ଦେଶ ବିଦେଶନ୍ୟୁଜ୍

ସ୍ପାଇସ୍ ଜେଟ୍‌ର ୯୦ ପାଇଲଟ୍‌ଙ୍କ ଉପରେ ଡିଜିସିଏ ଲଗାଇଲା ରୋକ୍

ସ୍ପାଇସ୍ ଜେଟ୍‌ର ୯୦ ପାଇଲଟ୍‌ଙ୍କ ଉପରେ ଡିଜିସିଏ ଲଗାଇଲା ରୋକ୍

ସ୍ପାଇସ୍ ଜେଟ୍ ଉପରେ ଡିଜିସିଏର କାର୍ଯ୍ୟାନୁଷ୍ଠାନ । ୯୦ ପାଇଲଟ୍‌ଙ୍କୁ ବୋଇଂ ୭୩୭ ମ୍ୟାକ୍ସ ଉଡାଇବା ଉପରେ ରୋକ୍ ଲଗାଯାଇଛି । ସିମ୍ୟୁଲେଟର ଟ୍ରେନିଂରେ ତ୍ରୁଟି ଥିବା ଜାଣିବା ପରେ ଡିଜିସିଏ ଏହି ପଦକ୍ଷେପ ନେଇଛି । ଏହି ପାଇଲଟମାନଙ୍କୁ ଡିଜିସିଏର ସନ୍ତୁଷ୍ଟି ପାଇଁ ପୁଣି ଥରେ ଟ୍ରେନିଂ ନେବାକୁ ପଡିବ । ଡିଜିସିଏ ମହାନିର୍ଦ୍ଦେଶକ ଅରୁଣ କୁମାର ଏ ନେଇ ସୂଚନା ଦେଇଛନ୍ତି ।

ଡିଜିସିଏର ଏଭଳି ନିଷ୍ପତ୍ତି ବିଷୟରେ ସୂଚନା ଦେଇ ସ୍ପାଇସ୍ ଜେଟ୍‌ର ମୁଖପାତ୍ର କହିଛନ୍ତି ଯେ, ଡିଜିସିଏ ୯୦ ପାଇଲଟ୍‌ଙ୍କ ଟ୍ରେନିଂ ପ୍ରୋଫାଇଲ ଉପରେ ସର୍ଭେ କରିଥିଲା । ସେମାନଙ୍କୁ ବୋଇଂ ୭୩୭ ମ୍ୟାକ୍ସ ବିମାନ ଉଡାଣ କରିବାକୁ ବାରଣ କରାଯାଇଛି । ଡିଜିସିଏର ନିର୍ଦ୍ଦେଶ ଅନୁସାରେ ସ୍ପାଇସ୍ ଜେଟ୍ ୯୦ ପାଇଲଟ୍‌ଙ୍କୁ ମ୍ୟାକ୍ସ ବିମାନ ଉଡାଣ ଉପରେ ରୋକ୍ ଲଗାଯାଇଛି । ଏହି ପାଇଲଟମାନେ ଡିଜିସିଏର ସନ୍ତୁଷ୍ଟି ପାଇଁ ପୁଣି ଥରେ ଟ୍ରେନିଂ ନେବେ ।

ଡିଜିସିଏର କାର୍ଯ୍ୟାନୁଷ୍ଠାନ ପରେ ସ୍ପାଇସ୍ ଜେଟ୍ ଏକ ବିଜ୍ଞପ୍ତି ଜାରି କରିଛି । ସ୍ପାଇସ୍ ଜେଟ୍ କହିଛି ଯେ, ଏହି ନିଷ୍ପତ୍ତି ଦ୍ବାରା ମ୍ୟାକ୍ସ ବିମାନ ଉଡାଣ ପ୍ରଭାବିତ ହେବନାହିଁ । ସ୍ପାଇସ୍ ଜେଟ୍ ବର୍ତ୍ତମାନ ୧୧ଟି ମ୍ୟାକ୍ସ ବିମାନ ସଞ୍ଚାଳିତ କରୁଛି । ଏହି ୧୧ଟି ବିମାନ ଉଡାଣ ପାଇଁ ପ୍ରାୟ ୧୪୪ ଜଣ ପାଇଲଟ୍‌ଙ୍କ ଆବଶ୍ୟକତା ରହିଛି । ମ୍ୟାକ୍ସରେ ଥିବା ୬୫୦ ପ୍ରଶିକ୍ଷିତ ପାଇଲଟଙ୍କ ମଧ୍ୟରୁ ଏବେ ବି ୫୬୦ ଉପଲବ୍ଧ ଅଛନ୍ତି ।

Related posts

ପୁଅ ଯେମିତି ଝିଅ ସେମିତି

Odisha Halchal

ସ୍ୱାମୀର ଗୁଳିମାଡ଼ରେ ସ୍ତ୍ରୀ ଗୁରୁତର, ଡାକ୍ତରଖାନାରେ ଭର୍ତ୍ତି

Odisha Halchal

ବିଧାନସଭାରେ ମାରପିଟ ୫ ବିଜେପି ବିଧାୟକ ନିଲମ୍ବିତ, କେନ୍ଦ୍ରର ସହଯୋଗ ଲୋଡ଼ିଲା ଦଳ

Odisha Halchal

Leave a Comment