(ସେମିଳିଗୁଡାରୁ ଦଶରଥ ମାଛଙ୍କ ରିପୋର୍ଟ) କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ଠାରେ ଭୀମ ଭୋଇ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ପଟ୍ଟାଙ୍ଗି ବିଧାୟକ ପିତମ ପାଢ଼ୀ ବ୍ଲକ ଅଧକ୍ଷା ଶ୍ରୀମତୀ ଲିଲି ଅଣ୍ଟାବିରିଆ, ବ୍ଲକ ଉପାଧ୍ୟାକ୍ଷ ଶିବା ବାଙ୍ଗାରି ରାଜୁପୁଟ ସରପଞ୍ଚ ପିତାମ୍ବର କିର୍ସାନୀ ବ୍ଲକ ସ୍ତରୀୟ ସମସ୍ତ ବିଭାଗର କର୍ମଚାରୀ ୧୭ ଗୋଟି ପଞ୍ଚାୟତ ଏବଂ ସୁନାବେଡା ମୁନିସିପାଲିଟି ଅଂଚଳର ଭିନ୍ନକ୍ଷମ ଭାଇ ଭଉଣୀ ଯୋଗଦେଇ ନୂତନ ଭାବରେ ପଞ୍ଜିକରଣ କରିଥିଲେ l ଅଧିକାଂଶ ଲୋକଙ୍କୁ ବ୍ୟାଟେରି ଚାଳିତ ସାଇକେଲ ୱାଇଲ ଚେୟାର ପ୍ରଦାନ କରାଯାଇଥିଲା l