19 C
Bhubaneswar
Friday, December 4, 2020
No menu items!
Home ଏକ୍ସକ୍ଲୁସିଭ୍ ଭିଡ଼ିଓ ସ୍ୱଚ୍ଛ ଭାରତ ମିଶନ ର ସ୍ଵଛତା ଉପରେ ବଡ଼ ପ୍ରଶ୍ନଚିହ୍ନ

ସ୍ୱଚ୍ଛ ଭାରତ ମିଶନ ର ସ୍ଵଛତା ଉପରେ ବଡ଼ ପ୍ରଶ୍ନଚିହ୍ନ

ବାଲେଶ୍ୱର:ସ୍ୱଚ୍ଛ ଭାରତ ମିଶନ ର ସ୍ଵଛତା ଉପରେ ବଡ଼ ପ୍ରଶ୍ନବାଚୀ। ବିକ୍ରି ହେଉଛି ସ୍ୱଚ୍ଛ ଭାରତ ମିଶନ ଯୋଜନା। ଏହାର କିଛି ଜ୍ୱଳନ୍ତ ପ୍ରମାଣ ଓ ଅଭିଯୋଗ ଲାଗିଛି ଆମ୍ବ ହାତରେ। ତେବେ ଯଦି ଏହି ଅଭିଯୋଗ ସତ ହୁଏ ତେବେ ସାଂଘାତିକ।
ଏଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା, ଭୋଗରାଇ ବ୍ଲକ ସାହାବାଜିପୁର ପଂଚାୟତ ର ଗମ୍ଭାରୀଆ ଗ୍ରାମର। ଗ୍ରାମର ଅଧିକାଂଶ ପରିବାର ଗରିବ ଓ ହରିଜନ ଜାତିର, ସେମାନେ ସମୁଦ୍ରରୁ ମାଛ ଧରି, ବଜାରରେ ବିକ୍ରି କରି ଚଳିଥାନ୍ତି। ସରକାରୀ ଯୋଜନା ସୁବିଧା ସୋଯୋଗ ପ୍ରତି ଗ୍ରାମବାସି ସଚେତନ ନୁହଁନ୍ତି। ତାର ଫାଇଦା ନେଉଛନ୍ତି ଠିକାଦାର ,ସ୍ଥାନୀୟ ନେତା, ଓ ଅଫିଶର। ଏଠାରେ ସୂଚନା ଥାଉକି ଭୋଗରାଇ ବ୍ଲକ ର ଗମ୍ଭାରୀଆ ଗ୍ରାମଟି ପ୍ରଧାନମନ୍ତ୍ରୀ ସ୍ୱରାଜ ଯୋଜନାରେ ଅନ୍ତର୍ଭୁକ୍ତ।ତେବେ ସ୍ୱଚ୍ଛ ଭାରତ ଯୋଜନାରେ ନିର୍ମାଣ ହୋଇଥିବା ଶୌଚାଳୟରେ ହେଉଛି ପାତର ଅନ୍ତର ଓ ହରିଲୁଟ। ଏନେଇ ହିତାଧିକାରୀ ମାନେ ସରପଞ୍ଚ ଓ ବ୍ଲକ ପ୍ରଶଶାନର ଦୃଷ୍ଟି ଆକର୍ଷଣ କରିଥିଲେବି ନ୍ୟାୟ ପାଇ ପାରି ନାହାନ୍ତି। ପ୍ରେତେକ ଶୌଚାଳୟର ଅଟକଳ ମୂଲ୍ୟ ବାର ହଜାର ଟଙ୍କା ଥିବା ବେଳେ,ମା ସିଦ୍ଧେଶ୍ୱରୀ ସେବା ସଂସ୍ଥା ଶୌଚାଳୟ ନିର୍ମାଣା ପାଇଁ ଠିକାଦାରୀ ନେଇ ନିମ୍ନମାନର କାର୍ଯ୍ୟ ସାଙ୍ଗକୁ ନିଜର ମନମୁଖୀ ନୀତି ଜାହିର କରିଛି। ଯୋଗ୍ୟ ତାଲିକାରେ ଥିବା ହିତା ଧିକାରୀଙ୍କୁ ଶୌଚାଳୟ ପାଇବାକୁ ହେଲେ ଏକ ହଜାର ଟଙ୍କା ଦେବାକୁ ପଡୁଛି, ସେହି ଭଳି ହିତାଧିକାରୀ ଲିଷ୍ଟ ରେ ନାମ ନଥାଇ ପାଇବାକୁ ହେଲେ ଅଢେଇ ହଜାର ଟଙ୍କା ଦେବାକୁ ପଡିବ। ଆଉ ଯିଏ ଲାଞ୍ଚ ଦେଇ ପାରୁ ନାହିଁ, ସେମାନଙ୍କର ଶୌଚାଳୟ ନାହିଁ। କେବଳ ସେତିକି ନୁହଁ ଗ୍ରାମରେ ବହୁ ବେନାମୀ ଶୌଚାଳୟ ନିର୍ମାଣ ହୋଇଥିବା ବେଳେ, ଆଉ କିଛି ଶୌଚାଳୟରେ ପେଚ ମାରି ନାମ ପରିବର୍ତନ କରିଥିବା ମଧ୍ୟ ଦେଖିବାକୁ ମିଳିଛି। ଗରିବ ଲୋକଟେ ଶୌଚାଳୟ ରୁ ପାଉନଥିବା ବେଳେ, ଯଉଁ ସ୍ଥାନରେ ଘର ନାହିଁକି, କି କେହି ଲୋକ ରହୁ ନାହାନ୍ତି ଅନାବଶ୍ୟକ ଭାବେ ଧନୀ,ପ୍ରଭାବ ଶାଳୀ ଲୋକଙ୍କ ପାଇଁ ଅନ୍ୟ ଲୋକଙ୍କ ନାମରେ ଶୌଚାଳୟ ନିର୍ମାଣ ହୋଇଥିବା ଓ ଅଭିଯୋଗ ପରେ ପେଚ ପକାଇ ନାମ ପରିବର୍ତନ ହୋଇଥିବାର ମଧ୍ୟ ଦେଖିବାକୁ ମିଳିଛି। ଉକ୍ତ ହେର ଫେର ଓ ହରିଲୁଟ ଘଟଣାରେ ଠିକାଦାର, ୱାର୍ଡ ସଦସ୍ୟ, ସରପଞ୍ଚଙ୍କ,ବିଭାଗୀୟ ଅଧିକାରୀ ସମସ୍ତେ ମିଳିତ ଭାବେ ଜଡ଼ିତ ଥିବା ଗ୍ରାମ ବାସି ଅଭିଯୋଗ ଆଣିବା ସହିତ, ତଦନ୍ତ କରି ଉଚିତ ନ୍ୟାୟ ସହିତ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ତେବେ ଏନେଇ ବିଭାଗୀୟ ଅଧିକାରି , ଭୋଗରାଇ ବିଡ଼ିଓ କେହି ବି କେମେରା ସାମନାରେ ମୁହଁ ଖୋଲି ନଥିଲେ, ତେବେ ବିଡ଼ିଓ ସତ୍ୟଜିତ ରାଉତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲ ପ୍ରତିଶୃତି ଦେଇଛନ୍ତି।
ଏଠାରେ ସୂଚନା ଥାଉକି, କେବଳ ଯଦି ଗମ୍ଭାରୀଆ ଗ୍ରାମର ଗୋଟିଏ ସାହିର ଏମିତି ହେରଫେର ଅନିୟମିତତା ହୋଇଛି, ତେବେ ପୁରା ସାହାବାଜିପୁର ପଂଚାୟତ ଓ ଭୋଗରାଇ ବ୍ଲକ ଅଞ୍ଚଳରେ କେତେ ହେରଫେର ଓ ଦୁର୍ନୀତି ହୋଇନଥିବ ତାହା ଏବେ ସାଧରଣରେ ବଡ଼ ପ୍ରଶ୍ନବାଚୀ। ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସମାଜ ସେବୀ ଦିଲ୍ଲୀପ କାମିଳା ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Most Popular

