇବାକୁ ଯିବାରୁ ଜାଣିପାରିଥିଲେ। ଏ ନେଇ ମ୍ୟାନେଜରକୁ ପଚାରିଥିଲେ ଖାତାଦାର ହେଲେ ମ୍ୟାନେଜର ଗୁରୁତ୍ବ ନଦେଇ କଥାକୁ ଆଡେଇ ଦେଇ ଦେଖିବା କହିଥିଲେ। କିଛି ଦିନ ପରେ ପୁନର୍ବାର ଖାତାଦାର ରଜନୀ ଟଙ୍କା କଥା କଣ ହେଲା ପଚାରିବାରୁ ବି ଏମ୍ ଵିରକ୍ତ ହୋଇ କହିଥିଲେ ଲେଖି ଦିଅ ମୁ ଦେଖିବି, କିନ୍ତୁ ଲେଖିଦେଲାପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଵିଧବା ଖାତାଦାରର ଟଙ୍କାମିଳିପାରି ନାହିଁ। ଏ ବ୍ୟାଙ୍କରେ ଏପରି ଅନିୟମିତ ସଵୁଵେଳେ ଦୈନଦିନ ଘଟଣାରେ ପରିଣତ ହୋଇଛି।

ଏଥି ପୂର୍ବରୁ ଡେକାପଙ୍କାଳ ମୌଜାର ନକୁଳ ସହଦେବ ଙ୍କଜମା ଖାତାରୁ ବିଏମ୍ ଙ୍କ ଜଣାତରେ ତାଙ୍କର ସହଯୋଗିଙ୍କ ଦ୍ବାରା ପ୍ରାୟ ୪୦ହଜାର ଟଙ୍କା ନକୁଳର ଅଜଣାତରେ ଉଠାଯାଇଥିଲା। ଏନେଇ ଵିଭିନ୍ନ ଗଣମାଧ୍ୟମରେ ପ୍ରକାଶ ହେବା ସହ ଖାତାଦାର ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ ,ହେଲେ ବିଏମ୍ ନକୁଳ ମାଳବିଶୋଇକୁ ଥାନାରେ ଅଭିଯୋଗ କରିବାକୁ ବାରଣ କରିଥିଲେ।

ପରମୂହୂର୍ତ୍ତରେ ବିଏମ୍ ଙ୍କ ଜଣାତରେ ଟଙ୍କା ଉଠାଇ ଥିବା ବ୍ୟକ୍ତି ପୁନର୍ବାର ନକୁଳ ର ଜମା ଖାତାରେ ଡିପୋଜିଟ କରାଯାଇଥିଲ। ।ଏହି ପରି ଏହି ବ୍ୟାଙ୍କରେ ଏମ୍ ଜିଏନ୍ ଆରଇଜିଏସ୍ ଯୋଜନାରେ ଖାତାଦାରଙ୍କ ଅଜଣା ତରେ ନକଲି ଦସ୍ତଖତ କରି ଖାତାରୁ ଟଙ୍କା ଉଠାଯାଊଛି। ହେଲେ ଏବାଵଦକୁ ମ୍ୟାନେଜର ଓ ଦଲାଲ ମାଲେମାଲ ହେଉଥିବା ବେଳେ ଏହି ଵ୍ୟାଙ୍କରେ ଟଙ୍କା ରଖିବାକୁ ଲୋକେ ସୁରକ୍ଷିତ ମଣୁନାହାନ୍ତି। ଜମାକାରୀ ଙ୍କ ଦସ୍ତଖତ ତଦନ୍ତ କଲେ ବିଏମଙ୍କ ବହୁ ଅନୀୟମିତ ପଦାରେ ପଡିବ ବୋଲି ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments