ଅପରାଧଦେଶ ବିଦେଶନ୍ୟୁଜ୍

ସ୍ବାମୀଙ୍କୁ ହତ୍ୟାକରି ମୁଣ୍ଡ କାଟି ମନ୍ଦିରରେ ରଖିଦେଇ ଆସିଲା ପତ୍ନୀ

ସ୍ବାମୀଙ୍କୁ ହତ୍ୟାକରି ମୁଣ୍ଡ କାଟି ମନ୍ଦିରରେ ରଖିଦେଇ ଆସିଲା ପତ୍ନୀ

ଭୟଙ୍କର-ନିର୍ମମ-ଜଘନ୍ୟ ହତ୍ୟାକାଣ୍ଡ । ସେ ପୁଣି ଆଉ କେହି ନୁହେଁ ବରଂ ନିଜ ସ୍ବାମୀଙ୍କର । ମୁଣ୍ଡ କାଟି ହତ୍ୟା କରିବା ପରେ ସ୍ବାମୀର କଟା ମୁଣ୍ଡକୁ ଧରି ମନ୍ଦିରରେ ରଖିଦେଇ ଆସିଲା ନୃଶଂସ ପତ୍ନୀ । ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଛି ତ୍ରିପୁରାର ଖୋଓ୍ବାଇ ଜିଲ୍ଲାରେ ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ସକାଳୁ ଉଠିବା ପରେ ଘର ଭିତରେ ରକ୍ତ ଜୁଡୁବୁଡୁ ମୁଣ୍ଡ ବିହୀନ ଶବ ଦେଖିଥିଲା ପୁଅ । ୫୦ ବର୍ଷୀୟ ସ୍ବାମୀ ରବୀନ୍ଦ୍ର ତାନ୍ତୀଙ୍କୁ ଅତି ନିର୍ମମ ଭାବେ ବେକ କାଟି ହତ୍ୟା କରିବା ପରେ ମୁଣ୍ଡ କାଟି ମନ୍ଦିରରେ ନେଇ ରଖିଦେଇଥିଲା ପତ୍ନୀ ।

ପୋଲିସ କହିବା ମୁତାବକ, ମହିଳାଜଣକ ନିଜ ସ୍ବାମୀଙ୍କୁ କାହିଁକି ହତ୍ୟା କରିଲେ ଏବଂ ମୁଣ୍ଡ କାଟି ମନ୍ଦିରରେ ରଖିଲେ ସେ ନେଇ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡିନାହିଁ । ମୃତକଙ୍କ ବଡ ପୁଅଙ୍କର ବୟାନ ଅନୁଯାୟୀ, ତାଙ୍କ ମା’ ଙ୍କର ଗତ କିଛିଦିନ ହେଲା ମାନସିକ ରୋଗ ସମସ୍ୟା ଥିଲା । ଚିକିତ୍ସା ମଧ୍ୟ ଜାରି ରହିଥିଲା ।

ଏଭଳି ଜଘନ୍ୟ ହତ୍ୟାକାଣ୍ଡ ପରେ ୪୨ ବର୍ଷୀୟ ପତ୍ନୀଙ୍କୁ ଗିରଫ କରିଛି ପୋଲିସ । ରବୀନ୍ଦ୍ର ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥି​‌ଲେ । ମା’ ର ଏଭଳି ଜଘନ୍ୟ ହତ୍ୟାକାଣ୍ଡ ବାବଦରେ ପ୍ରଥମେ ନାବାଳକ ପୁଅ କହିଥିଲା । ବଡ ପୁଅଙ୍କ କହିବା କଥା ଯେ, ‘ମାଆ ସବୁଦିନ ନିରାମିଷ ଖାଦ୍ୟ ଖାଆନ୍ତି କିନ୍ତୁ ଶୁକ୍ରବାର ରାତିରେ ସେ ଆମିଷ ଖାଇଥିଲେ । ଏହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସମସ୍ତେ ଶୋଇବା ପାଇଁ ଯାଇଥିଲେ। କିନ୍ତୁ ସକାଳୁ ଉଠି ଦେଖିବା ବେଳକୁ ପାଦତଳୁ ମାଟି ଖସିଯାଇଥିଲା ।

ପିତାଙ୍କର ମୁଣ୍ଡ ବିହୀନ ଶବ ପଡିରହିଥିଲା । ଆଉ ନିକଟରେ ମା’ ଧାରୁଆ ଅସ୍ତ୍ର ଧରି ଛିଡା ହୋଇଥିଲା । ଚିତ୍କାର କରି ବାହାରକୁ ଦୌଡି ପଳିଆସିବା ପରେ ଅନ୍ୟମାନଙ୍କୁ ଡାକିଥିଲୁ । କିଛି ସମୟ ପରେ ଦେଖିବାକୁ ପାଇଲୁ ଯେ, ମନ୍ଦିରରେ ପିତାଙ୍କର କଟା ମୁଣ୍ଡ ରଖାଯାଇଛି ।’ ପୋଲିସ ଅଭିଯୁକ୍ତ ପତ୍ନୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Related posts

ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଚୋରି

Odisha Halchal

ପୋଲିସ ପଞ୍ଝାରେ ଆନ୍ତଃରାଜ୍ୟ ଡକାୟତ, ନାକା ପଏଣ୍ଟରୁ ୧୦ ଜଣ ଗିରଫ

Odisha Halchal

ଅକସ୍ମାତ ଭାଙ୍ଗିଲା ବ୍ରିଜ ତଳକୁ ଖସିଲା ଦୁଇ କାର

Odisha Halchal

Leave a Comment