ଶନିବାର ରାଶିଫଳ…

ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ । ବ୍ୟବସାୟରେ ଉନ୍ନତି ଓ ବ୍ୟବସାୟ ସମ୍ପ୍ରସାରଣ କରିବାରେ ଧ୍ୟାନ ଦେବେ । ପରିବହନ ବ୍ୟବସାୟରେ ଆଜି ଅଧିକ ଆୟ...

୧୫ରେ ନୂଆ ଭୋଟର ତାଲିକା

ଭୁବନେଶ୍ୱର: ଜାନୁଆରୀ ୧୫ରେ ପ୍ରକାଶ ପାଇବ ୨୦୨୧ ପାଇଁ ନୂଆ ଭୋଟର ତାଲିକା । ଭୋଟ ପରିଚୟ ପତ୍ର ସଂଶୋଧନକୁ ନେଇ ଆୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ରାଜ୍ୟ...

ପରୀ ହତ୍ୟା ଘଟଣା: ନୟାଗଡ଼ ଏସପିଙ୍କୁ ସମନ

ଭୁବନେଶ୍ୱର: ନୟାଗଡ଼ର ଶିଶୁକନ୍ୟା ପରୀ ହତ୍ୟାକାଣ୍ଡ ମାମଲାରେରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ ନୟାଗଡ଼ ଏସପିଙ୍କୁ ସମନ କରିଥିବା ଜଣାଯାଇଛି। ସୂଚନା ଅନୁସାରେ, ପରୀ ହତ୍ୟାକାଣ୍ଡ ନେଇ ଏନସିପିସିଆର ନୟାଗଡ଼ ଏସପିଙ୍କ...

ସତ ମାନିଲେ ଆକାଶ

ଭୁବନେଶ୍ୱର: ଆଇଏଫଏସ ଅଫିସର ଅଭୟ ପାଠକ ଓ ପୁଅ ଆକାଶ ପାଠକଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତନାଘନା ଜାରି ରହିଛି। ଭିଜିଲାନ୍ସ ଜେରା କଲାବେଳେ ସତ ଓଗାଳିଛନ୍ତି ଆକାଶ। ଟାଟା...

Recent Comments