ଓଡ଼ିଶା ଖବରନ୍ୟୁଜ୍

ହଜିବାକୁ ବସିଲେଣି ବାଉଁଶ କାରିଗର

ହଜିବାକୁ ବସିଲେଣି ବାଉଁଶ କାରିଗର

ନବରଙ୍ଗପୁର:-(ରିପୋର୍ଟ -ପ୍ରଶାନ୍ତ କୁମାର ସାହୁ)ବାଉଁଶ ରେ ତିଆରି ହେଉଛି ଭଳିକି ଭଳି ଜିନିଷ କିନ୍ତୁ ବର୍ତମାନ ର ସମୟରେ ପ୍ଲାଷ୍ଟିକ ଛଡାଇ ନେଇଛି ଏହି କାରିଗର ଙ୍କ ଜୀବିକା ଲ ଯାହାର ପ୍ରଭାବ ରେ ବିଲୁପ୍ତ ହେବାକୁ ବସିଲାଣି ଏହି ପୁରାତନ ବେଉସା l ସେ ଶୁଭ କାମ ହେଉ କିମ୍ବା ଅଶୁଭ କାମ ସବୁଥିରେ ବାଉଁଶ ତିଆରି ଜିନିଷ ର ଆବଶ୍ୟକତା ଅଧିକ ରହିଥାଏ ହେଲେ ଆଜି ରୋଜଗାର କରିବାରେ କିନ୍ତୁ ବହୁତ ପଛରେ ପଡି ଯାଇଛନ୍ତି ଏହି କାରିଗର ମାନେ l ଆସନ୍ତୁ ଦେଖିବା ଏହି ରିପୋର୍ଟ……

ନବରଙ୍ଗପୁର ଜିଲ୍ଲାର ଅନେକ ବ୍ଲକ ରେ ଏହି କାରିଗର ମାନେ ବସବାସ କରି ଆସୁଛନ୍ତି l ପୂର୍ବ ପୁରୁଷ ର ଏହି ବେଉସା କୁ ପାଥେୟ କରି ପରିବାର ର ଗୁଜୁରାଣ ମେଣ୍ଟାଉଥିବା ବେଳେ ଆଜିର ଯୁଗ ରେ ଆଉ ଆଗ ଭଳି ବାଉଁଶ ରେ ତିଆରି ଜିନିଷ ର ଚାହିଦା ଧୀରେ ଧୀରେ କମିବାରେ ଲାଗିଲାଣି l ଆଜି ଆମେ ପହଞ୍ଚି ଥିଲୁ ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ଗ୍ରାମ ରେ l ଏହି ଗାଁ ରେ ପ୍ରାୟ 30 ରୁ 40 ପରିବାର କେବଳ ଏହି ବାଉଁଶ କାରିଗର ଅଛନ୍ତି l ଏମାନେ ବର୍ଷ ତମାମ ବାଉଁଶ ରେ ତିଆରି ଜିନିଷ ପ୍ରସ୍ତୁତ କରିଛନ୍ତି ସତ କିନ୍ତୁ ଉଚିତ ବଜାର ମୂଲ୍ୟ ପାଇ ପାରୁ ନାହାନ୍ତି l ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ମଧ୍ୟ ସରକାର ଙ୍କ ଠାରୁ ଏଯାବତ ପାଇ ନାହାନ୍ତି l

ଏହି କାରିଗର ମାନେ ପ୍ରଥମେ ବାଉଁଶ କିଣି ଆଣି ତାକୁ ପ୍ରଥମେ ପାତିଆ କରି କାଟିଥାନ୍ତି l ପରେ ସେଇ ବାଉଁଶ ପାତିଆ ରୁ ବିଭିନ୍ନ ଜିନିଷ ଯେପରିକି କୁଲା, ଚାଙ୍ଗୁଡ଼ି, ପାଲ, ମସିଣା ଓ ଟୋକେଇ ଇତ୍ୟାଦି ଅନେକ ପ୍ରକାର ର ଜିନିଷ ବୁଣିଥାନ୍ତି l ବାଉଁଶ ଖୋଜି ଆଣି ଏସବୁ ଜିନିଷ ପ୍ରସ୍ତୁତ କରିବାରେ 4 ରୁ 5 ଦିନ ସମୟ ଲାଗୁଥିବା ବେଳେ ପ୍ରସ୍ତୁତ ଜିନିଷ କୁ ନେଇ ହାଟ ବଜାର କିମ୍ବା ଗାଁ ଗାଁ ବୁଲି ବିକ୍ରି କରିଥାନ୍ତି l ହେଲେ ଏହି ଆଧୁନିକ ଯୁଗରେ ବାଉଁଶ ଟୋକେଇ ଜାଗା ରେ ପ୍ଲାଷ୍ଟିକ ବୋକ୍ସ ର ଅଧିକ ବ୍ୟବହାର ହେତୁ ବିକ୍ରି କରିବାରେ ମଧ୍ୟ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଛି l

ପ୍ରସ୍ତୁତ ଜିନିଷ ବିକ୍ରି କଲେ ଯାଇ ଏମାନଙ୍କ ପରିବାର ପେଟ କୁ ଦାନା ଯିବ l ତେବେ ଏନେଇ ଆମେ ଜିଲ୍ଲା ଓରମାସ ଅଧିକାରୀ ଙ୍କୁ ଦେଖା କରିଥିଲୁ ସେ କହିଛନ୍ତି ବାଉଁଶ ତିଆରି ଜିନିଷ ର ଚାହିଦା ଅଧିକ ରହିଛି ଏବଂ ବାଉଁଶ କୁ ନେଇ କିପରି ନୂଆ କିଛି କରିହେବ ସେଥିପ୍ରତି ବିଶେଷ ଦୃଷ୍ଟି ଦେବେ ଯଦ୍ୱାରା କି ଏହି କୌଳିକ ବୃତ୍ତି ବଞ୍ଚିବା ସହିତ କାରିଗର ମଧ୍ୟ ଲାଭବାନ ହୋଇ ପାରିବେ l

Related posts

ଜୁନିଅର ଶିକ୍ଷକଙ୍କ ପୋଷ୍ଟ କାର୍ଡ ମଧ୍ଯମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦାବୀପତ୍ର

Odisha Halchal

ଡବଲ୍‌ ହୋଇଯିବ ପେଟ୍ରୋଲ୍‌-ଡିଜେଲ୍‌ ଦାମ୍‌

Odisha Halchal

ଶ୍ରୀ ନିରଞ୍ଜନ ବିଶି ଙ୍କୁ ସ୍ୱାଗତ କରିବା ପାଇଁ ଆଦିବାସୀ କଲ୍ୟାଣ ସଂଘର ପ୍ରସ୍ତୁତି ବୈଠକ

Odisha Halchal

Leave a Comment